ରିଲ୍ ଲାଇଫରେ ନୁହେଁ ରିୟଲ୍ ଲାଇଫରେ ମଧ୍ୟ ଆକ୍ଟିଂ : ଟ୍ରେନରେ ସିଟ୍ ପାଇବା ପାଇଁ ଗର୍ଭବତୀ ହେବାର ନାଟକ କରୁଥିଲେ ଅଭିନେତ୍ରୀ ବିଦ୍ୟା ବାଲାନ୍
21/07/2020 at 12:25 PM

ମୁମ୍ବାଇ ୨୧/୭: ବିଦ୍ୟା ବାଲାନ୍ ବଲିଉଡର ଟ୍ୟାଲେଣ୍ଟେଡ ଅଭିନେତ୍ରୀ ମଧ୍ୟରୁ ଜଣେ। ତାଙ୍କ ଜବରଦସ୍ତ ଅଭିନୟର ସମସ୍ତେ ଫ୍ୟାନ୍। କିନ୍ତୁ ଆପଣ ଜାଣିଛନ୍ତି କି ବିଦ୍ୟା କେବଳ ଫିଲ୍ମରେ ନୁହେଁ ବରଂ ରିୟଲ ଲାଇଫରେ ମଧ୍ୟ ଆକ୍ଟିଂ କରନ୍ତି। ବିଦ୍ୟା ଏକ ସାକ୍ଷାତକାରରେ କହିଥିଲେ ଯେ ଯେତେବେଳେ ସେ ଟ୍ରାଭେଲ୍ କରି ଥକି ଯାଉଥିଲେ ସେତେବେଳେ ସେ ସିଟ୍ ପାଇବା ପାଇଁ ପ୍ରେଗନେଣ୍ଟ ହେବାର ଆକ୍ଟିଂ କରୁଥିଲେ। ବିଦ୍ୟା କହିଥିଲେ ଯେ ଏପରି କରି ତାଙ୍କୁ ସିଟ୍ ମିଳୁଥିଲା।

ନିକଟରେ ବିଦ୍ୟାଙ୍କ ଅପକମିଂ ଫିଲ୍ମ ଶକୁନ୍ତଳା ଦେବୀର ଟ୍ରେଲର ରିଲିଜ ହୋଇଛି। ଟ୍ରେଲରରେ ଦେଖାଯାଇଛି ଯେ ଶକୁନ୍ତଳା ଦେବୀଙ୍କୁ ପିଲାଦିନୁ ଗଣିତର ସଉକ ଥିଲା,କିନ୍ତୁ ତାଙ୍କ ଯାତ୍ରା ସହଜ ନଥିଲା। ଶକୁନ୍ତଳା ଦେବୀ ଗଣିତ ପାଇଁ ନିଜ ପ୍ୟାଶନକୁ ନେଇ ଏତେ ଗମ୍ଭୀର ଥିଲେ ଯେ ଏଥିପାଇଁ ତାଙ୍କୁ ନିଜ ଝିଅଠୁ ଦୂରେଇ ଯିବାକୁ ପଡ଼ିଥିଲା।

ଫିଲ୍ମରେ ସାନ୍ୟା ମାଲହୋତ୍ରା ,ବିଦ୍ୟା ବାଲାନଙ୍କ ଝିଅ ଭୂମିକାରେ ନଜର ଆସିଛନ୍ତି। ଟ୍ରେଲରରେ ମା-ଝିଅଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ମନାନ୍ତରକୁ ଦେଖାଯାଇଛି।

‘ଶକୁନ୍ତଳା ଦେବୀ’ ଓଟିଟି ପ୍ଲାଟଫର୍ମ ଆମାଜନ୍ ପ୍ରାଇମ ଭିଡିଓରେ ଜୁଲାଇ ୩୧ତାରିଖରେ ରିଲିଜ ହେବ। ଅନୁ ମେନନ ଫିଲ୍ମର ନିର୍ଦେଶନା ଦେଇଛନ୍ତି। ସୋନି ପିକଚରସ୍ ନେଟଓ୍ବାର୍କସ ପ୍ରଡକ୍ସନ୍ ଏବଂ ବିକ୍ରମ ମାଲହୋତ୍ରା ଫିଲ୍ମ ନିର୍ମାଣ କରିଛନ୍ତି।
