Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର
  • ||
  • ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହାତ, ମନ୍ତ୍ରୀଙ୍କ କାର୍‌କୁ ପିଟିଲା ଟ୍ରାକ୍ଟର
  • ||
  • କମୁନି ସଂକ୍ରମଣ : ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ, ୪୦୯୨ ମୃତ
  • ||
  • ଦନ୍ତାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଗୋଡରେ ଲାଗିଛି ଶକ୍ତ ଆଘାତ
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୧୮୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୬୩୫ ପଜିଟିଭ୍
  • ||
  • କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ
  • ||

ପ୍ରଧାନମନ୍ତ୍ରୀ ମୋଦି ଓ ଜୋ ବାଇଡେନ୍‌ଙ୍କ ମଧ୍ୟରେ ଆଲୋଚନା କେବେ ? ବୈଦେଶିକ ମନ୍ତ୍ରାଳୟ ଦେଲା ଜବାବ

12/11/2020 at 10:46 PM

ନୂଆଦିଲ୍ଲୀ ୧୨/୧୧: ଆମେରିକା ରାଷ୍ଟ୍ରପତି ଭାବେ ଡେମୋକ୍ରାଟିକ୍‌ ପାର୍ଟିର ଜୋ ବାଇଡେନ୍‌ ନିର୍ବାଚିତ ହୋଇଥିବା ବେଳେ ଜାନୁଆରୀରେ ଶପଥ ଗ୍ରହଣ କରିବେ। ତେବେ ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜୋ ବାଇଡେନଙ୍କ ମଧ୍ୟରେ ଆଲୋଚନା ଉପରେ ରାଜନୀତି ଜୋର ଧରିଛି। ଏହି ଚର୍ଚ୍ଚା ଉପରେ ବିରାମ ଟାଣି ବୈଦେଶିକ ମନ୍ତ୍ରାଳୟ ଜବାବ ଦେଇଛି।

ପ୍ରଧାନମନ୍ତ୍ରୀ ମୋଦି ନଭେମ୍ବର ୮ରେ ଟ୍ବିଟ୍‌ କରି ଜୋ ବାଇଡେନଙ୍କୁ ଶୁଭକାମନା ଜଣାଇଥିଲେ। କିନ୍ତୁ ଉଭୟଙ୍କ ମଧ୍ୟରେ ଆଲୋଚନା ସୁବିଧାଜନକ ପରିସ୍ଥିତିକୁ ଲକ୍ଷ୍ୟ କରି ହେବ ବୋଲି ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବ କହିଛନ୍ତି । କେବେ ଦୁଇ ନେତା ପରଷ୍ପର ସହ ଆଲୋଚନା କରିବା ପ୍ରଶ୍ନରେ ଅନୁରାଗ କହିଥଲେ ଯେ, ସୁବିଧାଜନକ ସମୟରେ ଆଲୋଚନା ହେବ। ଏହା ସହ ଦୁଇ ଦେଶ ମଧ୍ୟରେ ସମ୍ପର୍କ ମଜଭୁତ ରହିଛି। ଦୁଇ ଦେଶ ମଧ୍ୟରେ ବ୍ୟାପକ ରଣନୈତିକ ବୁଝାମଣା କ୍ଷେତ୍ରରେ ଆମେରିକାର ଦୁଇ ପାର୍ଟିର ସମର୍ଥନ ରହିଛି।

ସୂଚନାଯୋଗ୍ୟ, ବାଇଡେନ୍‌ ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ୍‌ କରି ଶୁଭକାମନା ଜଣାଇଥିଲେ। ମୋଦି ଲେଖିଥିଲେ, ଦମଦାର ବିଜୟ ପାଇଁ ଶୁଭେଚ୍ଛା ଜୋ ବାଇଡେନ୍‌, ଭାଇସ୍‌ ପ୍ରେସିଡେଣ୍ଟ ଭାବେ ଭାରତ-ଆମେରିକା ସମ୍ପର୍କ ମଜଭୁତ କରିବାରେ ଆପଣଙ୍କ ଯୋଗଦାନ ମହତ୍ବପୂର୍ଣ୍ଣ ଥିଲା। ଭାରତ-ଆମେରିକା ସମ୍ପର୍କକୁ ଅଧିକ ଉଚ୍ଚକୁ ନେବା ପାଇଁ ପୁଣିଥରେ ସାଥି ହୋଇ କାମ କରିବାକୁ ଆଶା କରୁଛି।

   Related Posts