ଫୈସଲା ଅନ ଦି ସ୍ପଟ : ନାଭା, ଭୋପାଲ ଓ ହାଇଦ୍ରାବାଦରେ କେମିତି ଥିଲା ପୋଲିସର ଆକ୍ସନ
6/12/2019 at 7:28 PM

ଶୁକ୍ରବାର ତେଲେଙ୍ଗାନା ପୋଲିସ ରଙ୍ଗାରେଡ୍ଡୀ ଜିଲ୍ଲା ଶାଦନଗର ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି। ଘଟଣା ସାରା ଦେଶରେ ଦୁଷ୍କର୍ମ ଅପରାଧୀଙ୍କ ଲାଗି ଏକ ଶିକ୍ଷା ହୋଇଥିବା ବେଳେ ପୋଲିସ ଲାଗି କିନ୍ତୁ ନୂଆ ନୁହେଁ। ଯେତେବେଳେ ପୋଲିସ ନିଜ ନିଷ୍ପତ୍ତିରୁ ପଛକୁ ଫେରିବାକୁ ଚାହିଁନି ସେତେବେଳେ ସେଠାରେ ଏଭଳି ‘ଫୈସଲା ଅନ ଦି ସ୍ପଟ’ କରିଛି। ହାଇଦ୍ରାବାଦ ହେଉ କି ନଭା, ଭୋପାଲ ଅଥବା ବଟଲା ହାଉସ୍ ସବୁଠି କରିଛି ଏନକାଉଣ୍ଟର।

ନାଭା ଏନକାଉଣ୍ଟରକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ମଧ୍ୟ ପ୍ରଶଂସା କରିଥିଲେ। ଏଥିରେ ରାଜ୍ୟର ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟର ଭିକ୍କି ଗୌଣ୍ଡର ପ୍ରାଣ ହରାଇଥିଲା। ଏଥିରେ ଗ୍ୟାଙ୍ଗଷ୍ଚରକୁ ଜେଲରୁ ଖସାଇ ନେଇଥିବା ପ୍ରେମା ଲୋହରିଆ ମଧ୍ୟ ପ୍ରାଣ ହରାଇଥିଲା। ୨ ଆତଙ୍କବାଦୀ ଓ ୪ ଗ୍ୟାଙ୍ଗଷ୍ଟର ନାଭା ଜେଲ ଭାଙ୍ଗି ଫେରାର ହେବା ସହ ୧୨ରୁ ଊର୍ଦ୍ଧ୍ୱ କୈଦୀଙ୍କୁ ଜେଲରୁ ଫେରାର କରିଦେଇଥିଲେ। ତେବେ ରାଜସ୍ଥାନ ଶ୍ରୀଗଙ୍ଗାନଗରରେ ପୋଲିସ ସେମାନଙ୍କର ଶେଷ ଖବର ନେଇଥିଲା।
The figures speak for themselves. Jungle Raj is a thing of the past. No longer now.
— UP POLICE (@Uppolice) December 6, 2019
103 criminals killed and 1859 injured in 5178 police engagements in the last more than 2 years.
17745 criminals surrendered or cancelled their own bails to go to jail.
Hardly state guests. https://t.co/3Tk8qFLtK3
୨୦୧୬ ମସିହାରେ ଭୋପାଲ ଏଟିଏସ୍ ମଧ୍ୟ ୧୦ ସିମି ଆତଙ୍କବାଦୀଙ୍କୁ ସେମାନଙ୍କ ଠିକଣାରେ ପହଞ୍ଚାଇଦେଇଥିଲା। ହେଡ କନଷ୍ଟେବଲଙ୍କୁ ହତ୍ୟା କରି ଜେଲ ବେଡସିଟ୍ ରେ କାନ୍ଥ ଡେଇଁ ପଳାଇଥିବା ଆତଙ୍କବାଦୀଙ୍କୁ ପୋଲିସ ମିଳିତ ଅପରେସନରେ ହତ୍ୟା କରିଥିଲା। ଉତ୍ତରପ୍ରଦେଶରେ ପୋଲିସର ଆକ୍ରମକ ନୀତି ଯୋଗୁ ଗତ ୨ ବର୍ଷରେ ୧୦୩ ଅପରାଧୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧ହଜାର ୮୫୯ ଜଣ ଆହତ ହୋଇଛନ୍ତି। ପୋଲିସକୁ ଡରି ୧୭ ହଜାର ୭୪୫ ଅପରାଧୀ ସେମାନଙ୍କ ଜାମିନ ରଦ୍ଦ କରି ଜେଲକୁ ଫେରିଯାଇଥିବା ଏକ ଟ୍ୱିଟ୍ ବାର୍ତ୍ତାରେ ପୋଲିସ ସୂଚନା ଦେଇଛି।

ହାଇଦ୍ରାବାଦରେ ପୋଲିସ ୨୦୧୫ରେ ବି ଏପରି ଏକ ଏନକାଉଣ୍ଟର କରିଥିଲା। କୋର୍ଟକୁ ହାଜର ହେବାକୁ ଯାଉଥିବା ବେଳେ ତେହେରିକ ଗାଲିବ-ଏ-ଇସ୍ଲାମର ଆତ୍ମଘୋଷିତ କମାଣ୍ଡର ଭକରୁଦ୍ଦିନ ଅହମ୍ମଦ ସମେତ ତାର ୪ ସହଯୋଗୀଙ୍କୁ ପୋଲିସ ଏନକାଉଣ୍ଟର କରିଥିଲା। ଏମାନେ ଜେଲ ଯିବା ରାସ୍ତାରେ ପୋଲିସ ସୁରକ୍ଷା ବଳୟ ଭାଙ୍ଗିଖସିଯିବାକୁ ଊଦ୍ୟମ କରିବା ବେଳେ ପୋଲିସ ସେମାନଙ୍କର ଏନକାଉଣ୍ଟର କରିଥିଲା।