Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଆଉ ଗୋଟେ ଝିଅ ଜନ୍ମ ହେଲା ବୋଲି ସ୍ତ୍ରୀକୁ ଘରୁ ବାହାର କରିଦେଲା ସ୍ବାମୀ, ଲୁଚିଛପି କଲେ ଦ୍ବିତୀୟ ବିବାହ

10/06/2021 at 8:22 PM

ବହରାଇଚ ୧୦।୬: ଉତ୍ତରପ୍ରଦେଶର ବାହରାଇଚରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଥିବା ଏକ ମେଡିକାଲ କଲେଜରେ କାମ କରୁଥିବା ଚୁକ୍ତିଭିତ୍ତିକ କର୍ମଚାରୀ ଦୁଇଟି ଝିଅ ଜନ୍ମ ହେବା ପରେ ପ୍ରଥମ ପତ୍ନୀଙ୍କୁ ଛାଡିଦେଇଛନ୍ତି । ଏହାପରେ ସେ ଦ୍ବିତୀୟ ବିବାହ କରିଛନ୍ତି । ଏହା ଜାଣିବା ପରେ ପ୍ରଥମ ପତ୍ନୀ ମିର୍ଜାପୁରରୁ ବୁଧବାର ଦିନ ବହରାଇଚରେ ପହଞ୍ଚିଥିଲେ । ସେ ଡିଏମଙ୍କୁ ଚିଠି ଲେଖି ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ବହରାଇଚ ସହରରେ ରହୁଥିବା ଆଲୋକ ଶ୍ରୀବାସ୍ତବ ମେଡିକାଲ କଲେଜରେ ଚୁକ୍ତିଭିତ୍ତିକ କର୍ମଚାରୀ ଭାବରେ କାର୍ଯ୍ୟରତ ଅଛନ୍ତି । ସେ ମୁଖ୍ୟ କାର୍ଯ୍ୟାଳୟର କିରାଣୀଙ୍କ କାମ ଦେଖୁଛନ୍ତି । ୨୦୧୩ ମସିହାରେ ମିର୍ଜାପୁର ଜିଲ୍ଲାର ଲୋହଡି ରୋଡ ମାଧବକୁଞ୍ଜ ବାସିନ୍ଦା ରୁପାଲି ଶ୍ରୀବାସ୍ତବଙ୍କୁ ବିବାହ କରିଥିଲେ । ପ୍ରଥମ ପତ୍ନୀ ରୁପାଲିଙ୍କ ଅଭିଯୋଗ ଅନୁଯାୟୀ ବିବାହର ଏକ ବର୍ଷ ପରେ ଏବଂ ୨୦୧୬ ମସିହାରେ ଦୁଇଟି ଝିଅ ଜନ୍ମ ହୋଇଥିଲେ । ଯାହା ଫଳରେ ଆଲୋକ ତାଙ୍କୁ ଛାଡିଦେଇଥିଲେ । ସେ ଦଶ ମାସ ପୂର୍ବରୁ ପ୍ରୀତି ନାମକ ଜଣେ ମହିଳାଙ୍କୁ  ବିବାହ କରିଥିବା ରୁପାଲି ଅଭିଯୋଗ କରିଛନ୍ତି । ବୁଧବାର ପ୍ରଥମ ପତ୍ନୀ ଜିଲ୍ଲା ଅଧିକାରୀଙ୍କ ନିକଟରେ ତାଙ୍କ ସମସ୍ୟା ସମ୍ପର୍କରେ କହିଥିଲେ । ଅଭିଯୋଗ ଆଧାରରେ ମାମଲା ଦାୟର କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

ମେଡିକାଲ କଲେଜ ବହରାଇଚ ପ୍ରିନ୍ସପାଲ ଏ.କେ. ସାହନି କହିଛନ୍ତି ଯେ, କର୍ମଚାରୀ ଆଲୋକ ଶ୍ରୀବାସ୍ତବ ଦ୍ବିତୀୟ ବିବାହ କରିଥିବା ସାମ୍ନାକୁ ଆସିଛି । ଆବେଦନ ପତ୍ର ମିଳିବା ତାଙ୍କଠାରୁ ସୂଚନା ମଗାଯାଇଛି । ଉତ୍ତର ପାଇବା ପରେ ଆଗାମୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

   Related Posts