ମାଗଣା କୁକୁଡା ପାଇଁ ଲୋକଙ୍କ ଠେଲାପେଲା : ଗାଡିରୁ ଚିକେନ୍ ଝାମ୍ପି ନେଇ ଦୌଡିଲେ

Published By : Prameya-News7 Bureau | March 30, 2020 IST

ରାୟପୁର ୩୦/୩: କରୋନା ଭାଇରସ୍ ସଂକ୍ରମଣ ମଧ୍ୟରେ ଭାରତରେ ଏକ ଗୁଜବ ବ୍ୟାପିଥିଲା ଯେ ଚିକେନ୍ ଖାଇବା ଯୋଗୁଁ ଭାଇରସ୍ ବ୍ୟାପୁଛି। ଏହା ପରେ ଗତ ଦେଢ଼ ମାସରୁ କୁକୁଡ଼ା ପାଳନ ବ୍ୟବସାୟ ଠପ୍ ପଡ଼ିଯାଇଛି। କିନ୍ତୁ ସୋମବାର ଛତିଶଗଡ଼ର ରାଜଧାନୀ ରାୟପୁରରେ କୁକୁଡ଼ା ଲୁଟ ଦୃଶ୍ୟ ଦେଖିବାକୁ ମିଳିଥିଲା। ରାୟପୁରର କାଲିବାଡ଼ି ଛକ ପାଖରେ ହଠାତ୍ ଲୋକଙ୍କ ଭିଡ଼ ଜମିଥିଲା ଏବଂ ଦେଖୁ ଦେଖୁ ଲୋକେ ହାତରେ କୁକୁଡ଼ା ଧରି ଦୌଡ଼ୁଥିଲେ।

ରାୟପୁରରେ କୁକୁଡ଼ା ଚାଲାଣ ଗାଡ଼ିରୁ ସ୍ଥାନୀୟ ଲୋକେ କୁକୁଡ଼ା ଚୋରି କରି ଦୌଡ଼ୁଥିଲେ। ଗାଡ଼ିର ଡ୍ରାଇଭର ଗାୟବ ଥିଲା। ଘଟଣାସ୍ଥଳରେ ପୋଲିସ୍ ଟିମ୍ ଲୋକଙ୍କ ସାମନାରେ ଠିଆ ହୋଇ ଚୁପଚାପ୍ ଦୃଶ୍ୟ ଦେଖୁଥିଲା। ପୋଲିସ୍ କିଛି କହୁନଥିବାରୁ ଲୋକେ ଏହାର ଫାଇଦା ନେଇ କୁକୁଡ଼ା ଲୁଟ କରି ଦୌଡ଼ୁଥିଲେ।

ରାଜଧାନୀ ରାୟପୁରରେ ଲକଡାଉନ୍ ମଧ୍ୟରେ ନିଶା ଅଭ୍ୟସ୍ତ ଲୋକଙ୍କ ଅବସ୍ଥା ଶୋଚନୀୟ ରହିଛି। ଖାସ୍ କରି ଯେଉଁମାନେ ଗୁଟଖା ଖାଉଛନ୍ତି ସେମାନଙ୍କର ମଧ୍ୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.