Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ସୁଶାନ୍ତଙ୍କୁ ନେଇ ଏପରି ତୁଚ୍ଛ କଥା କହିଥିଲେ କରୀନା କପୁର : ଜୋରସୋରରେ ଭାଇରାଲ୍ ହେଉଛି ଭିଡିଓ

19/06/2020 at 12:21 PM

ମୁମ୍ବାଇ ୧୯/୬: ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାର ଏବେ ଯାଏଁ ପର୍ଦ୍ଦା ଫାସ୍ ହୋଇ ପାରି ନାହିଁ କିନ୍ତୁ ସୋସିଆଲ୍ ମିଡିଆରେ କେତେକ ଲୋକ ଭିନ୍ନ ଭିନ୍ନ ପ୍ରକାରର ଥିଓରି ଦେଉଛନ୍ତି। କେତେକଙ୍କ ମତରେ ସୁଶାନ୍ତ ସିଂହ ରାଜପୁତଙ୍କ ଫିଲ୍ମ ବ୍ୟାକଗ୍ରାଉଣ୍ଡ ନ ହୋଇଥିବାରୁ ତାଙ୍କ ସହ ଏପରି ବ୍ୟବହାର କରାଯାଇଥିଲା। କିନ୍ତୁ ସେ ନିଜକୁ ଜଣେ ଭଲ ଅଭିନେତା ଭାବେ ପ୍ରମାଣିତ କରି ସାରିଥିଲେ।

ଅନେକ ଲୋକ ସୁଶାନ୍ତଙ୍କ ଆତ୍ମହତ୍ୟା ପଛରେ ନେପୋଟିଜମକୁ ଦାୟୀ ବୋଲି ଭାବୁଛନ୍ତି ଏବଂ ବିହାରରେ ବଲିଉଡର କିଛି ଷ୍ଟାରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଏହି ସମୟରେ କରୀନା କପୁର ଖାନଙ୍କ ଏକ ଭିଡିଓ ମଧ୍ୟ ଭାଇରାଲ୍ ହେଉଛି। ଏଥିରୁ ଜଣା ଯାଉଛି ଯେ ସୁଶାନ୍ତଙ୍କୁ ଇଣ୍ଡଷ୍ଟ୍ରିରେ କେବେ ବି ଗ୍ରହଣ କରାଯାଇନାହିଁ।

ଅମୃତା ଅରୋରା ଏହି ଶୋ ର ହୋଷ୍ଟ୍ ଥିଲେ। ସେ କରୀନାଙ୍କୁ ପଚାରିଥିଲେ ଯେ ସାରା ଅଲ୍ଲୀ ଖାନଙ୍କ ପାଇଁ ସେ ଡେଟିଂ ପାଇଁ କ’ଣ ଟିପ୍ସ ଦେବେ? ଏହାର ଉତ୍ତରରେ କରୀନା କହିଥିଲେ ଯେ ସେ କେବେ ତାଙ୍କ ପ୍ରଥମ ହୀରୋଙ୍କୁ ଡେଟ୍ କରିବେ ନାହିଁ। ସାରା ଅଲ୍ଲୀ ଖାନଙ୍କ ପ୍ରଥମ ଫିଲ୍ମ କେଦାରନାଥ ଥିଲା ଯେଉଁଥିରେ ସେ ସୁଶାନ୍ତ ସିଂହ ରାଜପୁତଙ୍କ ବିପକ୍ଷରେ କାମ କରିଥିଲେ।

କରୀନା ଏହାର ଉତ୍ତର ଦେବାବେଳେ ଅତ୍ୟନ୍ତ ଅଜବ ମୁହଁ ମଧ୍ୟ କରିଥିଲେ। ସୋସିଆଲ୍ ମିଡିଆରେ ଏହି ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ଏବଂ କେତେକ ପ୍ରଶଂସକମାନେ ମଧ୍ୟ କହିଛନ୍ତି ଯେ ଏହି ଭିଡିଓରୁ ଜଣା ପଡ଼ୁଛି ଯେ ସୁଶାନ୍ତଙ୍କୁ ଇଣ୍ଡଷ୍ଟ୍ରିରେ କିପରି ଟ୍ରିଟ୍ କରାଯାଉଛି। ଜଣେ ଆଉଟସାଇଡର ହେବା ଯୋଗୁଁ ସୁଶାନ୍ତଙ୍କୁ କେବେ ଇଣ୍ଡଷ୍ଟ୍ରିରେ ନିଜର ବୋଲି ମନେ କରାଯାଇନଥିଲା।

   Related Posts