ଖୁବ୍ କମ୍ ବୟସରୁ ଘରର ସମସ୍ତ ଦାୟିତ୍ବ ନେଇଥିଲେ ଜରିନ୍ ଖାନ୍ : ହେଲେ ଜାଣନ୍ତୁ କାହିଁକି?

Published By : Prameya-News7 Bureau | May 18, 2020 IST

ମୁମ୍ବାଇ ୧୮/୫: ‘ବୀର’ର ରାଜକୁମାରୀ ହୋଇ ଜରିନ୍ ଖାନ୍ ସମସ୍ତଙ୍କ ହୃଦୟ ଜିତିଥିଲେ। ଆଜି ବି ଲୋକ ତାଙ୍କ ବୀର ଫିଲ୍ମର ପ୍ରଶଂସା କରୁଥିବାର ନଜର ଆସନ୍ତି। କିନ୍ତୁ ତାଙ୍କ ହସ ପଛରେ ଲୁଚି ରହିଥିବା ସଂଘର୍ଷ ଅନେକ ଥର ଅଣଦେଖା କରିଥାଏ। ତାଙ୍କ ଜୀବନର ଏକ ଘଟଣା ଯାହା ତାଙ୍କ ବାପାଙ୍କ ସହ ଜଡ଼ିତ ତାହା ଆଜି ବି ଲୋକଙ୍କୁ ଅଛପା ରହିଛି।

wp:core-embed/instagram {"url":"https://www.instagram.com/p/B-Ceh5PJEqI/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B-Ceh5PJEqI/?utm_source=ig_embed
/wp:core-embed/instagram

 ଆଜି ଆମେ ଆପଣଙ୍କୁ ଜରିନଙ୍କ ଜୀବନର ସେହି ସମୟ ବିଷୟରେ କହିବା ​‌ଯେତେବେଳେ ସେ ବାପା ଛେଉଣ୍ଡ ହୋଇଯାଇଥିଲେ। କିନ୍ତୁ ସେ ହାରିନଥିଲେ,ନିଜର ପୂରା ପରିବାରକୁ ଏକ ଦାୟିତ୍ବସମ୍ପନ୍ନ ଝିଅ ଭାବେ ସମ୍ଭାଳିଥିଲେ।

wp:core-embed/instagram {"url":"https://www.instagram.com/p/B-zGK8ipyzX/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B-zGK8ipyzX/?utm_source=ig_embed
/wp:core-embed/instagram

ଏକ ସାକ୍ଷାତକାରରେ ସେ କହିଥିଲେ,‘ ତାଙ୍କ ବାପା ତାଙ୍କୁ ଛାଡ଼ି ଚାଲି ଯାଇଥିଲେ। ଥରେ ତାଙ୍କ ଜୀବନରେ ଏପରି ସମୟ ଆସିଥିଲା ଯେମିତି ତାଙ୍କ ପୂରା ଜୀବନ ନିମିଷକରେ ବଦଳି ଯାଇଥିଲା। ତାଙ୍କ ବାପା ଘର ଛାଡ଼ି ଚାଲିଯାଇଥିଲେ। ତାଙ୍କ ପାଖରେ ଟଙ୍କା ନଥିଲା। ସେହି ସମୟରେ ମାଆ ପୂରା ଭାଙ୍ଗି ପଡ଼ିଥିଲେ। ତାଙ୍କୁ ଶାନ୍ତ କରାଇବାକୁ ଉଦ୍ୟମ କରି ସେ କହିଥିଲେ ଚିନ୍ତା କରିବାର ଆବଶ୍ୟକତା ନାହିଁ।

wp:core-embed/instagram {"url":"https://www.instagram.com/p/B-pJExfpkKO/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B-pJExfpkKO/?utm_source=ig_embed
/wp:core-embed/instagram

ସେ ସବୁ କିଛି ସମ୍ଭାଳିବେ ବୋଲି କହିଥିଲେ। ସେ ତାହା କହି ତ ଦେଇଥିଲେ କିନ୍ତୁ ସେତେବେଳେ ତାଙ୍କ ଶରୀରର ଓଜନ ୧୦୦କିଲୋ ଥିଲା ଏବଂ ସେ ଜାଣି ନଥିଲେ ଯେ ସେ କ’ଣ କରିବାକୁ ଚାହୁଁଛନ୍ତି। ଏହା ପରେ ସେ କଲ୍ ସେଣ୍ଟରରେ ଜବ୍ କରିବା ଆରମ୍ଭ କରି ଦେଇଥିଲେ। ତାଙ୍କ ଭଉଣୀ ପାଠ ପଢ଼ୁଥିଲେ। ସେ ଦ୍ବାଦଶ ଶ୍ରେଣୀ ସମାପ୍ତ କରିଥିଲେ। ସେ ଏୟାରଲାଇନରେ ଜବ୍ କରିବାକୁ ଚାହୁଁଥିଲେ। ସେ ୫୨କିଲୋ ଓଜନ କମ୍ କରି ଦେଇଥିଲେ। କିନ୍ତୁ ସେ ଆଜି ବହୁତ ଖୁସି ଅଛନ୍ତି କାରଣ ତାଙ୍କ ମାଆ ଏପରି ପରିସ୍ଥିତିକୁ ସାହସର ସହ ସମ୍ମୁଖୀନ କରିଥିଲେ।

wp:core-embed/instagram {"url":"https://www.instagram.com/p/B-RkDXEpgGX/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B-RkDXEpgGX/?utm_source=ig_embed
/wp:core-embed/instagram

ଏହା ପରେ ସେ ଫିଲ୍ମରେ ପାଦ ଥାପିଥିଲେ। ସଲମାନଙ୍କୁ ସେ ନିଜ ଗଡଫାଦର ମାନନ୍ତି। ଜରିନ୍ ଏବେ ପଞ୍ଜାବୀ ଫିଲ୍ମରେ ମଧ୍ୟ କାମ କରୁଛନ୍ତି।

{"id":272177,"width":591,"height":591,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.