ଐଶ୍ଚର୍ଯ୍ୟାଙ୍କ ଫ୍ଲାଟ୍ ବାହାରେ ୩ଟା ରାତି ଯାଏଁ କ’ଣ କରୁଥିଲେ ସଲମାନ ଖାନ୍ ,କାହିଁକି ଦେଇଥିଲେ ଆତ୍ମହତ୍ୟା ଧମକ : ଜାଣନ୍ତୁ

Published By : Prameya-News7 Bureau | April 14, 2019 IST

ମୁମ୍ବାଇ ୧୪/୪: ସଲମାନ ଖାନ ଏବଂ ଐଶ୍ଚର୍ଯ୍ୟା ରାୟଙ୍କ ପ୍ରେମ କାହାଣୀ ଆଜି ବି ଲୋକେ ଜାଣିବାକୁ ଚାହାନ୍ତି। ଦୁହିଁଙ୍କ ସମ୍ପର୍କରେ କିଛି ଦିନ ପରେ ଫାଟ ସୃଷ୍ଟି ହୋଇଥିଲା। ନିକଟରେ ଦୁହିଁଙ୍କର ୨୦ବର୍ଷ ପୁରୁଣା ଏକ ଫଟୋ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଐଶ୍ଚର୍ଯ୍ୟା ଏବଂ ସଲମାନ ଏକାଠି ବସିଥିବା ଦେଖାଯାଇଛି।

{"id":103366,"width":593,"height":335}

ଏହା ସେହି ସମୟର ଯେବେ ଦୁହେଁ ପ୍ରେମରେ ଥିଲେ। ଦୁହେଁ ସଞ୍ଜୟ ଲୀଲା ଭନସାଲିଙ୍କ ଫିଲ୍ମ ‘ହମ ଦିଲ ଦେ ଚୁକେ ସନମ’ ଫିଲ୍ମରେ କାମ କରିଥିଲେ। ଏହି ଫିଲ୍ମର ସୁଟିଂ ସମୟ​‌ରେ ଉଭୟଙ୍କର ପ୍ରେମ ଆରମ୍ଭ ହୋଇଥିଲା। ଉଭୟଙ୍କ ପ୍ରେମ ଖବର ମିଡିଆ ପାଖକୁ ପହଞ୍ଚିବାକୁ ଅଧିକ ସମୟ ଲାଗିନଥିଲା। ସଲମାନ ଏବଂ ଐଶ୍ଚର୍ଯ୍ୟା ମଧ୍ୟ ତାଙ୍କ ଖୋଲାଖୋଲି ପ୍ରେମ କରିଥିଲେ।

{"id":103369,"width":594,"height":334}

ଐଶ୍ଚର୍ଯ୍ୟା ,ସଲମାନଙ୍କ ସହ ଏବଂ ତାଙ୍କ ପରିବାର ସହ ପୂରା ଭଲ ଭାବେ ମିଶିଯାଇଥିଲେ। ସଲମାନଙ୍କ ଭଉଣୀ ଅଲବିରା ଏବଂ ଅର୍ପିତାଙ୍କ ସହିତ ଐଶ୍ଚର୍ଯ୍ୟାଙ୍କ ବଣ୍ଡିଙ୍ଗ୍ ଅତ୍ୟନ୍ତ ଭଲ ଥିଲା। ଐଶ୍ଚର୍ଯ୍ୟାଙ୍କ ବାପା ଏହି ସମ୍ପର୍କକୁ ବିରୋଧ କରିଥିଲେ। କିନ୍ତୁ ହଠାତ୍ ଗୋଟିଏ ଦିନ ଖବର ଆସିଥିଲା ଯେ ଉଭୟଙ୍କ ସମ୍ପର୍କରେ କିଛି ଠିକ୍ ଚାଲୁନାହିଁ।

{"id":103370,"width":593,"height":361}

କେତେକ ପ୍ରତ୍ୟେକ୍ଷଦର୍ଶୀଙ୍କ ମତରେ ୨୦୦୧ମସିହାରେ ନଭେମ୍ବରରେ ସଲମାନ,ଐଶ୍ଚର୍ଯ୍ୟାଙ୍କ ଫ୍ଲାଟକୁ ପହଞ୍ଚିଥିଲେ ଏବଂ ଜୋରରେ କବାଟ ପିଟିବାକୁ ଲାଗିଥିଲେ। ସେ କହୁଥିଲେ ମୋତେ ଭିତରକୁ ଆସିବାକୁ ଦିଅ। କେତେକ ଲୋକେ କହିଥିଲେ ଯେ ସଲମାନ କହୁଥିଲେ ଯଦି ଐଶ୍ଚର୍ଯ୍ୟା ତାଙ୍କୁ ଭିତରକୁ ଆସିବାକୁ ନ ଦିଅନ୍ତି ତେବେ ସେ ଆତ୍ମହତ୍ୟା କରିଦେବେ।

{"id":103371,"width":595,"height":397}

ଏହି ନାଟକ ସକାଳ ୩ଟା ଯାଏଁ ଚାଲିଥିଲା। ଏହାପରେ ଐଶ୍ଚର୍ଯ୍ୟା ,ସଲମାନଙ୍କୁ ଭିତରକୁ ଡାକିଥିଲେ। ସଲମାନ,ଐଶ୍ଚର୍ଯ୍ୟାଙ୍କୁ ବିବାହର ପ୍ରତିଶ୍ରୃତି ମାଗିବାକୁ ଆସିଥିଲେ। କିନ୍ତୁ ଐଶ୍ଚର୍ଯ୍ୟା ନିଜ କ୍ୟାରିୟର ଉପରେ ଫୋକସ୍ କରିବାକୁ ଚାହୁଁଥିଲେ। ଏହି କଥା ପାଇଁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।

{"id":103372,"width":596,"height":447}

ଐଶ୍ଚର୍ଯ୍ୟାଙ୍କ ସହ ଝଗଡ଼ାକୁ ନେଇ ସଲମାନ କହିଥିଲେ –‘ ଯଦି କୈାଣସି ସମ୍ପର୍କରେ ଝଗଡ଼ା ନ ହୋଇଥାଏ ତେବେ ସେହି ସମ୍ପର୍କରେ ପ୍ରେମ ମଧ୍ୟ ନଥାଏ। ମୁଁ କେବେ କୈାଣସି ବାହାର ଲୋକଙ୍କ ସହ ଝଗଡ଼ା କରି ନଥାଏ। ଯଦି ମୁଁ ଝଗଡ଼ା କରୁଛି ତେବେ ଏହା ଅର୍ଥ ପ୍ରେମ’। ଏହିପରି ଭାବେ ସଲମାନ ଏବଂ ଐଶ୍ଚର୍ଯ୍ୟାଙ୍କ ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟ ହୋଇଥିଲା ଏବଂ ଧୀରେ ଧୀରେ ଦୁହେଁ ଅଲଗା ହୋଇଯାଇଥିଲେ।

{"id":103374,"width":593,"height":333}

ବ୍ରେକ ଅପ ପରେ ଐଶ୍ଚର୍ଯ୍ୟା ଏକ ସାକ୍ଷାତକାରରେ କହିଥିଲେ ଯେ –‘ ସେ ମୋତେ କଲ୍ କରି ବେକାର କଥା କହୁଛି। ମୋ ସବୁ କୋଷ୍ଟାରଙ୍କ ସହ ମୋ ନାଁ ଯୋଡ଼ା ଯାଉଥିଲା। ଥରେ ସେ ମୋ ଉପରକୁ ହାତ ଉଠାଇଥିଲା। ଭାଗ୍ୟ ଭଲ କିଛି ଚିହ୍ନ ହୋଇନଥିଲା। ମୁଁ ସୁଟିଙ୍ଗକୁ ଏପରି ଅବସ୍ଥାରେ ଯାଇଥିଲି ଯେପରି କିଛି ହୋଇନାହିଁ। ସଲମାନ ସବୁଆଡ଼େ ମୋର ପିଛା କରୁଥିଲେ। ଯେତେବେଳେ ମୁଁ ତାଙ୍କ ଫୋନ୍ ଉଠାଇନଥିଲି ସେତେବେଳେ ନେ ନିଜକୁ କ୍ଷତି ପହଞ୍ଚାଇଥିଲେ।’

{"id":103375,"width":593,"height":445}

   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.