Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ମାଇକେଲ୍ ଜ୍ୟାକସନଙ୍କୁ ଭେଟିବା ପାଇଁ ବାରିକେଡ ଭାଙ୍ଗି ଦେଇଥିଲେ ଅନୁପମ ଖେର : ସେୟାର କଲେ ଫଟୋ

1/07/2020 at 9:59 AM

ମୁମ୍ବାଇ ୧/୭: ଯେଉଁ ଫିଲ୍ମଷ୍ଟାରଙ୍କ ଆପଣ ଫ୍ୟାନ୍ ହୋଇଥାନ୍ତି,ସେହି ଷ୍ଟାରମାନେ ମଧ୍ୟ କାହାର ନା କାହାର ଫ୍ୟାନ୍ ହୋଇଥାନ୍ତି। ନିଜ ପାଇଁ ଷ୍ଟାର୍ସ ଫ୍ୟାନଙ୍କ ପାଗଳାମି ଦେଖି ଅସହଜ ହୋଇ ଯାଇଥାନ୍ତି କିନ୍ତୁ ଅନେକ ଥର ସେହି ଷ୍ଟାର୍ସ ନିଜ ପ୍ରିୟ ଷ୍ଟାରଙ୍କ ଆଗରେ ମଧ୍ୟ ଏପରି ପାଗଳାମି କରି ବସନ୍ତି। ଏପରି ଏକ ଘଟଣା ନିକଟରେ ଅଭିନେତା ଅନୁପମ ଖେର ସେୟାର କରିଛନ୍ତି।

ଅନୁପମ ଖେର ସୋସିଆଲ୍ ମିଡିଆରେ ଏକ ପୁରୁଣା ଫଟୋ ସେୟାର କରିଛନ୍ତି,ଯେଉଁଥିରେ ସେ କହିଛନ୍ତି ଯେ ସେ କିଭଳି ଭାରତ ଆସିଥିବା ମାଇକେଲ୍ ଜ୍ୟାକସନକୁ ଭେଟିବା ପାଇଁ ବାରିକେଡସ ଭାଙ୍ଗି ଦେଇଥିଲେ।

ସେ ଲେଖିଛନ୍ତି ଯେ ,‘ଏହି ଫଟୋର କାହାଣୀ,ଯେତେବେଳେ ୧୯୯୬ମସିହାରେ ମାଇକେଲ୍ ଜ୍ୟାକସନ୍ ଭାରତ ଆସିଥିଲେ ସେତେବେଳେ ଓବେରୟ ହୋଟେଲ୍ ଗାର୍ଡ଼େନର କିଛି ଲୋକଙ୍କ ଗ୍ରୃପକୁ ତାଙ୍କୁ ଭେଟିବା ପାଇଁ ନିମନ୍ତ୍ରଣ କରାଯାଇଥିଲା। ସେ ବି ଏମାନଙ୍କ ମଧ୍ୟରେ ଜଣେ ଭାଗ୍ୟଶାଳୀ ଥିଲେ।’

ସେ କହିଥିଲେ,‘ ସେଠାରେ ଗାର୍ଡ଼େନରେ ସ୍ପେଶାଲ ଗେଷ୍ଟଙ୍କ ପାଇଁ ଏକ ଛୋଟ ଷ୍ଟେଜ ସେଟ୍ କରାଯାଇଥିଲା ,ବାରିକେଡ ସହ ମାଇକେଲ ଜ୍ୟାକସନ୍ ଆସିଥିଲେ ଏବଂ ନିଜ ବଡିଗାର୍ଡ଼ ସହ ଷ୍ଟେଜରେ ଛିଡ଼ା ହୋଇଥିଲେ । ଅତିଥିଙ୍କ ଗହଣରେ ସେଠାରେ ଶାନ୍ତିମୟ ପରିବେଶ ଥିଲା। ସେ ଏହି ଯାଦୁଗରଙ୍କୁ ଦେଖୁଥିଲେ ଯିଏ ନିଜ ଇଲେକ୍ଟ୍ରିଫାଇଂ ପରଫର୍ମନ୍ସରେ ପୂରା ୟୁନିଭର୍ସକୁ ମନ୍ତ୍ରମୁଗ୍ଧ ଏବଂ ସମ୍ମୋହିତ କରି ଦେଇଥିଲେ। ସେ ତାଙ୍କ ସହ ଫଟୋ ନେବାକୁ ଚାହୁଁଥିଲେ,ଏଥିପାଇଁ ସେ ବାରିକେଡ ଭାଙ୍ଗି ମାଇକେଲଙ୍କୁ ଆଲିଙ୍ଗନ କରିଥିଲେ।’  

   Related Posts