ଏକାସାଙ୍ଗରେ ୯୦୦ରୁ ଅଧିକ ଲୋକ ବିଷ ପିଇ କରିଥିଲେ ଆତ୍ମହତ୍ୟା, ଛୋଟ କାରଣରୁ ଘଟିଥିଲା ଏହି ଲୋମହର୍ଷଣକାରୀ ଘଟଣା
27/10/2019 at 9:18 PM

ଗୁୟାନ୨୭/୧୦: କିଛି ମାସ ତଳେ ଭାରତ ରାଜଧାନୀ ଦିଲ୍ଲୀରେ ଏକ ହୃଦୟ ବିଦାରକ ଘଟଣା ଘଟିଥିଲା। ଅନ୍ଧ ବିଶ୍ବାସରେ ବଶବର୍ତ୍ତୀ ହୋଇ ଗୋଟିଏ ପରିବାର ୧୧ ଲୋକ ଏକା ସାଙ୍ଗରେ ଆତ୍ମତ୍ୟା କରିଥିଲେ। ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମେରିକାର ଗୁୟାନର ଜୋନସ୍ଟାଉନରେ ୯୦୦ ଲୋକ ଅନ୍ଧ ବିଶ୍ବାସରେ ବଶବର୍ତ୍ତି ହୋଇ ଏକା ସାଙ୍ଗରେ ଆତ୍ମହତ୍ୟା କରିଥିଲେ। ବର୍ତ୍ତମାନ ସମୟରେ ଆମେରିକାରର ଆତ୍ମହତ୍ୟା ସବୁଠୁ ବଡ଼ ଆତ୍ମହତ୍ୟା ଘଟଣା। ଏହି ଘଟଣାରେ ଏକା ସାଙ୍ଗରେ ୯୦୦ ଲୋକ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏମିତିକି ଯିଏ ବିଷ ପିଇବାକୁ ଚାହୁଁଥିଲେ ସେମାନଙ୍କୁ ଜୋର ଜବରଦସ୍ତ ବିଷ ପିଇବା ପାଇଁ ଦିଆଯାଇଛି।

୪୦ ବର୍ଷ ତଳେ ଆମେରିକାରେ ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଥିଲା। ଏହି ଘଟଣା ପଛରେ ଜିମ୍ ଜୋନସ୍ ନାମକ ଏକ ଧର୍ମଗୁରୁଙ୍କ ହାତ ଥିବାର ଜଣାପଡିଥିଲା। ସେ ନିଜକୁ ଭଗବାନ ବୋଲି କହୁଥିଲେ।

୧୯୫୬ ମସିହାରେ ସେ ଏକ ପିପୁଲ୍ସ ମନ୍ଦିର ନିର୍ମାଣ କରିଥିଲେ। ଧର୍ମଗୁରୁ ନାଁରେ ସେଠାକାର ଲୋକଙ୍କୁ ଠକି ଚାଲିଥିଲେ। ସ୍ଥାନୀୟ ଅଞ୍ଚଳରେ ଅନ୍ଧ ବିଶ୍ବାସର ନିଆଁ ସେ ଖେଳାଇ ଦେଇଥିଲେ। ସେ କମ୍ୟୁନିଷ୍ଟ ବିଚାର ଧାରାରେ ଅନୁପ୍ରାଣିତ ହେଉଥିଲେ। ଆମେରିକା ସରକାରଠାରୁ ତାଙ୍କ ମତ ଭିନ୍ନ ଥିଲା।

ସେ ନିଜର ଅନୁଗାମୀମାନଙ୍କୁ ଦିନ ସାରା କାମ କରାଉଥିଲା । ଉଭୟ ମହିଳା ଓ ପୁରୁଷଙ୍କୁ ସେ ଅତି କଠିନ ପରିଶ୍ରମ କରାଉଥିଲା । ପରେ ରାତିରେ ସେମାନଙ୍କୁ ଶୋଇବାକୁ ନେ ଦେଇ ନିଜର ଭାଷଣ ଶୁଣାଉଥିଲା । ଜିମ୍ ନିଯୁକ୍ତ କରିଥିବା ସୁରକ୍ଷାକର୍ମୀ କାଳେ କିଏ ଶୋଇ ପଡିବ ବୋଲି ସେମାନଙ୍କୁ ଜଗି ରହୁଥିଲେ । କିଛି ଦିନ ପରେ ତାହାର ପ୍ରକୃତ ଚେହେରା ପଦାକୁ ଆସିଥିଲା ।
ଏହାପରେ ସେ ତାହାର ଅନୁଗାମୀମାନଙ୍କୁ ଆମେରିକା ସରକାରଙ୍କ ସେନା ତାଙ୍କୁ ଗୁଳି ମାରିବା ପାଇଁ ଆସୁଥିବା କହିଥିଲେ। ସେମାନେ ଗୁଳିକରି ସମସ୍ତଙ୍କୁ ମାରିବା ପୂର୍ବରୁ ପବିତ୍ର ଜଳ ପିଇବା ପାଇଁ କହିଥିଲା । ଏହା ଜଳରେ ଉତ୍କଟ ବିଷ ମିଶିଥିଲା । ଲୋକମାନେ ଭୟରେ ଏହି ବିଷମିଶା ଜଳକୁ ପିଇ ଦେଇଥିଲେ ।
ଯେଉଁମାନେ ପିଇ ନଥିଲେ ସେମାନଙ୍କୁ ଜବରଦସ୍ତ ବିଷ ପିଆଇ ଦିଆଯାଇଥିଲା । ଏହାପରେ ୯୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା । ସେଥିଲାଗି ଅନ୍ଧ ବିଶ୍ବାସ ନାଁରେ ୯୦୦ ଲୋକଙ୍କୁ ବିଷ ପିଇବା ପାଇଁ ଜୋନ୍ସ ସମସ୍ତଙ୍କୁ ପ୍ରୋତ୍ସାହନ ଦେଇଥିଲେ। ଏଥିସହ ସ୍ଥାନୀୟ ଅଞ୍ଚଳରେ ଏକ ଦୁର୍ଘଟଣା ସେ ଘଟାଇଥିଲେ। ଯେଉଁମାନେ ବିଷ ପିଇବା ପାଇଁ ମନା କରିଥିଲେ ,ସେମାନଙ୍କୁ ଜୋର ଜବରଦସ୍ତି ବିଷ ପିଆଇଦିଆଯାଇଥିଲା