ଜୀବନ ବୀମା ପଲିସି ନେବା ବେଳେ ଲୁଚାନ୍ତୁ ନାହିଁ ଏହି ସବୁ ଜରୁରି ସୂଚନା, ନଚେତ ବୁଡି ଯିବ ଜମା ଟଙ୍କା

Published By : Prameya-News7 Bureau | August 28, 2019 IST

ଯଦି ଜୀବନ ବୀମା କଥା କୁହାଯାଏ ତ ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ପ୍ରତି ନିବେଶକଙ୍କ ବେଶ୍ ଆସ୍ଥା ରହିଛି। ଏଲଆଇସି ସରକାରୀ ଉଦ୍ୟୋଗ ହୋଇଥିବାରୁ ନିବେଶରେ ସରକାରଙ୍କ ଗ୍ୟାରେଣ୍ଟି ଲୋକଙ୍କ ଏହି ଭରସାକୁ ଆହୁରି ବହୁଗୁଣିତ କରିଥାଏ। ତେବେ ଏଲଆଇସି ପଲିସି ନେବା ବେଳେ ଏହି ସବୁ ସୂଚନା ପ୍ରଦାନ କରିବାକୁ କେବେ ବି ଭୁଲନ୍ତୁ ନାହିଁ। ନଚେତ ଏହି ସାମାନ୍ୟ ଭୁଲ ଲାଗି ଆପଣଙ୍କ ବର୍ଷ ବର୍ଷର ସଞ୍ଚିତ ଜମା ବୁଡିଯିବାର ବି ସମ୍ଭାବନ ରହିଛି। ତେବେ କ’ଣ ଏହି ସବୁ ଜରୁରି ସୂଚନା ଆସନ୍ତୁ ଜାଣିବା।

{"id":150268}

ଲୋକେ ନିଜ ପାଇଁ ଜୀବନ ବୀମା ପଲିସି ନେବା ବେଳେ କିପରି କମ୍ ପ୍ରିମିୟମରେ ଅଧିକ ଲାଭ ମିଳିବ ସେଥିପ୍ରତି ସର୍ବଦା ଧ୍ୟାନ ଦେଇଥାନ୍ତି। ହେଲେ ଭୁଲି ଯାଆନ୍ତି କାଗଜପତ୍ର କଥା। ଏଥିପ୍ରତି ପ୍ରାୟ ଏଜେଣ୍ଟ ବି ସଚେତନ ନଥାନ୍ତି। ଏଣୁ ପରବର୍ତ୍ତି ସମୟରେ ବୀମା ବାବଦ ଅର୍ଥ ପୈଠ ବେଳେ ସମସ୍ୟା ଉପୁଜିଥାଏ। କେତେକ ପଲିସି ନେବା ବେଳେ ଏଥିଲାଗି ଡାକ୍ତରୀ ପରୀକ୍ଷଣ ଜରୁରି ହୋଇଥାଏ। ତେବେ ଅଧିକାଂଶ ଲୋକେ ଏଥିପ୍ରତି ଧ୍ୟାନ ନ ଦେଇ ବିନା ମେଡିକାଲ ସାର୍ଟିଫିକେଟରେ ପଲିସି କରିଦିଅନ୍ତି। ହେଲେ ପରେ ଏ ନେଇ ଅନେକ ଅସୁବିଧା ଦେଖା ଦିଏ। ଏଣୁ ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ବୀମା ଗ୍ରହଣ କରିବା ବେଳେ ଲୁଚାନ୍ତୁ ନାହିଁ।

{"id":150269,"width":580,"height":434}

ଯଦି ବୀମା ଏଜେଣ୍ଟ ଏ ବାବଦରେ ନ ଜଣାଇ ବୀମା କରିଦେଇଥାନ୍ତି ତେବେ ଏହାର ପରିଣାମ ନୋମିନିଙ୍କୁ ଭୋଗିବାକୁ ପଡିଥାଏ। ଏଣୁ ନିୟମ ଅନୁସାରେ ବୀମା ଏଜେଣ୍ଟ ସବୁ ବାବଦରେ ଗ୍ରାହକଙ୍କୁ ସତ୍ୟାସତ୍ୟ କଥା କହିବା ଦରକାର। ଏହା ବାଦେ ଯଦି ଗ୍ରାହକ ବୀମା କରିବାକୁ ରାଜି ନ ହୁଅନ୍ତି ତେବେ ତାଙ୍କୁ ବାଧ୍ୟ ନ କରିବାଟା ଭଲ। କାରଣ ଭବିଷ୍ୟତରେ କ୍ଲେମ କରିବା ବେଳେ କମ୍ପାନୀ କର୍ତ୍ତୃପକ୍ଷ ଯାଞ୍ଚ କରି ସେଟେଲମେଣ୍ଟ କରନ୍ତି। ଯଦି କୌଣସି କଥା ଲୁଚା ଯାଇଥାଏ ଓ ନୋମିନି ତାହା ପ୍ରମାଣିତ କରି ନପାରନ୍ତି ତେବେ ସେ କ୍ଷେତ୍ରରେ କ୍ଲେମ ସେଟଲ ହେବାର ସମ୍ଭାବନା କମ୍ ଥାଏ।

{"id":150270}

ସେହିପରି ପଲିସି ନେବା ବେଳେ ନିଜର ଭଲମନ୍ଦ କଥା ଆଗ ବୁଝନ୍ତୁ। ଏଜେଣ୍ଟଙ୍କ କଥାରେ ପଡନ୍ତୁ ନାହିଁ। ଏଜେଣ୍ଟ ଏତେମିଳିବ ସେତେମିଳିବ କହିଦେଇପାରନ୍ତି। ହେଲେ ତାଙ୍କ ଅନୁସାରେ ରିଟର୍ଣ୍ଣ ମିଳି ନ ପାରେ। କାରଣ ପଲିସିର ରିଟର୍ଣ୍ଣ ଯାହା ମିଳିବା କଥା ତାହା ହିଁ ମିଳିବ। ଏଜେଣ୍ଟମାନେ ଏପରିବି କହି ପାରନ୍ତି , ଏଭଳି ପଲିସି ଖାସ ବର୍ଗଙ୍କ ଲାଗି ନୂଆ ଆସିଛି। ଏଥିରୁ ବୁଝନ୍ତୁ ପଲିସି ଲାଗି ଏଜେଣ୍ଟ ଆପଣଙ୍କୁ ଲାଳାୟିତ କରୁଛି। ତେବେ ବୀମା କରିବା ପ୍ରତ୍ୟେକଙ୍କ ଲାଗି ଜରୁରି। ଏଣୁ ପଲିସି ନେବା ବେଳେ ସବୁ କଥା ବୁଝି ନିଶ୍ଚିତ ନିଅନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.