ସଡକ ପଥରେ ଯାନବାହାନ ପାଇଁ ଆଇନ କାନୁନ ଏତେ କଡାକଡି, ଜଳପଥରେ କେବେ ? ବିପଦପୂର୍ଣ୍ଣ ଭାବେ ନଦୀ ପାରହେଉଛନ୍ତି ହଜାର ହଜାର ଜଳଯାତ୍ରୀ ...

Published By : Prameya-News7 Bureau | September 14, 2019 IST

ଚାନ୍ଦବାଲି୧୪|୯: ସରକାରଙ୍କ ପକ୍ଷରୁ ସଡ଼କ ଦୁର୍ଘଟଣା ରୋକିବା ପାଇଁ ସଡ଼କ ସୁରକ୍ଷା ଆଇନକୁ କଢ଼।କଡ଼ି କରାଯାଇଛି । ହଲେ ଜଳପଥ ପରିବହନର ଆଇନ୍ ରହିଥିଲେ ମଧ୍ୟ ତାହା ପାଳନ କରାଯାଉନାହିଁ । ସମସ୍ତ ଫେରୀଘାଟ ମାନଙ୍କରେ ବିପଦପୁର୍ଣ୍ଣ ଭାବେ ପ୍ରତିଦିନ ହଜାର ହଜାର ଯାତ୍ରୀ ନଦୀ ପାର ହେଉଛନ୍ତି । କେବଳ ନଦୀ ପାର ହେଉନାହାନ୍ତି,  ପ୍ରତିଦିନ ଜୀବନକୁ ବାଜି ଲଗାଇ ବୋଟରେ ଯାତାୟତ କରୁଛନ୍ତି।

{"id":157407}

ସରକାରଙ୍କ ନିର୍ଦଶେନାମା ରହିଛି ଜଳଯାତ୍ରୀ ନଦୀପାର ହେବା ସମୟରେ ଲାଇଫ୍ ଜାକେଟ ବ୍ୟବହାର କରିବେ ଏବଂ ଫେରୀଘାଟରେ ବୋଟ ଗୁଡ଼କ କ୍ଷମତା ଠରୁ କମ ଯାତ୍ରୀ ପରିବହନ କରିବେ । ହଲେ ଏହି ନିୟମ କେବଳ ନିର୍ଦଶେ ନାମାରେ ରହିଯାଇଛି । ବୋଟ ଗୁଡ଼କିରେ ନା ଅଛି ଲାଇଫ୍ ଜାକେଟ୍  ନା ବୋଟ ଗୁଡ଼କ ନିଜର କ୍ଷମତା ଠାରୁ କମ ଯାତ୍ରୀ ପରିବହନ କରୁଛନ୍ତି ।ପ୍ରାୟ ସବୁ ଫେରୀଘାଟରେ ଓଭରଲୋଡ଼ିଂ କରି ନାବିକ ମାନେ କରୁଛନ୍ତି  ଯାତ୍ରୀ ପରିବହନ ।

{"id":157409}

ସଡ଼କ ସୁରକ୍ଷା ଆଇନ ପ୍ରତି ସରକାର କଡ଼। ଅଇନ ପ୍ରଣୟନ କରିବା ସହ  କଡାକଡିଭାବେ ଲାଗୁ କରୁଛନ୍ତି ।  ତବେ ଜଳପଥ ପାଇଁ ଥିବା  ଆଇନ କାହଁକି ଏତେ ଫିକା ପଡ଼ଛି ?  ଜଳପଥରେ ଯାତାୟତ କରୁଥିବା ଯାତ୍ରୀଙ୍କ ଜୀବନ ସୁରକ୍ଷା ପାଇଁ କାହଁକି ସରକାର ତତ୍ପରତା ଦେଖାଉ ନାହାନ୍ତି । ଜଳପଥର ଯାତ୍ରୀଙ୍କ ଜୀବନ କଣ ଜୀବନ ନୁହେଁ ? 

{"id":157410}

ଚାନ୍ଦବଲି ବ୍ଲକରେ ବିପଦପୂର୍ଣ୍ଣ ଭାବେ ନଦୀପାର ହେବା ଘଟଣା ଦିନେ ନୁହେଁ କି ବର୍ଷେ ନୁହେଁ ଶହ ଶହ ବର୍ଷ ହେଲା ଚାଲିଛି । ଅନେକ ଥର ଦୁର୍ଘଟଣା ଘଟି ଜୀବନ ମଧ୍ୟ ଯାଇଛି ।  ଚାନ୍ଦବାଲି ବ୍ଳକରେ ୩ଟି ନଦୀ ଉପରେ ରହିଛି ୭ଟି ଫେରୀଘାଟ । ଚାନ୍ଦବାଲି ମନ୍ତେଇେ ଦନୀ ଉପରେ (ହବାଳି ,ବାଂଶଡ଼।, ଚୈଧୁରୀ, ବାଲିଆପାଳ, ପଂଚୁଟିକିରି ) ଫେରୀଘାଟ ଥିବାବେଳେ ବୈତରଣୀ ଦନୀରେ  (ତିନିତର) ଫେରୀଘାଟ ଓ ସାଳନ୍ଦି ନଦୀର (ଧାନଖଣିଆ) ଫେରୀଘାଟ ରହିଛି ।

{"id":157411}

 ଏହି ୭ଟି ଫେରୀଘାଟରେ ପ୍ରତିଦିନ ହଜାର ହଜାର ଯାତ୍ରୀ ନଦୀପାର ହେଉଛନ୍ତି । ଧାମରରେ ଆଦାନୀପୋର୍ଟ ଓ ଆରଡ଼ରି ବାବା ଅଖଣ୍ଡଳମଣି ପୀଠ ଏବଂ ଚାନ୍ଦବାଲି ବ୍ଲକ, ତହସିଲ କାର୍ଯୟାଳୟକୁ  ପ୍ରତିଦିନ ହଜାର ହଜାର ଲୋକ ନିଜର କାର୍ଯ୍ୟ ପାଇଁ  ନଦୀ ପାର ହୋଇ ଯା ଆସ କରନ୍ତି  । 

{"id":157412}

ଏହି ତିନୋଟି ନଦୀରେ ଏବେ ମାଳମାଳ କୁମ୍ଭୀର , ଫେରୀ ଘାଟ ମାନଙ୍କରେ ନିଲାମ ଧାରୀ ମାନେ ମନଇଛା ବୋଟରେ ଗାଡ଼ମିଟର ଲୋଡ଼ କରି ଅସୁରକ୍ଷତ ଭାବରେ ଯାତ୍ରୀ ପରିବହନ କରୁଛନ୍ତି । ସେପଟେ ପ୍ରଶାସନ ପକ୍ଷରୁ ଲୋକଙ୍କର ଧନଜୀବନ ସୁରକ୍ଷା ପାଇଁ କୋଣସି ଫେରୀ ଘାଟରେ ସୁରକ୍ଷା ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆ ଯାଉନାହିଁ ।

{"id":157413}

ଚିଲିକା ପରେ ଏବେ ନିକଟରେ କେନ୍ଦ୍ରପଡ଼।ରେ ଡ଼ଙ୍ଗା ବୁଡ଼ି ପରେ ସରକାର ଓ ପ୍ରଶାସନିକ ଅଧତ୍କାରୀଙ୍କର ଲୋକଙ୍କର ଧନଜୀବନ ସୁରକ୍ଷା ପାଇଁ ଚେତା ପଶୁନି । ଏପଟେ ଫେରିଘାଟ ମାନଙ୍କରେ ଯେ କୈ।ଣସି ମୁହୁର୍ତ୍ତରେ ବୋଟ ବୁଡ଼ି ହେବା ସହ ଶତାଧତ୍କ ଲୋକଙ୍କର ପ୍ରାଣହାନୀ ଆଶଂକା ରହୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.