Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ସୁଶାନ୍ତ ସିଂହଙ୍କୁ ଯେତେବେଳେ ପରିବାର ଲୋକେ ବାହାଘର କଥା ପଚାରିଥିଲେ ମିଳିଥିଲା ଏହିଭଳି ଜବାବ୍, ଭାଇରାଲ୍ ହେଉଛି ଭିଡିଓ…

20/06/2020 at 1:18 PM

ମୁମ୍ବାଇ ୨୦/୦୬ : ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ପରେ ତାଙ୍କ ପରିବାର, ବନ୍ଧୁ, ପରିଜନ ସମସ୍ତେ ଶୋକରେ ବୁଡି ରହିଛନ୍ତି | ଆତ୍ମହତ୍ୟା ପଛରେ ଥିବା ରହସ୍ୟ ଏବେ ମଧ୍ୟ ଜଣାପଡିନାହିଁ | ପୋଲିସ ବିଭିନ୍ନ ଲୋକଙ୍କୁ ପଚରାଉଚୁରା କରୁଛି | ସୋସିଆଲ ମିଡ଼ିଆରେ ଲୋକେ ତାଙ୍କୁ ମନେପକାଇ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି | ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ପ୍ରଶଂସକ ସୁଶାନ୍ତ ସିଂହଙ୍କ ଅନେକ ଭିଡିଓ ମଧ୍ୟ ସେୟାର କରୁଛନ୍ତି | ବର୍ତ୍ତମାନ ସୁଶାନ୍ତ ସିଂହଙ୍କ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି | କୁହାଯାଉଛି ଯେ ଏହି ଭିଡିଓ ସେହି ସମୟର ଯେତେବେଳେ ସେ ଶେଷଥର ପାଇଁ ନିଜ ପୈତୃକ ସ୍ଥାନ ବିହାର ପୁର୍ଣିଆକୁ ଯାଇଥିଲେ ଏବଂ ପରିବାର ଲୋକେ ତାଙ୍କୁ ବାହାଘର କଥା ପଚାରିଥିଲେ |

ଥିଏଟରରୁ ଟିଭି ଓ ଟିଭିରୁ ଫିଲ୍ମ ଦୁନିଆକୁ ଆସିଥିବା ସୁଶାନ୍ତ ସିଂହ ରାଜପୁତଙ୍କ ନିଜ ଘର ବିହାର ପୁର୍ଣିଆରେ | ତାଙ୍କ କଥାବାର୍ତ୍ତା ତରିକା ବିହାରୀ ଭଳି ଜଣାପଡୁନଥିଲେ ମଧ୍ୟ ସେ ନିଜ ଭାଷା ବୁଝି ପାରୁଥିଲେ ଏବଂ କହି ମଧ୍ୟ ଜାଣୁଥିଲେ | ସୋସିଆଲ ମିଡ଼ିଆରେ ଯେଉଁ ଭିଡିଓ ଭାଇରାଲ ହେଉଛି ତାହା ସେ ସମୟରେ ଯେତେବେଳେ ସେ ଶେଷଥର ପାଇଁ ବିହାର ଯାଇଥିଲେ ବୋଲି କୁହାଯାଉଛି | ସେତେବେଳେ ତାଙ୍କ ପରିଜନ ତାଙ୍କୁ ନିଜ ବିବାହ କଥା ପଚାରିଥିଲେ | ସୁଶାନ୍ତ ବଡ ସରଳ ଭାବେ ଏହାର ଜବାବ ଦେଇଥିଲେ | 

ଭିଡିଓରେ ଜଣେ ମହିଳା ସୁଶାନ୍ତ ସିଂହଙ୍କୁ ପଚାରୁଛନ୍ତି, ବାହାଘରରେ ସମସ୍ତଙ୍କୁ ଡ଼ାକିବ ନା…ଜବାବରେ ସେ କହିଛନ୍ତି ପ୍ରଥମେ ଝିଅ ତ ଖୋଜେ…ସୁଶାନ୍ତ କହିଛନ୍ତି, ଆପଣମାନେ ବି ଖୋଜନ୍ତୁ ଯଦି କିଏ ଅଛି…ମହିଳା ପୁଣି ପଚାରିଛନ୍ତି ବିହାରର ଝିଅ ସହିତ ବାହା ହେବ ? ଏଥିରେ ସୁଶାନ୍ତ ସିଂହ ଜବାବ ଦେଇଛନ୍ତି, କିଛିକଥା ନାହିଁ…

ଏହି ଭାଇରାଲ ଭିଡିଓରେ ସୁଶାନ୍ତ ସିଂହଙ୍କୁ ଦେଶୀ ଅନ୍ଦାଜରେ ଦେଖିବାକୁ ମିଳିଛି | ସେ ଘର ଅଗଣାରେ ବସିଥିବା ଦେଖିବାକୁ ମିଳିଛି |

blob:https://www.facebook.com/e07b4be0-74cb-49ed-b063-e92ce4881f57

ସୁଶାନ୍ତ ସିଂହଙ୍କ ନିଧନ ପରେ ଶୁଣିବାକୁ ମିଳିଥିଲା ଯେ ସେ ନଭେମ୍ବର ମାସରେ ବିବାହ କରିଥାନ୍ତେ | ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ପୋଲିସ ରିୟା ଚକ୍ରବର୍ତ୍ତୀଙ୍କୁ ଡାକି ପଚରାଉଚୁରା କରିଥିଲା | ରିୟା ଖୁଲାସା କରିଥିଲେ ଯେ ଖୁବ ଶୀଘ୍ର ଉଭୟ ବିବାହ କରିଥାନ୍ତେ | 

   Related Posts