ରିୟା ଚକ୍ରବର୍ତ୍ତୀଙ୍କ ମିଡିଆ ଟ୍ରାଏଲକୁ ରେଖାଙ୍କ ସହ କରାଗଲା ତୂଳନା, ଅଭିନେତ୍ରୀଙ୍କ ସ୍ଵାମୀ ଆତ୍ମହତ୍ୟା ପରେ ତାଙ୍କୁ କୁହାଯାଇଥିଲା ମଣିଷଖିଆ ଡାହାଣୀ

Published By : Prameya-News7 Bureau | September 13, 2020 IST

ମୁମ୍ବାଇ ୧୩।୦୯: ସୁଶାନ୍ତ ସିଂହ ରାଜପୁତ କେସ୍‌ରେ ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ମିଡିଆ ଟ୍ରାଏଲ ଉପରେ ଗାୟିକା ଚିନ୍ମୟୀ ଶ୍ରୀପଦାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ ରିୟାଙ୍କ ମିଡିଆ ଟ୍ରାଏଲକୁ ରେଖାଙ୍କ ମିଡିଆ ଟ୍ରାଏଲ ସହ ତୂଳନା କରିଛନ୍ତି। ଚିନ୍ମୟୀ ଶ୍ରୀପଦା ରେଖାଙ୍କ ବାୟୋଗ୍ରାଫିର ଏକ ପୋଷ୍ଟ ସେୟାର କରିଛନ୍ତି। ଏଥିରେ ସେ କହିଛନ୍ତି କେମିତି ରେଖାଙ୍କ ସ୍ଵାମୀ ମୁକେଶ ଅଗ୍ରଓ୍ଵାଲଙ୍କ ଆତ୍ମହତ୍ୟା ପରେ ଅଭିନେତ୍ରୀ ରେଖାଙ୍କ ସହିତ ତାଙ୍କ ଶ୍ଵଶ୍ଵର ଘର ଲୋକ କେମିତି ବ୍ୟବହାର କରୁଥିଲେ।

୧୯୯୦ ଅକ୍ଟୋବର ୨ରେ ମୁକେଶ ଆତ୍ମହତ୍ୟା କରିଥିଲେ। ସେ ରେଖାଙ୍କ ଦୁପଟ୍ଟାରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ। ରେଖାଙ୍କୁ ମୁକେଶଙ୍କ ଡିପ୍ରେସନ ବିଷୟରେ ବିବାହ ପରେ ଜାଣିବାକୁ ପାଇଥିଲେ।

wp:html /wp:html

କଣ ଘଟିଥିଲା

୧ – ସମଗ୍ର ଦେଶରେ witchhunt  ଚାଲିଥିଲା। ଦେଶବାସୀ ରେଖାଙ୍କୁ ବହୁତ ଗାଳି ଦେବା ସହ ଏପରିକି ତାଙ୍କୁ ମଣିଷମରା ଡାହାଣୀ କହିଥିଲେ।

୨ – ମୁକେଶଙ୍କ ମା ଗଣମାଧ୍ୟମ ସାମ୍ନାରେ କାନ୍ଦିଥିଲେ ଏବଂ କହିଥିଲେ ସେହି ଡାହାଣୀ ମୋ ପୁଅକୁ ଖାଇଗଲା। ଭଗବାନ ତାକୁ କେବେ କ୍ଷମା ଦେବେନି।

୩ – ମୁକେଶଙ୍କ ଭାଇ ଅନିଲ ଗୁପ୍ତା କହିଛନ୍ତି ମୋ ଭାଇ ରେଖାଙ୍କୁ ବହୁତ ଭଲ ପାଉଥିଲେ। ସେ ତାଙ୍କ ପାଇଁ କିଛି  ବି କରିବାକୁ ପ୍ରସ୍ତୁତ ଥିଲେ। ରେଖା ତାଙ୍କ ସହ  ଯାହା କରୁଥିଲେ ଭାଇ ତାକୁ ବରଦାସ୍ତ କରିପାରିନଥିଲେ। ଏବେ ସେ କଣ ଚାହୁଛନ୍ତି, କଣ ତାଙ୍କ ନଜର ଆମ ଧନ ସଂପତ୍ତି ଉପରେ  ରହିଛି।

୪ – ସୁଭାଷ ଘାଇ କହିଥିଲେ ରେଖା ପୂରା ଫିଲ୍ମ ଇଣ୍ଡଷ୍ଟ୍ରୀର ମୁହଁ କଳା କରିଛନ୍ତି, ଯାହା ସହଜରେ ଲିଭିବ ନାହିଁ। ମୋତେ ଲାଗୁଛି ଏହା ପରେ କୌଣସି ବି ପ୍ରତିଷ୍ଠିତ ପରିବାର କୌଣସି ଅଭିନେତ୍ରୀଙ୍କୁ ନିଜ ପରିବାରର ବୋହୂ କରିବା ପୂର୍ବରୁ ୪ ଥର ଚିନ୍ତା କରିବେ। ଭାବି ନିଅନ୍ତୁ ଏବେ ରେଖାଙ୍କ କ୍ୟାରିୟର ସମାପ୍ତ ହୋଇଗଲା। କୌଣସି ବି ବୁଝିବାବାଲା ନିର୍ଦ୍ଦେଶକ ରେଖାଙ୍କୁ ନିଜ ଫିଲ୍ମରେ ନେବେ ନାହିଁ କାରଣ ଦର୍ଶକ ଏବେ ରେଖାଙ୍କୁ ଭାରତର ନାରୀ କିମ୍ବା ନ୍ୟାୟର ଦେବୀ ଭାବେ ସ୍ଵୀକାର କରିବେ ନାହିଁ।

୫ – ଅନୁପମ ଖେର କହିଥିଲେ ରେଖା ଏବେ ଜଣେ ରାଷ୍ଟ୍ରୀୟ ଖଳନାୟକ ହୋଇ ସାରିଛନ୍ତି। ମୁଁ ଜାଣି ପାରୁନାହିଁ ଯେ ଯଦି ସେ ମୋ ସାମ୍ନାକୁ ଆସନ୍ତି ତେବେ ମୋର ପ୍ରତିକ୍ରିୟା କଣ ରହିବ।

୬ – ରେଖାଙ୍କୁ ନେଇ ଗୋଟିଏ ପରେ ଗୋଟିଏ ଅପଶବ୍ଦ ହେଡ୍‌ଲାଇନ୍‌ ଲେଖା ଯାଇଥିଲା। ୧୯୯୦ରୁ ୨୦୨୦ ପର୍ଯ୍ୟନ୍ତ, ୩୦ ବର୍ଷ ବିତିଗଲାଣି ଏବଂ ଆଜି ମଧ୍ୟ ସେମିତି ଲୋକଙ୍କ ପ୍ରତିକ୍ରିୟା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.