Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ମୁସଲିମ ବୃଦ୍ଧଙ୍କୁ ମାଡ ମାରିବା ଘଟଣାରେ ସମାଲୋଚନା କଲେ ରାହୁଲ, ଯୋଗୀ ଆଦିତ୍ୟନାଥଙ୍କ ଜବାବ- ଆପଣଙ୍କୁ ଲଜ୍ଜା ଲାଗିବା ଉଚିତ୍

15/06/2021 at 10:10 PM

ଲକ୍ଷ୍ନୌ ୧୫।୦୬: ଉତ୍ତର ପ୍ରଦେଶର ଗାଜିଆବାଦରେ ଜଣେ ବୃଦ୍ଧ ମୁସଲିମ ବ୍ୟକ୍ତିଙ୍କୁ ମାଡ ମାରି ବଳପୂର୍ବକ ଧାର୍ମିକ ନାରା ଲଗାଇବା ଅଭିଯୋଗ ପରେ ଉତ୍ତର ପ୍ରଦେଶଠୁ ନେଇ ଜାତୀୟ ରାଜନୀତି ଉଷ୍ମ ହୋଇ ଉଠିଛି। ଏହି ମାମଲାରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଶାଣିତ ସ୍ଵରରେ ସମାଲୋଚନା କରିଛନ୍ତି। ଏହା ପୂର୍ବରୁ ରାହୁଲ ଗାନ୍ଧୀ ଶ୍ରୀରାମଙ୍କ ନାମ ଲେଖି ଯୋଗୀଙ୍କୁ ଘେରିବାକୁ ଉଦ୍ୟମ କରିଥିଲେ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବେ ରାହୁଲ ଗାନ୍ଧୀଙ୍କୁ ଜବାବ ଦେଇଛନ୍ତି । ସେ ରାହୁଲଙ୍କୁ ଉପଦେଶ ଦେଇ କହିଛନ୍ତି, ପ୍ରଭୁ ଶ୍ରୀରାମଙ୍କ ପ୍ରଥମ ଶିକ୍ଷା ଏହା ଯେ- ସର୍ବଦା ସତ କହିବେ, ଯାହା ଆପଣ ଜୀବନରେ କେବେ କରି ନାହାନ୍ତି। ଆପଣଙ୍କୁ ଲଜ୍ଜା ଲାଗିବା ଉଚିତ୍ ଯେ, ପୋଲିସ ଘଟଣାର ସତ୍ୟତା କହିବା ପରେ ମଧ୍ୟ ଆପଣ ସମାଜରେ ଘୃଣା ପ୍ରଚାର କରିବାରେ ଲାଗିଛନ୍ତି। କ୍ଷମତା ଲୋଭରେ ମାନବିକତାକୁ କୁଠାରଘାତ କରୁଛନ୍ତି। ଉତ୍ତର ପ୍ରଦେଶର ଜନତାଙ୍କୁ ଅପମାନିତ କରନ୍ତୁ ନାହିଁ। ସେମାନଙ୍କୁ ବଦନାମ କରିବା ବନ୍ଦ କରନ୍ତୁ ବୋଲି ଯୋଗୀ କହିଛନ୍ତି।

ସୂଚନାଯୋଗ୍ୟ, ସାମାଜିକ ଗଣାମଧ୍ୟମରେ ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ ଜଣେ ମୁସଲିମ ବୃଦ୍ଧଙ୍କୁ ଚାରି ଜଣ ଅଜଣା ଲୋକ ଗାଜିଆବାଦର ଏକ ଶୂନଶାନ କୋଠା ଭିତରକୁ ନେଇ ଜୟ ଶ୍ରୀରାମ ନାରା ଦେବାକୁ ବାଧ୍ୟ କରୁଛନ୍ତି। ମାଡ ମାରିବା ଏବଂ ଦାଢି କାଟିବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି।

ଏହି ଘଟଣାରେ ପୋଲିସ ମାମଲା ରୁଜୁ କରିଛି। ପରବେଶ ଗୁଜର ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏହି ଘଟଣା ଜୁନ ୫ରେ ଘଟିଥିଲା। ମାତ୍ର ପୋଲିସକୁ ଘଟଣାର ସୂଚନା ୨ ଦିନ ପରେ ମିଳିଥିଲା। ପୋଲିସ ଅନୁଯାୟୀ, ଏହି ଘଟଣା ପଛର କାରଣ ତନ୍ତ୍ର ମନ୍ତ୍ର ରହିଛି। ପୀଡିତ ବୃଦ୍ଧ ବ୍ୟକ୍ତି ଅଭିଯୁକ୍ତଙ୍କୁ କିଛି ଲକେଟ୍ ଦେଇଥିଲେ।  ହେଲେ କିଛି ପରିଣାମ ନଆସିବାରୁ ସେମାନେ ଏମିତି କାଣ୍ଡ ଭିଆଇଥିଲେ। ପୋଲିସ ଏହା ମଧ୍ୟ କହିଛନ୍ତି ଯେ, ପୀଡିତ ବୃଦ୍ଧ ନିଜ ଏଫଆଇଆରରେ ଜୟ ଶ୍ରୀରାମ ନାରା ଲଗାଇବା ଏବଂ ଦାଢି କାଟିବା କଥା ଉଲ୍ଲେଖ କରି ନାହାନ୍ତି ବୋଲି ପୋଲିସ କହିଛି।

   Related Posts