Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘ସଚିନ କ୍ରିକେଟର ଭଗବାନ, ତାଙ୍କୁ ନିଶ୍ଚୟ ଆଉଟ କରିବି’, ମାଷ୍ଟର ବ୍ଲାଷ୍ଟରଙ୍କୁ ପ୍ରଥମେ ଦେଖି କିଛି ଏପରି ଭାବିଥିଲେ ଅଖତାର

2/08/2020 at 2:58 PM

ନୂଆଦିଲ୍ଲୀ, ୦୨|୦୮: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ବିଶ୍ୱର ମହାନ ବ୍ୟାଟସମ୍ୟାନଙ୍କ ମଧ୍ୟରେ ଅନ୍ୟତମ । ସେ ସୋଏବ ଅଖତାରଙ୍କ ଭଳି ଅନେକ ଦୁର୍ଦ୍ଦଶ ବୋଲରଙ୍କୁ ସାମ୍ନା କରିଛନ୍ତି । କ୍ରିକେଟ କ୍ୟାରିଅରରେ ସଚିନ ଅନେକ ଥର ଅଖତାରଙ୍କୁ ସାମ୍ନା କରିଛନ୍ତି । ନିକଟରେ ରାଉଲପିଣ୍ଡି ଏକ୍ସପ୍ରେସ ଭାବେ ପରିଚିତ ଅଖାତର ସଚିନଙ୍କ ସହ ପ୍ରଥମ ମୁହାଁମୁହିଁ ବେଳର ଅନୁଭବ ସେୟାର କରିଛନ୍ତି ।

ସଚିନ ତେନ୍ଦୁଲକର ସେତେବେଳେ କ୍ରିକେଟର ଭଗବାନ ଭାବେ ପରିଚିତ ଥିଲେ । ସାରା ବିଶ୍ୱରେ ତାଙ୍କ ଫ୍ୟାନ୍ ରହିଥିଲେ ।୧୯୯୯ରେ ପ୍ରଥମ ଥର ପାଇଁ ଉଭୟ ସଚିନ ଓ ଅଖତାର ମୁହାଁମୁହିଁ ହୋଇଥିଲେ । କୋଲକାତାରେ ଖେଳାଯାଇଥିବା ଏହି ଟେଷ୍ଟ ମ୍ୟାଚରେ ସଚିନ ନିଜର ଆଟିଚ୍ୟୁଡରେ ଥିଲେ । ଅଖତାରଙ୍କୁ ଖାତିର କରିନଥିଲେ । ଏପରିକି ଅଖତାର ମଧ୍ୟ ସଚିନଙ୍କୁ ବୋଲିଂ କରିବା ବେଲେ ଭୟ କରିନଥିଲେ ।

ଅଖତାର କହିଛନ୍ତି ଯେ, ସଚିନ ସେତେବେଳେ ବ୍ୟାଟିଂର ହିରୋ ଥିଲେ ।ଏପରିକି ତାଙ୍କୁ କେହି ଭଗବାନ ଆଖ୍ୟା ଦିଆଯାଇଥିଲା । ନା ସେ ସଚିନଙ୍କୁ ଜାଣିଥିଲେ ନା ସଚିନ୍ ତାଙ୍କୁ । ସଚିନଙ୍କୁ ଆଉଟ୍ କରିବେ ବୋଲି ସେ ମନସ୍ଥ କରିସାରିଥିଲେ । ସେ ସଚିନଙ୍କୁ ପ୍ରଥମ ବଲ୍‌ରେ ଆଉଟ୍ କରିବାକୁ ଚାହିଁଥିଲେ ଓ ତାହା ହିଁ ହୋଇଥିଲା । ସଚିନ ପ୍ରଥମ ବଲରେ ବୋଲ୍ଡ ହୋଇଥିଲେ ।

ଏହି ଟେଷ୍ଟରେ ଅଖତାର ସଚିନଙ୍କ ସମେତ ଭିଭିଏସ ଲକ୍ଷ୍ମଣ, ରାହୁଲ ଦ୍ରାବିଡ ଓ ଭେଙ୍କଟେଶଙ୍କୁ ମଧ୍ୟ ଆଉଟ କରିଥିଲେ । ପ୍ରଥମ ଇନିଂସରେ ସେ ୭୧ ରନ୍‌ରେ ୪ଟି ଓ୍ୱିକେଟ ନେଇଥିଲେ । ପାକିସ୍ତାନ ଏହି ଟେଷ୍ଟ ୪୬ ରନ୍‌ରେ ବିଜୟ ହାସଲ କରିଥିଲା ।

   Related Posts