ପୁଣି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୨ କରୋନା ସଂକ୍ରମିତ
22/04/2020 at 3:15 PM

ଭୁବନେଶ୍ବର୨୨/୪: ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୨କୁ ଛୁଇଁଛି। ଏହି ସଂକ୍ରମିତଙ୍କ ମଧ୍ୟରୁ ବୁଧବାର ଆଉ ୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମୋଟ୍ ୩୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪୮ ଜଣ କରୋନା ସଂକ୍ରମିତ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ୮୨ ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହ ଅନ୍ୟ ଜଣେ କରୋନା ସଂକ୍ରମିତରୁ ସୁସ୍ଥ ହେବା ପରେ କ୍ୟାନସର ରୋଗରେ ତାଙ୍କର ମୃତ୍ୟୁ ହୋଇଛି।