Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ବୁଧବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦିନକିଆ ସିରିଜ୍
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

କଙ୍ଗନାଙ୍କ ନିଆରା ଫ୍ୟାଶନ୍ : ୬୦୦ଟଙ୍କାର ଶାଢ଼ୀ ପିନ୍ଧିଛନ୍ତି କିନ୍ତୁ ହାତରେ ଅଢ଼େଇ ଲକ୍ଷର ଭ୍ୟାନିଟି ବ୍ୟାଗ୍

30/05/2020 at 3:36 PM

ମୁମ୍ବାଇ ୩୦/୫: କଙ୍ଗନା ରଣୌତ ନିଜ କ୍ଲାସି ଫ୍ୟାଶନ୍ ସେନ୍ସ ପାଇଁ ଜଣା ଯାଆନ୍ତି। ତାଙ୍କ ଫ୍ୟାଶନ୍ ଚୟେସରେ ଓ୍ବେଷ୍ଟର୍ଣ୍ଣଠୁ ଆରମ୍ଭ କରି ୟୁରୋପିଆନ୍ ଷ୍ଟାଇଲର ପରଫେକ୍ଟ କମ୍ବିନେସନ ଦେଖିବାକୁ ମିଳିଥାଏ। ସେ ଶସ୍ତାରୁ ଶସ୍ତା ଜିନିଷକୁ ମଧ୍ୟ କ୍ଲାସି ଲୁକ୍ ଦେଇଥାନ୍ତି ଏବଂ ଏହାର ପ୍ରମାଣ ମଧ୍ୟ ସେତେବେଳେ ଦେଖିବାକୁ ମିଳିଥିଲା ଯେ,ଯେତେବେଳେ ସେ ଅତ୍ୟନ୍ତ ଶସ୍ତା ଶାଢ଼ୀରେ ବି ରୟାଲ୍ ଭାଇବ୍ସ ଦେଇଥିବା ନଜର ଆସିଥିଲେ।

କଙ୍ଗନା କିଛି ଦିନ ତଳେ ଏୟାରପୋର୍ଟ ଲୁକ୍ ପାଇଁ କଟନ୍ ଶାଢ଼ୀ ପିନ୍ଧିଥିଲେ। ଏହି ଶାଢ଼ୀ ସେ କୋଲକାତାର ବୁଣାଳୀଙ୍କଠୁ ମାତ୍ର ୬୦୦ଟଙ୍କାରେ କିଣିଥିଲେ। କଙ୍ଗନାଙ୍କ ଏହି ଶାଢ଼ୀକୁ ପିନ୍ଧିବା ପଛର ଉଦ୍ଦେଶ୍ୟ ଥିଲା ଅନ୍ୟ ବୁଣାଳୀଙ୍କଠୁ ପୋଷାକ ନେବା ପାଇଁ ପ୍ରେରିତ କରିବା।

କ୍ରିମ୍ ରଙ୍ଗର କଟନ୍ ଶାଢ଼ୀରେ ଗୋଲଡେନ୍ ଏବଂ ବ୍ଲାକ୍ ଥ୍ରେଡରେ ବର୍ଡ଼ର ହୋଇଛି। କଙ୍ଗନା ଏହାକୁ ରୟାଲ୍ ଟଚ୍ ଦେଇ କଳା ରଙ୍ଗର ଲଙ୍ଗ୍ ସିଙ୍ଗଲ୍ ବ୍ରେଷ୍ଟିଡ ଜ୍ୟାକେଟ୍ ପିନ୍ଧିଥିଲେ। ଏହାକୁ ସେ କାନ୍ଧରେ କେପ୍ ଷ୍ଟାଇଲରେ ପକାଇଥିଲେ। ଏହି କ୍ଲାସିକ୍ ଷ୍ଟାଇଲ୍ ଜ୍ୟାକେଟ୍ Givenchy  ବ୍ରାଣ୍ଡର ଥିଲା। ଏହାର ମୂଲ୍ୟ ୩୧୦୬ଡଲାର ଅର୍ଥାତ୍ ପାଖାପାଖି ୨ଲକ୍ଷ ୩୬ହଜାର ଟଙ୍କା ଥିଲା।

କେବଳ ଏତିକି ନୁହେଁ କଙ୍ଗନା ନିଜର କ୍ଲାସି ଲୁକକୁ ପୂରା କରିବା ପାଇଁ ଯେଉଁ ହାଣ୍ଡବ୍ୟାଗ୍ ଧରିଥିଲେ,ତାହା ମଧ୍ୟ ବହୁତ ଦାମୀ ଥିଲା। ସେ ନିଜ କୋଟ ଏବଂ ଚଶମା ସହ ମ୍ୟାଚ୍ କରିବା ପାଇଁ Prada ର ଗ୍ୟାଲେରିଆ ଟୋଟ ବ୍ଲାକ୍ ହ୍ୟାଣ୍ଡବ୍ୟାଗ୍ ଧରିଥିଲେ। ଏହାର ମୂଲ୍ୟ ୩୨୦୭ଡଲାର ଅର୍ଥାତ୍ ପାଖାପାଖି ୨ଲକ୍ଷ ୪୨ହଜାର ଟଙ୍କା ଥିଲା।

   Related Posts