ସଲମାନ ଜେଲ୍ ଥିବାବେଳର ଦୁଃଖ ବଖାଣିଲେ ବାପା ସଲିମ୍ ଖାନ୍ ; କହିଲେ ପ୍ରତିଟି ସେକେଣ୍ଡ ଥିଲା ଯନ୍ତ୍ରଣାଦାୟକ
25/03/2020 at 7:26 PM

ମୁମ୍ବାଇ ୨୫/୩: ଫିଲ୍ମ ଲେଖକ ସଲିମ୍ ଖାନ୍ ,ସଲମାନ ଖାନଙ୍କ ଜେଲ୍ ରହଣି ସମୟରେ ନିଜ ଅନୁଭବ ବିଷୟରେ ଖୁଲାସା କରିଛନ୍ତି ଯେ ସେ ପାଣି ପିଇବା ସମୟରେ ବି ନିଜକୁ ଦୋଷୀ ଅନୁଭବ କରିଥିଲେ।

୨୦୧୯ମସିହାରେ ଏକ ସାକ୍ଷାତକାରରେ ଅଭିନେତା ସଲମାନ ଖାନଙ୍କ ବାପା ସଲିମ୍ ଖାନ୍ ଏକ ରହସ୍ୟ ଉନ୍ମୋଚନ କରିଥିଲେ। ସଲମାନ ଜେଲରେ ଥିବାବେଳେ ତାଙ୍କ ପରିବାର ଉପରେ କି ପ୍ରଭାବ ପଡ଼ିଥିଲା ସେ ବିଷୟରେ ଏହି ସାକ୍ଷାତକାରରେ କହିଥିଲେ।

ସଲିମ୍ କହିଥିଲେ,‘ ଦୁର୍ଘଟଣା ମାମଲାରେ ସଲମାନ ଖାନ୍ ୧୮ଦିନ ଜେଲରେ ଥିଲେ। ୧୮ଦିନ ଜେଲରେ ରହିବା ପରେ ତାଙ୍କୁ ଜାମିନ ମିଳିଥିଲା। ସେ ପାଣି ପିଇବାବେଳେ ମଧ୍ୟ ନିଜକୁ ଦୋଷୀ ଅନୁଭବ କରିଥିଲେ। ରାତିରେ ଶୋଇବାବେଳେ ଏସି ଚଲାଇବାବେଳେ ମଧ୍ୟ ଅନୁତାପ କରୁଥିଲେ। ସଲମାନ ଜେଲରେ କିପରି ରହୁଥିବେ କିପରି ଶୋଉଥିବେ ସେ କଥା ଭାବି ଭାବି ତାଙ୍କ ଦିନ ଅତିବାହିତ ହେଉଥିଲା। ସଲମାନ କହିଥିଲେ ଯେ ସେ ଦରିରେ ଶୋଉଥିଲେ। ତାଙ୍କ ଶୋଇବା ସ୍ଥାନ ପାଖରେ ଏକ ବାଲଟି ରଖା ଯାଇଥିଲା ଏବଂ ବିନା ପଙ୍ଖାରେ ତାଙ୍କୁ ଜେଲରେ ରହିବାକୁ ପଡ଼ିଥିଲା।

ସଲିମ୍ ଖାନ୍ ଯୋଧପୁର ଜେଲରେ ଥିବାବେଳେ ସଲମାନ ଖାନଙ୍କ ସହ ସାକ୍ଷାତ କରୁଥିଲେ। ସଲିମ୍ ଖାନ୍ କହିଥିଲେ,ସଲମାନ ଖାନ୍ ୩୪୩ ନମ୍ବର କଏଦୀ ଥିଲେ। ସେ ଯୋଧପୁର ଯାଇଥିବାବେଳେ ଜେଲ୍ କର୍ମଚାରୀମାନେ ୩୪୩ ନମ୍ବର କଏଦୀଙ୍କୁ ଆଣିବାକୁ କହିଥିଲେ। ସେତେବେଳେ ସେ ବୁଝିପାରିଥିଲେ ସେ ୩୪୩ ନମ୍ବର କଏଦୀ ହେଉଛନ୍ତି ସଲମାନ ଖାନ୍। ସଲିମଙ୍କ ଆଖିରେ ଲୁହ ଆସି ଯାଇଥିଲା। ସଲମାନ ମଧ୍ୟ ତାଙ୍କ ବାପା ମାଆଙ୍କ ମନରେ ଦୁଃଖ ଦେଇଥିବାରୁ ଅନୁତପ୍ତ ଥିଲେ।
