କେବେ ଗିରଫ ହେବେ ବ୍ରହ୍ମପୁର HDFC ବ୍ୟାଙ୍କ କର୍ମଚାରୀ ବିଷ୍ଣୁପ୍ରସାଦ ଗୌଡଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହୃଷିକେଶ ତ୍ରିପାଠୀ

Published By : Prameya-News7 Bureau | September 13, 2018 IST

ବ୍ରହ୍ମପୁର ୧୩/୯ : କୁଆଡେ ଗଲେ ବ୍ରହ୍ମପୁର HDFC ବ୍ୟାଙ୍କ କର୍ମଚାରୀ ବିଷ୍ଣୁପ୍ରସାଦ ଗୌଡଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ । କେବେ ଗିରଫ ହେବେ ଡାକ୍ତର ହୃଷିକେଶ ତ୍ରିପାଠୀ । ଏହି ମାମଲାରେ ଜଣେ ଗିରଫ ହୋଇଥିବା ବେଳେ ୨ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ତେବେ ମୁଖ୍ୟ ଅଭିଯୁକ୍ତ ଡାକ୍ତର ହୃଷିକେଶ ତ୍ରିପାଠୀ ଫେରାର ହୋଇ ଯାଇଛନ୍ତି । ଡାକ୍ତର ହୃଷିକେଶ ତ୍ରିପାଠୀଙ୍କ ପରିବାରକୁ ମଧ୍ୟ ପଚରାଉଚରା ଚାଲିଛି । HDFC ବ୍ୟାଙ୍କ କର୍ମଚାରୀ ବିଷ୍ଣୁପ୍ରସାଦ ଗୌଡଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଥିବା ଜଣା ପଡିଛି । ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ ପାଖରେ ଥିବା ଗାୟତ୍ରୀ ଘରୋଇ କ୍ଲିନିକର ତୃତୀୟ ମହଲାରେ ଥିବା ଏକ ରୁମ୍ ରେ ବିଷ୍ଣୁଙ୍କୁ ହତ୍ୟା କରାଯାଇଛି । ୨୫ ଦିନ ହେଲା ନିଖୋଜ ଥିବା HDFC ବ୍ୟାଙ୍କ କର୍ମଚାରୀ ବିଷ୍ଣୁପ୍ରସାଦ ଗୌଡଙ୍କ ମୃତଦେହ ବ୍ରହ୍ମପୁର ବଡଗୁମୁଳା ନିକଟ ଏକ ବିଲରେ ପୋତା ଯାଇଥିବା ଖଣ୍ଡ ବିଖଣ୍ଡିତ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ଏପରି ବୀଭତ୍ସ ହତ୍ୟା ପଛରେ ତ୍ରିକୋଣୀୟ ପ୍ରେମ ସଂପର୍କ ଥିବା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.