କରୋନା ବିରୋଧରେ ପିଭି ସିନ୍ଧୁଙ୍କ ଲଢ଼େଇ : ଇଂଲଣ୍ଡ ଗଲେ ଖେଳିବାକୁ

Published By : Prameya-News7 Bureau | March 21, 2020 IST

ନୂଆଦିଲ୍ଲୀ ୨୧/୩: ଭାରତ ସରକାରଙ୍କ ଯାତ୍ରା ସମ୍ବନ୍ଧୀୟ କଟକଣା ପରେ ପିଭି ସିନ୍ଧୁଙ୍କୁ ଅଲ୍ ଇଂଲଣ୍ଡ ବ୍ୟାଡମିଣ୍ଟନ୍ ଚାମ୍ପିଅନଶିପରୁ ଓହରିବାର ବିକଳ୍ପ ଦିଆଯାଇଥିଲା କିନ୍ତୁ ସେ କରୋନା ମହାମାରୀ ସତ୍ବେ ଖେଳିବାର ନିଷ୍ପତ୍ତି ନେଇଛନ୍ତି। ସରକାର ମାର୍ଚ୍ଚ ୧୧ତାରିଖରେ ଯାତ୍ରା ସମ୍ବନ୍ଧୀୟ ସଂଶୋଧିତ ପରାମର୍ଶ ଜାରି କରିଥିଲେ,ଯାହା ଅନୁସାରେ ଅପ୍ରେଲ୍ ଯାଏଁ ସମସ୍ତ ଭିସା ରଦ୍ଦ କରି ଦିଆଯାଇଥିଲା। ଏହା ସହିତ ସମସ୍ତ ଭାରତୀୟଙ୍କୁ ପ୍ରଭାବିତ ଦେଶଗୁଡ଼ିକରୁ ନିଜ ଦେଶକୁ ଫେରିବାକୁ କୁହାଯାଇଥିଲା।

ଇଂଲଣ୍ଡରେ ମଧ୍ୟ କରୋନା ଭାଇରସ୍ ଅତ୍ୟଧିକ ପ୍ରଭାବ ପକାଇଛି। ସିନ୍ଧୁଙ୍କ ବାପା ପିଭି ରମନ୍ନା କହିଛନ୍ତି,‘ ମାର୍ଚ୍ଚ ୧୧ତାରିଖ ରାତିରେ ଯେତେବେଳେ ପରାମର୍ଶ ଜାରି କରାଯାଇଥିଲା,ତା ପରଦିନ ସକାଳେ ଗୋପି(ପୁଲେଲା ଗୋପିଚନ୍ଦ) ତାଙ୍କୁ କହିଥିଲେ ଯେ ମ୍ୟାଚ୍ ନଖେଳି ଫେରି ଯିବା। ’

ସେ କହିଥିଲେ,‘ କେବଳ ସିନ୍ଧୁ,ଲକ୍ଷ ସେନ,ସିକ୍କି ରେଡ୍ଡୀ ଏବଂ ଅଶ୍ବିନୀ ପୋନପ୍ପା ଦ୍ବିତୀୟ ପର୍ଯ୍ୟାୟରେ ଥିଲେ। ସେମାନେ ଖେଳିବାକୁ ନିଷ୍ପତ୍ତି ନେଇଥିଲେ। ’

ସାଇନା ନେହଓ୍ବାଲ,ପାରୁପଲ୍ଲୀ କଶ୍ୟପ ଏବଂ ବି ସାଇ ପ୍ରଣୀତ ପ୍ରଥମ ପର୍ଯ୍ୟାୟରୁ ବାହାରି ଯାଇଥିଲେ। ଲକ୍ଷ ଦ୍ବିତୀୟ ଅଭିଯାନରେ ହାରି ଯାଇଥିଲେ। ସିନ୍ଧୁ କ୍ବାର୍ଟର ଫାଇନାଲରେ ହାରିଥିଲେ। ରମନ୍ନା କହିଥିଲେ,‘ ଇଂଲଣ୍ଡରେ କେହି ମାସ୍କ ପିନ୍ଧୁନଥିଲେ,କିନ୍ତୁ ସେମାନେ ପିନ୍ଧିଥିଲେ। ସେମାନେ ସତର୍କ ରହିଥିଲେ ଏବଂ ଖାଇବାବେଳେ ମାସ୍କ ଖୋଲୁଥିଲେ। ସେମାନେ ଲଗାତାର ତୁଳସୀ ପତ୍ରକୁ ଗରମ ପାଣି​ରେ ପିଉଥିଲେ।’

ସେ କହିଛନ୍ତି ,‘ ସିନ୍ଧୁ ଆଉ ସେ ଫେରିବା ପରେ ନିଜକୁ ଅଲଗା କରିଛନ୍ତି। ସେମାନେ କାହାକୁ ଦେଖା କରୁନାହାନ୍ତି। ତାଙ୍କ ବଡ଼ ଝିଅ ଘର ପାଖରେ ରୁହନ୍ତି କିନ୍ତୁ ସେମାନେ ତାଙ୍କ ସହ ମଧ୍ୟ ଦେଖା କରି ନାହାନ୍ତି। ସିନ୍ଧୁ ଛାତ ଉପରେ ବ୍ୟାୟାମ କରୁଛନ୍ତି ଏବଂ ଘର ପାଖରେ ଜଗିଂ କରୁଛନ୍ତି’।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.