Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ତମନ୍ନାଙ୍କ ଗୁଗଲିରେ କ’ଣ କ୍ଲିନ୍ ବୋଲ୍ଡ ହେବେ ପାକିସ୍ତାନୀ କ୍ରିକେଟର ଅବଦୁଲ୍ ରଜାକ୍ !

5/05/2020 at 8:44 PM

ମୁମ୍ବାଇ ୫/୫: ବଲିଉଡ ସେଲିବ୍ରିଟିଙ୍କ ବ୍ୟକ୍ତିଗତ ଜୀବନରେ ଲୋକେ ବହୁତ କିଛି ଜାଣିବାକୁ ଚାହଁନ୍ତି ଏବଂ ଏହା ସହିତ ତାଙ୍କ ଡେଟିଂ,ରିଲେସନଶିପର ଖବର ମଧ୍ୟ ଭାଇରାଲ୍ ହୋଇଥାଏ। ଏପରି ଥରେ ଅଭିନେତ୍ରୀ ତମନ୍ନା ଭାଟିଆ ଏବଂ ପାକିସ୍ତାନୀ କ୍ରିକେଟର ଅବଦୁଲ୍ ରଜାକଙ୍କ ସହ ହୋଇଥିଲା। ଥରେ ତମନ୍ନା ଭାଟିଆ ଏବଂ ଅବଦୁଲ୍ ରଜାକଙ୍କ ଫଟୋ ଭାଇରାଲ୍ ହୋଇଥିଲା, ଯେଉଁଥିରେ ଦୁହେଁ ଜୁଏଲାରୀ ଦୋକାନରେ ହାତରେ ଗହଣା ନେଇ ଦେଖୁଥିଲେ। ଫଟୋ ସହ ଏହା ମଧ୍ୟ କୁହାଯାଉଥିଲା ଯେ ଦୁହେଁ ପରସ୍ପରକୁ ବିବାହ କରିବେ। କିନ୍ତୁ ପରେ ତମନ୍ନା ଭାଟିଆ ଏହି ଖବରକୁ ଭୁଲ୍ କହିଥିଲେ ଏବଂ ଫଟୋର ସତ୍ୟତା ବିଷୟରେ ମଧ୍ୟ କହିଥିଲେ।

ତମନ୍ନା ଏକ ସାକ୍ଷାତକାରରେ ଏହି ଖବରକୁ ଭୁଲ୍ ଦର୍ଶାଇ ଅବଦୁଲ୍ ରଜାକଙ୍କ ବିଷୟରେ କହିଥିଲେ ଯେ ,‘ ସେ ଜଣେ ଅଭିନେତା ଥିଲେ ,କ୍ରିକେଟର ଥିଲେ ଏବଂ ଏବେ ସେ ଜଣେ ଡାକ୍ତର। ଏହି ଗୁଜବକୁ ଦେଖି ଲାଗୁଛି ଯେ ଯେପରି ସେ ସ୍ବାମୀଙ୍କ ସହ ସପିଂର ମଜା ନେଉଛନ୍ତି। ତାଙ୍କୁ ପ୍ରେମ ଭଲ ଲାଗେ କିନ୍ତୁ ଯେତେବେଳେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କଥା ପହଞ୍ଚିଥାଏ ତେବେ ସେ ଆଧାରହୀନ ଖବରକୁ ସମର୍ଥନ କରନ୍ତି ନାହିଁ।’

ଏହି ଫଟୋରେ ସେ ପାକିସ୍ତାନୀ କ୍ରିକେଟର ଅବଦୁଲ ରଜାକଙ୍କ ଜୁଏଲାରୀ​‌ରେ ସପିଂ କରୁଥିବା ନଜର ଆସିଛନ୍ତି। ଏହି ଫଟୋରେ ତମନ୍ନା ଜୁଏଲାରୀ ଶୋରୁମରେ ଅବଦୁଲ୍ ରଜାକଙ୍କ ସହ ଛିଡ଼ା ହୋଇଛନ୍ତି ଏବଂ ତାଙ୍କ ହାତରେ କିଛି ଗହଣା ଅଛି।  କିନ୍ତୁ ଏହି ଫଟୋ ଏବେର ନୁହେଁ, ଏହା ଅନେକ ବର୍ଷର ପୁରୁଣା। ପ୍ରକୃତରେ ଉଭୟେ ସପିଂ ନୁହେଁ ବରଂ ଜୁଏଲାରୀ ଶପର ଓପନିଂ କରିବାକୁ ଯାଇଥିଲେ। ସେହି ସମୟରେ ବି ଏହି ଫଟୋ ଖୁବ୍ ଭାଇରାଲ୍ ହୋଇଥିଲା।

   Related Posts