ଭାଇଜାନ ସଲମାନ ଖାନ ଜିମ୍ ଯିବା ବନ୍ଦ କରିଦେଲେ ଏମିତି ଦେଖା ଯାଆନ୍ତି, ଦେଖନ୍ତୁ ଫଟୋ

Published By : Prameya-News7 Bureau | October 08, 2019 IST

ମୁମ୍ବାଇ୮|୧୦: ଅଧିକାଂଶ ସମୟରେ ବଲିଉଡର ଭାଇଜାନ ସଲମାନ ଖାନଙ୍କ ବଡିକୁ ନେଇ ଚର୍ଚ୍ଚା ହୋଇଥାଏ। ସଲମାନଙ୍କ ଫିଟ୍‌ନେସ ସୁସ୍ଥ ଶରୀର ଗଠନ କରିବା ପାଇଁ ଯୁବପୀଢ଼ିଙ୍କୁ ପ୍ରେରଣା ଦେଇଥାଏ। କିନ୍ତୁ ଏବେ ମଜାଦାର କଥା ସାମ୍ନାକୁ ଆସିଛି। ଯଦି ସଲମାନ ଖାନ ଓ୍ବାର୍କ ଆଉଟ କରିବା ବନ୍ଦ କରିନ୍ତି ତେବେ ସେ କେମିତି ଦେଖାଯିବେ।

ଏହି ଫଟୋରେ ସଲମାନ ଧୋତି ପିନ୍ଧିଛନ୍ତି। ଏ ଫଟୋରେ ସଲମାନଙ୍କ ଶରୀରର ପେଟ ଅଂଶ ବାହାରି ପଡିଛି। ଏହି କଥାକୁ ସଲମାନଙ୍କ ପ୍ରଶଂସକ ତାଙ୍କ ବଡି ଉପରେ ମତ ଦେଇଛନ୍ତି। ସଲମାନଙ୍କ ଫଟୋରୁ ସ୍ପଷ୍ଟ ଜଣା ପଡୁଛି ଯେ ବିଜ୍ଞାପନ ସୁଟିଂ କରିବା ପୂର୍ବରୁ ସେ ଜିମ୍ କରିବା ଛାଡି ଦେଇଥିଲେ। ପ୍ରଶଂସକଙ୍କ କହିବା ଅନୁସାରେ ସଲମାନ ଜିମ୍ ଯିବା ବନ୍ଦ କରି ଦେଲେ ତାଙ୍କ ପେଟ ବାହାରି ଥାଏ। କିନ୍ତୁ କିଛିଦିନ ପରେ ସଲମାନ ପୁଣି ଜିମ୍‌ ଯାଇ ନିଜର ଫିଟ୍‌ ବନେଇଥିଲେ। 

{"id":167725,"width":568,"height":710}

ଅଧିକାଂଶ ସମୟରେ ସଲମାନ ସାର୍ଟଲେସ୍‌ରେ ଫିଲ୍ମରେ ନଜର ଆସିଥାନ୍ତି । ତାଙ୍କ ଅଭିନୀତ କିଛି ଫିଲ୍ମରେ ସଲମାନ ଖାନଙ୍କ ପେଟ ବାହିଥିବାର ନଜର ଆସିଥାଏ। ସଲମାନ ଖାନ ଜିମ୍‌ ନ ଯିବାଫଳରେ ଏପରି ଦେଖା ଯାଆନ୍ତି ବୋଲି ତାଙ୍କ ପ୍ରଶଂସକ କହିଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.