Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାକ୍ ଯୁଦ୍ଧର କଥା କହୁଥିବା ବେଳେ ମନ୍ତ୍ରୀମାନଙ୍କୁ ଏଭଳି ଆଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାଣନ୍ତୁ କ’ଣ

30/08/2019 at 10:25 PM

ନୂଆଦିଲ୍ଲୀ:  ସମ୍ବିଧାନର ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପରେ କାଶ୍ମୀରକୁ ନେଇ ବିଚଳିତ ହୋଇପଡିଛି ପାକିସ୍ତାନ। ଏପରିକି କଶ୍ମୀର ଲାଗି ଆବଶ୍ୟକ ପଡିଲେ ପାକ୍ ଯୁଦ୍ଧ କରିବାକୁ ବି ପଛେଇବନି ବୋଲି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଏପଟେ ନୂଆଦିଲ୍ଲୀର  କେନ୍ଦ୍ରମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ ଯେଉଁ ଆଦେଶ ଦେଇଛନ୍ତି ତାହା ସମସ୍ତଙ୍କୁ ଚକିତ କରିଦେଇଛି।

ନୂଆ କାଶ୍ମୀର ପାଇଁ  ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ୍ତ୍ରୀମଣ୍ଡଳକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁଥିରେ ଅନୁଚ୍ଛେଦ ୩୭୦ ଯୋଗୁ ଦୀର୍ଘ ବର୍ଷରୁ ଏକାକୀ ହୋଇପଡିଥିବା କାଶ୍ମୀରକୁ ଦେଶର ଅନ୍ୟ ସମୃଦ୍ଧ ରାଜ୍ୟଙ୍କ ସମକକ୍ଷ କରିବାକୁ କହିଛନ୍ତି।  ପ୍ରଧାନମନ୍ତ୍ରୀ ଏପରି ଏକ କାଶ୍ମୀରର ପରିକଳ୍ପନା କରିବା ଲାଗି କହିଛନ୍ତି ଯେଉଁଠି ଯୁବକଙ୍କୁ ଜୀବିକା ଲାଗି ଚିନ୍ତା କରିବାକୁ ପଡିବ ନାହିଁ କି ଏଥି ପାଇଁ ବାହାର ରାଜ୍ୟକୁ ଯିବାକୁ ପଡିବନି। କାଶ୍ମୀରକୁ କେବଳ ଫିଲ୍ମ କି ପର୍ଯ୍ୟଟନ ନୁହେଁ ଶିକ୍ଷା ଓ ବ୍ୟବସାୟର ହବରେ ପରିଣତ କରିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ।

ପ୍ରଧାନମନ୍ତ୍ରୀ ଏଭଳି ନିର୍ଦ୍ଦେଶ ଦେବା ବେଳକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଏବେ କାଶ୍ମୀର ସ୍ୱଭାବିକ ହେଉଛି। ଏଥିରେ ପାକିସ୍ତାନର କାଶ୍ମୀରକୁ ନେଇ ବୟାନ ବାଜି ବୁଲା କୁକୁର ଭୁକିବା ସଦୃଶ ହୋଇଯାଇଛି। ତେବେ ପାକ୍ ପ୍ରଧାନମନ୍ତ୍ରୀଙ୍କ ବୟାନ ଜବାବରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଯାହା କହିଛନ୍ତି ସେଥିରେ ପାକିସ୍ତାନ ଏକରକମ ଡରିଯାଇଛି। ରାଜନାଥ ସିଂହ ଏବେ ପାକିସ୍ତାନ ସହ ସେହି କାଶ୍ମୀର ପ୍ରସଙ୍ଗରେ ଆଲୋଚନା ହେବ ଯାହାକୁ ସେ ଦୀର୍ଘ ବର୍ଷ ହେଲା ମାଡିବସିଛି ବୋଲି କହିଛନ୍ତି। ଏଣୁ ଏପର୍ଯ୍ୟନ୍ତ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥ ଖୋଜୁଥିବା ପାକ୍ ଯୁଦ୍ଧର କଥା କହିବା ଆରମ୍ଭ କରିଛି।

   Related Posts