ମୋଟାପଣ ଦୁର କରିବାର ଅଛି ତେବେ ବ୍ୟାୟାମର ୩୦ ମିନିଟ୍ ପୂର୍ବରୁ ପିଅନ୍ତୁ କଫି, ଜାଣନ୍ତୁ ୱାର୍କଆଉଟ୍ ପାଇଁ ଉପଯୁକ୍ତ ସମୟ

Published By : Prameya-News7 Bureau | April 09, 2021 IST

ନୂଆଦିଲ୍ଲୀ ୦୯/୦୪: ନିକଟରେ ହୋଇଥିବା ଏକ ଅଧ୍ୟୟନରେ କୁହାଯାଇଛି ଯେ ବ୍ୟାୟାମ ପୂର୍ବରୁ କଫି ପିଇବା ଆପଣଙ୍କ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରେ । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ପ୍ରତିଦିନ ବ୍ୟାୟାମ ଆରମ୍ଭ କରିବାର ୩୦ ମିନିଟ୍ ପୂର୍ବରୁ କଫି ପିଇବା ମୋଟାପଣ ଦୁର କରିବାରେ ସାହାଯ୍ୟ କରିଥାଏ ।

{"width":587,"height":330}
Up to 25 cups of coffee a day safe for heart health, study shows - CNN

ସ୍ପେନର ଗ୍ରାନାଡା ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ କହିଛନ୍ତି ଯେ କଫି ଫ୍ୟାଟ୍ ଅକ୍ସିଡେସନ୍ ବଢାଇଥାଏ ଯାହା ଆପଣଙ୍କୁ ଫ୍ୟାଟ୍ କମାଇବାରେ ସାହାଯ୍ୟ କରିଥାଏ । ଉଲ୍ଲେଖନୀୟ କଥା ହେଉଛି, କଫି ଦୁନିଆର ସବୁଠାରୁ ଅଧିକ ବ୍ୟବହାର ହେଉଥିବା ପଦାର୍ଥ ମଧ୍ୟରୁ ଗୋଟିଏ ।  କିନ୍ତୁ ଏପର୍ଯ୍ୟନ୍ତ ଏହାର ଉପକାରୀ ପ୍ରଭାବ ବିଷୟରେ ଅଳ୍ପ ଗବେଷଣା କରାଯାଇଛି । ଏହି ଅଧ୍ୟୟନର ନେତୃତ୍ୱ ନେଇଥିବା ଡାକ୍ତର ଫ୍ରାନ୍ସିସ୍କୋ ଜୋସେ ଅମରୋ ଗହଟେ କହିଛନ୍ତି ଯେ ଫ୍ୟାଟ୍ ଅକ୍ସିଡେସନ୍ ବଢାଇବା ପାଇଁ ସାଧାରଣତଃ ଖାଲି ପେଟରେ ବ୍ୟାୟାମ କରିବା ପରାମର୍ଶ ଦିଆଯାଇଛି ।

ଆଥଲେଟିକ୍ ପ୍ରଦର୍ଶନ ଉପରେ କଫି ର ପ୍ରଭାବକୁ ବୁଝିବାକୁ, ଅନୁସନ୍ଧାନକାରୀମାନେ ୧୫ ଜଣ ପୁରୁଷ ଅଂଶଗ୍ରହଣକାରୀଙ୍କୁ ସାତ ଦିନର ବ୍ୟବଧାନରେ ଚାରିଥର ବ୍ୟାୟାମ ପରୀକ୍ଷା ସମାପ୍ତ କରିବାକୁ କହିଥିଲେ, ଯେଉଁଥିରେ ସେମାନଙ୍କର ଫ୍ୟାଟ୍ କମିବାର ସ୍ତର ମଧ୍ୟ ନିୟମିତ ଭାବରେ ମାପ କରାଯାଉଥିଲା । ଅଂଶଗ୍ରହଣକାରୀମାନେ ପାଞ୍ଚ ମି.ଲି. କଫି କିମ୍ବା ସକାଳ ଆଠଟାରେ ଏବଂ ସନ୍ଧ୍ୟାରେ ପାଞ୍ଚଟାରେ ଗୋଟ୍ଏ ପ୍ଲେସବୋ ନେଇଥିଲେ । ଏଥିରୁ ଜଣାପଡିଲା ଯେ ଅଂଶଗ୍ରହଣକାରୀମାନେ ଯେଉଁମାନେ କଫି ପିଉଥିଲେ, ସେମାନେ ପ୍ଲେସବୋ ନେଉଥିବାଙ୍କ ତୁଳନାରେ ଅଧିକ ଫ୍ୟାଟ୍ କମ୍ କରିଥିଲେ । ଡାକ୍ତର ଆମାରୋ କହିଛନ୍ତି ଯେ ଆମର ଅଧ୍ୟୟନରୁ ଜଣାପଡିଛି ଏରୋବିକ ବ୍ୟାୟାମ କରିବାର ୩୦ ମିନିଟ ପୂର୍ବରୁ କଫି ପିଇବା ଫ୍ୟାଟ୍ ଅକ୍ସିଡେସନ୍ ବୃଦ୍ଧିରେ ସହାୟକ ହୋଇଥାଏ ।

{"width":589,"height":393}
Athlete in downward facing dog position on shore - The Social Lit

ରିପୋର୍ଟରେ କୁହାଯାଇଛି ଯେ ବ୍ରିଟେନରେ ୬୦ ପ୍ରତିଶତରୁ ଅଧିକ ଲୋକ ଅଧିକ ଓଜନ କିମ୍ବା ମେଦବହୁଳରେ ଗ୍ରସ୍ତ, ଅର୍ଥାତ୍ ସେମାନଙ୍କର ୨୫ ରୁ ଉପରେ ବିଏମଆଇ ଅଛି । ମୋଟାପଣକୁ ସାରା ଦୁନିଆରେ ମୃତ୍ୟୁର ପ୍ରମୁଖ କାରଣ ସହିତ ଯୋଡା ହୋଇଛି, ଯେଉଁଥିରେ ମଧୁମେହ, ହୃଦରୋଗ ଏବଂ ଷ୍ଟ୍ରୋକ୍ ଅନ୍ତର୍ଭୁକ୍ତ । ବ୍ରିଟେନରେ ପ୍ରତିଦିନ ପ୍ରାୟ ୯୫ ନିୟୁତ କପ୍ କଫି ପିଆଯାଇଥାଏ ।  ଏହି ଅଧ୍ୟୟନର ଫଳାଫଳ ଇଣ୍ଟରନ୍ୟାସନାଲ୍ ଜର୍ଣ୍ଣାଲ୍ ଅଫ୍ ସ୍ପୋର୍ଟସ୍ ନ୍ୟୁଟ୍ରିସନ୍ ଜର୍ନାଲରେ ପ୍ରକାଶିତ ହୋଇଛି ।

ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଏହି ପ୍ରକ୍ରିୟା ଅପରାହ୍ନରେ ବ୍ୟାୟାମ କରିବା ଦ୍ୱାରା ଅଧିକ ଲାଭବାନ ହେବ । ପ୍ରକୃତରେ, ଅଧ୍ୟୟନ ସମୟରେ, ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ ବ୍ୟାୟାମ ସମୟରେ ଫ୍ୟାଟ୍ ଅକ୍ସିଡେସନ୍ ସକାଳ ଅପେକ୍ଷା ଅପରାହ୍ନରେ ବହୁତ ଅଧିକ ଥିଲା । ଫଳାଫଳରୁ ଜଣାପଡିଛି ଯେ ମଧ୍ୟାହ୍ନରେ କଫି ଏବଂ ମଧ୍ୟମ ବ୍ୟାୟାମ ମିଶ୍ରଣ କରିବା ହେଉଛି ଫ୍ୟାଟ୍ କମାଇବା ପାଇଁ ସର୍ବୋତ୍ତମ ଉପାୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.