Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

BSF ଯବାନଙ୍କ ‘’ତେରି ମିଟ୍ଟି ମେ ମିଲିଯାୱାଁ’’ ଗୀତ ଶୁଣିଲେ ଅମିତ ଶାହା; ଟ୍ୱିଟରରେ ସେୟାର କରି କହିଲେ ଏମିତି କିଛି ! ଦେଖନ୍ତୁ ଭିଡିଓ

5/12/2021 at 6:21 PM

ଜୟପୁର ୦୫/୧୨ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗତ ଦୁଇ ଦିନ ହେଲା ରାଜସ୍ଥାନ ଗସ୍ତରେ ଅଛନ୍ତି। ସେ ଗତ ଡିସେମ୍ବର୪/ଶନିବାର ରୋହିତାସ ଚୌକରେ ସୀମା ସୁରକ୍ଷା ବଳର ଯବାନମାନଙ୍କ ସହ ବିତାଇଛ଼ନ୍ତି। କେବଳ ସେତିକି ନୁହେଁ ବୀର ଯବାନମାନଙ୍କ ସହିତ ସେ ରାତ୍ରି ଭୋଜନ କରିବା ସହ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯବାନଙ୍କ ଦ୍ୱାରା ପରିବେଷିତ ଦେଶାତ୍ମବୋଧକ ଗୀତ ‘’ତେରି ମିଟ୍ଟିମେ ମିଲ୍ ଯାୱାଁ’’ ଗୀତରେ ଝୁମିଛନ୍ତି।

ଭାରତର ପ୍ରଥମ ଗୃହମନ୍ତ୍ରୀ ଭାବେ ଅମିତ ଶାହା ସୀମା ସୁରକ୍ଷାବଳର ଯବାନମାନଙ୍କ ସହ ରୋହିତକ ଚୌକ୍‌ରେ ରାତି ବିତାଇଛ଼ନ୍ତି। ସେ ଯବାନମାନଙ୍କୁ ସମ୍ବୋଧିତ କରି କହିଛନ୍ତି ‘’ଏଠାରେ ରହି ମୁଁ ଜାଣିବାକୁ ଚାହୁଁଛି ଆପଣ କିଭଳି ଭାବେ ବିଭିନ୍ନ କଠିନ ପରିସ୍ଥିତି ଓ ସମସ୍ୟାର ସାମ୍ନା କରୁଛନ୍ତି ? ଏବେ ମୁଁ ଆପଣଙ୍କ ସମସ୍ୟାର ସାମାଧାନ କିପରି ହୋଇପାରିବ ସେଥି ପ୍ରତି ଚେଷ୍ଟା କରିବି’’। ଏହି ଅବସରରେ ଯବାନମାନେ ଗୃହ ମନ୍ତ୍ରୀଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରିଛନ୍ତି। ଶାହା ସୀମା ସୁରକ୍ଷା ବଳ(BSF)ର ଟୋପି ପନ୍ଧିବା ସହ ଯବାନମାନଙ୍କ ସହ ସେଲ୍ଫି ନେଇଥିଲେ ଓ ସୈନିକମାନଙ୍କ ସହିତ ଦଳଗତ ଫଟୋ ଉଠାଇଥିଲେ। କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ମଧ୍ୟ ଶାହାଙ୍କ ସହ ଏଠାରେ ଉପସ୍ଥିତ ଥିଲେ।

ସେଠାରେ ଯବାନମାନଙ୍କ ସହିତ ରାତ୍ରି ଭୋଜନ କରିବା ପରେ ଯବାନମାନଙ୍କ ଦ୍ୱାରା ଗୃହମନ୍ତ୍ରୀଙ୍କ ପାଇଁ ଏକ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଠାରେ ଜଣେ ଯବାନ କେଶରି ଚଳଚ୍ଚିତ୍ରର ‘’ତେରି ମିଟ୍ଟି ମେ ମିଲିଯାୱାଁ’’ ଗୀତ ଗାଈ ଥିଲେ । ଏହି ଗୀତକୁ ଅମିତ ଶାହା ମନ ଭରି ଶୁଣିବା ପରେ ଭାବବିହ୍ୱଳ ହୋଇଯାଇଥିଲେ। ଯବାନଙ୍କ ଗୀତ ଗାଇବା ସମୟର ଭିଡିଓ ଅମିତ୍ ଶାହା ତାଙ୍କ ଟ୍ୱିଟରରେ ଅପଲୋଡ କରି ଲେଖିଛନ୍ତି ବିଏସଏଫ ଯବାନମାନଙ୍କ ସହ ବସି ଦେଶାତ୍ମବୋଧକ ଗୀତ ଶୁଣିଲି। ଏହା ସବୁବେଳେ ମୋ ପାଇଁ ଏକ ଅବିସ୍ମରଣୀୟ ମୁହୁର୍ତ୍ତ ହୋଇ ରହିବ। ନିଜ ଘର ଓ ପରିବାରକୁ ଛାଡ଼ି ଭାରତର ସୀମାରେ ଜାଗ୍ରତ ପ୍ରହରୀମାନଙ୍କର ମାତୃଭୂମି ପାଇଁ ସେବା କରିବାର ଉଚ୍ଚାଟ ମନୋଭାବ ସହ ତାଙ୍କ ସାହସ ଓ ବୀରତ୍ୱ ଦେଶପାଇଁ ସମର୍ପଣ ମନୋଭାବକୁ ମୁଁ ପ୍ରଣାମ ଜଣାଉଛି।

   Related Posts