ହାରମୋନିୟମ୍ ତାଳରେ କୁକୁର ଗାଇଲା ରାନୁ ମଣ୍ଡଳଙ୍କ ‘ତେରି ମେରି’ ଗୀତ : ଭାଇରାଲ ହେଲା ଭିଡିଓ

Published By : Prameya-News7 Bureau | January 15, 2020 IST

ଆପଣ ଅନେକ ପଶୁଙ୍କୁ ମଣିଷର ନକଲ କରୁଥିବାର ଦେଖିଥିବେ। ଶୁଆ,ଡଲଫିନ୍,କୁକୁର,ବିଲେଇ ଆଦି ମଣିଷଙ୍କ ଆଚରଣକୁ ନକଲ କରିଥାଆନ୍ତି। କିନ୍ତୁ ଏବେ ଏକ କୁକୁରର ଭିଡିଓ ଖୁବ୍ ଜୋରସୋରରେ ଭାଇରାଲ ହେବାକୁ ଲାଗିଛି। ଏଥିରେ ଏକ କୁକୁର ଜଣେ ବ୍ୟକ୍ତିଙ୍କ ସହ ଗୀତ ଗାଉଛି। ଏବେ ଯାଏଁ ଏହା ଜଣାପଡ଼ିନାହିଁ କି ଏହି ଭିଡିଓ କେଉଁ ସ୍ଥାନର ଏବଂ ଏହାକୁ କିଏ କରିଛନ୍ତି?

ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓରେ ଏକ କଳା ଜ୍ୟାକେଟ୍ ପିନ୍ଧି ବସିଥିବା ବ୍ୟକ୍ତି ହାରମୋନିୟମକ ବଜାଇ ବଲିଉଡ ଗୀତ ‘ତେରି ମେରି’ ଗୀତ ଗାଉଥିବା ନଜର ଆସିଛି। ତାଙ୍କ ସହ କବାଟ ପାଖେ ଛିଡ଼ା ହୋଇଥିବା ଏକ ମାଟିଆ ରଙ୍ଗର କୁକୁର ବ୍ୟକ୍ତିଙ୍କ ସହ ଯୁଗଳବନ୍ଦୀ କରୁଛି। ମଝିରେ ମଝିରେ କୁକୁରଟି ତା’ର ସାମନା ଗୋଡ଼ ଉଠାଉଛି। ଏପରି ଲାଗୁଛି ଯେ ସେ ଗୀତ ଏବଂ ମ୍ୟୁଜିକର ଭରପୂର ଆନନ୍ଦ ଉଠାଉଛି।

wp:html /wp:html

ଏହି ଭିଡିଓକୁ ସୁବୀର ଖାନ୍ ନାମକ ବ୍ୟକ୍ତି ନିଜ ଫେସବୁକରେ ପୋଷ୍ଟ କରିଥିଲେ। ପୋଷ୍ଟ କରିବା ପରଠୁ ଏବେ ଯାଏଁ ଭିଡିଓକୁ ୫୪ହଜାର ଥର ଲୋକ ସେୟାର କରି ସାରିଛନ୍ତି। ଏହା ବ୍ୟତୀତ ଏହି ଭିଡିଓରେ ୨୩ହଜାର ଲାଇକ୍ସ ଆସିଛି। ପାଖାପାଖି ୧୨୭ କମେଣ୍ଟସ୍ ଆସିଛି। ଏହି ଭିଡିଓ ଆଗରେ ବଙ୍ଗଳା ଭାଷାରେ ଲେଖାଯାଇଛି ‘ମୋଟେ ହସନ୍ତୁ ନାହିଁ…ଆଜି ସକାଳେ ସେ ଆଉ ବାଘା ଗୀତ ଅଭ୍ୟାସ କରୁଛନ୍ତି।’

ଏହା ପୂର୍ବରୁ ମଧ୍ୟ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ଏହାକୁ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ପସନ୍ଦ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.