ପତ୍ନୀଙ୍କ ଓଜନ ବଢିବାକୁ ନେଇ ସନ୍ଦେହ ହେବାରୁ ବେଡରୁମ୍‌ରେ ସ୍ବାମୀ ଲଗାଇଦେଲେ ସିସିଟିଭି କ୍ୟାମେରା, ତାପରେ…

Published By : Prameya-News7 Bureau | November 24, 2019 IST

ଲଣ୍ଡନ ୨୪।୧୧: ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏହାକୁ ଏକ ସମ୍ବେଦନଶୀଳ ଘଟଣା ଆମେ କହିପାରିବା । ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ସହ ଏଭଳି କିଛି କରିଛନ୍ତି ଯାହା ଫଳରେ ମହିଳା ଜଣଙ୍କ ପୋଲିସ ଥାନାରେ ଅଭିଯୋଗ କରିବାକୁ ବାଧ୍ୟ ହୋଇଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ ସେହି ବ୍ୟକ୍ତି ଜଣଙ୍କୁ ଜେଲ୍ ପଠାଇଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଇଂଲଣ୍ଡର ଗେନୁଜ ନାମକ ଜଣେ ବ୍ୟକ୍ତି ସନ୍ଦେହ କରୁଥିଲେ ଯେ, ତାଙ୍କ ସ୍ତ୍ରୀ ଏଗେନ୍ସ ମୋଟି ହୋଇଯାଉଛନ୍ତି । ଗେନୁଜ ଏଭଳି ଭାବୁଥିଲେ ଯେ, ତାଙ୍କ ସ୍ତ୍ରୀଙ୍କ ମୋଟାପଣ ତାଙ୍କ ଆଫେୟାର୍ସ ପାଇଁ ହେଉଛି ବୋଲି । ଏଭଳି ସନ୍ଦେହ ହେତୁ ସେ ଘରେ କ୍ୟାମେରା ଲଗାଇଥିଲେ । କ୍ୟାମେରାରେ ସ୍ପିକର ମଧ୍ୟ ରହିଥିଲା । ସେ ସବୁ ସମୟରେ ଏଗେନ୍ସଙ୍କ ଉପରେ ନଜର ରଖୁଥିଲେ । ସେ ତାଙ୍କ ସମସ୍ତ କଥାବାର୍ତ୍ତା ମଧ୍ୟ ଶୁଣୁଥିଲେ । ଧିରେ ଧିରେ ସେ ତାଙ୍କୁ ପ୍ରତାଡିତ କରିବା ଆରମ୍ଭ କରିଦେଇଥିଲେ। ସେ ସବୁବେଳେ ତାଙ୍କ ଉପରେ ସନ୍ଦେହ କରୁଥିଲେ । ତାଙ୍କୁ ସବୁବେଳେ ଲାଗୁଥିଲା ଯେ, ଏଗେନ୍ସ ଅନ୍ୟ କାହା ସହ ଶୋଉଥିଲେ ବୋଲି ।

ଏସବୁ ଘଟଣା ସଂପର୍କରେ ଏଗେନ୍ସ ଜାଣିବା ପରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ, ସେ ଗରମ ଲାଗୁଥିବା ହେତୁ ଘରେ ସର୍ଟସ ପିନ୍ଧୁଥିଲେ । ତାଙ୍କ ସ୍ବାମୀ କ୍ୟାମେରାରେ ଏହା ଦେଖି ତାଙ୍କୁ ସର୍ଟସ ବଦଳରେ ଫୁଲ୍ ପ୍ୟାଣ୍ଟ ପିନ୍ଧିବାକୁ ବାଧ୍ୟ କରୁଥିଲେ । ଯଦି ସେ ଏସବୁ କରିବା ପାଇଁ ମନା କରୁଥିଲେ ତେବେ ଗେନୁଜ ତାଙ୍କୁ ଧମକ ମଧ୍ୟ ଦେଉଥିଲେ ।

ଏଗେନ୍ସ ପୋଲିସକୁ କହିଥିଲେ ଯେ, ତାଙ୍କର ପୂର୍ବରୁ ଛାଡପତ୍ର ହୋଇଥିଲା । ପରେ ସେ ଡେଟିଂ ଆପ୍ ଜରିଆରେ ଗେନୁଜଙ୍କୁ ଭେଟିଥିଲେ । ଏହାପରେ ଉଭୟଙ୍କର ବିବାହ ହୋଇଥିଲା । ଏଗେନ୍ସ କହିଥିଲେ ଯେ, ସେ ସବୁଦିନ କ୍ୟାମେରା ନଜରରେ ରହୁଥିଲେ । ପୋଲିସ କିଛି ମେସେଜ ଏବଂ କିଛି ରେକର୍ଡିଂସ ଆଧାରରେ ଗେନୁଜଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଫଳରେ ତାଙ୍କୁ ୨୦ ସପ୍ତାହ ଜେଲ୍ ଦଣ୍ଡ ଏବଂ ୨ ମାସ ପର୍ଯ୍ୟନ୍ତ ବିନା ଦରମାରେ କାମ କରିବାର ଦଣ୍ଡାଦେଶ ଶୁଣାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.