Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ସୁରେଶ ରାଇନା ଦଳକୁ ଫେରିବେ ନା ନାହିଁ ? ସ୍ପଷ୍ଟ କଲେ ସିଏସକେ ସିଇଓ

26/09/2020 at 10:27 PM

ଦୁବାଇ,୨୬/୦୯ : ଉଦଘାଟନୀ ମ୍ୟାଚ୍ ଜିତିଥିବା ଚେନ୍ନାଇ ସୁପର୍ କିଙ୍ଗସକୁ ପରବର୍ତ୍ତୀ ଦୁଇଟି ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡିଛି । ଦଳ ପ୍ରଥମେ ରାଜସ୍ଥାନ ରୟାଲ୍ସ ଓ ପରେ ଦିଲ୍ଲୀ କ୍ୟାପିଟାଲ୍ସଠୁ ପରାସ୍ତ ହୋଇଛି । ତେବେ ଏହାପରେ ସୁରେଶ ରାଇନାଙ୍କ ପ୍ରତ୍ୟାବର୍ତ୍ତନ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।

ଚେନ୍ନାଇର ଷ୍ଟାର୍ ଅଲରାଉଣ୍ଡର ସୁରେଶ ରାଇନା ନିଜ ବ୍ୟକ୍ତିଗତ କାରଣ ପାଇଁ ଆଇପିଏଲ ନଖେଳି ଦୁବାଇରୁ ଚାଲି ଆସିଥିଲେ । ତେବେ ରାଇନା କେବେ ଫେରିବେ ତାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।ତେବେ ରାଇନା ଫେରିବେ ନା ନାହିଁ ତାହା ସ୍ପଷ୍ଟ କରିଛନ୍ତି ଦଳର ସିଇଓ କାଶୀ ବିଶ୍ୱନାଥନ ।

ତେବେ ରାଇନାଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର ଆସିନପାରେ । ବିଶ୍ୱନାଥନ ଏଯାଏଁ ରାଇନାଙ୍କ ପ୍ରତ୍ୟାବର୍ତ୍ତନ ନେଇ କିଛି ଭଲ ଖବର ଦେଇନାହାଁନ୍ତି। ଚଳିତ ସିଜିନରେ ରାଇନାଙ୍କ ଖେଳିବା ସମ୍ଭାବନା କମ୍ ରହିଛି ।

ବିଶ୍ୱନାଥନ କହିଛନ୍ତି ଯେ, ରାଇନା ନିଜେ ବ୍ୟକ୍ତିଗତ କାରଣ ପାଇଁ ଆଇପିଏଲରୁ ଓହରି ଯାଇଛନ୍ତି । ତାଙ୍କ ନିଷ୍ପତ୍ତିକୁ ଦଳ ସମ୍ମାନ କରେ ।ଏଥିରୁ ରାଇନାଙ୍କ ଫେରିବା ବାଟ ବନ୍ଦ ବୋଲି ଜଣା ପଡୁଛି ।

ରାଇନାଙ୍କ ଅନୁପସ୍ଥିତି ଦଳ ଉପରେ ପ୍ରଭାବ ପକାଉଛି । କାରଣ ସେ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥାନ୍ତି । ଏହି ସ୍ଥାନ ଆଉ କେହି ଭରଣ କରିପାରୁ ନାହାଁନ୍ତି ।ତେବେ ଫାପ୍ ଡୁପ୍ଲେସିସ୍ ଏହି ସ୍ଥାନରେ ଭଲ ବ୍ୟାଟିଂ କରୁଥିଲେ ବି ଦଳ ବିଜୟଲାଭ କରିପାରୁ ନାହିଁ ।

   Related Posts