ଶେଖର ସୁମନଙ୍କ ଶୋ ରେ ଅଙ୍କିତା କରିଥିଲେ ଖୁଲାସା : କହିଥିଲେ ଆସନ୍ତା ବର୍ଷ ସୁଶାନ୍ତଙ୍କୁ କହିବେ ବିବାହ,ଭିଡିଓ ଭାଇରାଲ୍

Published By : Prameya-News7 Bureau | July 16, 2020 IST

ମୁମ୍ବାଇ ୧୬/୭: ସୁଶାନ୍ତ ସିଂହ ରାଜପୁତ ଏବଂ ଅଙ୍କିତା ଲୋଖଣ୍ଡେ ଟିଭି ଏବଂ ବଲିଉଡ ଦୁନିଆର ଚର୍ଚ୍ଚିତ କପଲ୍ସ ମଧ୍ୟରେ ଗଣା ଯାଉଥିଲେ। ୬ବର୍ଷ ଡେଟିଂ ପରେ ସେମାନେ ଅଲଗା ହୋଇଯାଇଥିଲେ। ସୁଶାନ୍ତଙ୍କ ପରଲୋକ ପରେ ପ୍ରଶଂସକ ଅଙ୍କିତା ଏବଂ ସୁଶାନ୍ତ ସହ ଜଡ଼ିତ ଇଣ୍ଟରଭ୍ୟୁ ଖୋଜୁଥିଲେ ଏବଂ ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ଏପରି ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ସେ ଶେଖର ସୁମନଙ୍କ ଚ୍ୟାଟ୍ ଶୋକୁ ପହଞ୍ଚିଛନ୍ତି ଏବଂ ସେ ଏହି ଶୋ ରେ ସୁଶାନ୍ତ ସହ ଜଡ଼ିତ କଥା ମଧ୍ୟ ସେୟାର କରିଛନ୍ତି।

wp:core-embed/youtube {"url":"https://www.youtube.com/watch?v=vUWAOaM-vzQ\u0026feature=emb_title","type":"video","providerNameSlug":"youtube","className":"wp-embed-aspect-4-3 wp-has-aspect-ratio"}
https://www.youtube.com/watch?v=vUWAOaM-vzQ&feature=emb_title
/wp:core-embed/youtube

ଶେଖର ସୁମନ ଅଙ୍କିତାଙ୍କୁ ପଚାରିଥିଲେ ଯେ ଯେତେବେଳେ ଆପଣ ଏକ ଲୋକପ୍ରିୟ ଡାନ୍ସ ଶୋରୁ ବାହାରି ଯାଇଥିଲେ ତେବେ ନିଜ ରାଗ କାହା ଉପରେ ସୁଝାଇଥିଲେ। ଏହା ଉପରେ କଥା ହୋଇ ସେ ସୁଶାନ୍ତଙ୍କ ନାଁ ନେଇଥିଲେ। ସେ ଏହି ଶୋ ବିଷୟରେ କଥା ହୋଇ କହିଥିଲେ ଯେ ଯେତେବେଳେ ଏହି ଶୋ ରେ ସୁଶାନ୍ତଙ୍କୁ ୩୦ପଏଣ୍ଟସ୍ ମିଳୁଥିଲା ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇ ଯାଉଥିଲେ। ସେ ସୁଶାନ୍ତଙ୍କୁ ପଚାରିଥିଲେ ଯେ ତୁମକୁ ୩୦ପଏଣ୍ଟସ୍ କିପରି ମିଳିଲା? ସେ ସୁଶାନ୍ତଙ୍କୁ ବହୁତ ଈର୍ଷା କରିବାକୁ ଲାଗିଥିଲେ ଯେତେବେଳେ ଶୋର କୋରିଓଗ୍ରାଫର ଡାନ୍ସ ସମୟରେ ତାଙ୍କ କୋଳରେ ଥିଲେ। ଅଙ୍କିତାଙ୍କୁ ଯେତେବେଳେ ପଚରାଯାଇଥିଲା ଯେ ଉଭୟଙ୍କ ମଧ୍ୟରେ ସବୁଠୁ ଭଲ ଡାନ୍ସର କିଏ ସେ ମଜାଳିଆ ଅନ୍ଦାଜରେ ନିଜ ନାଁ ନେଇଥିଲେ।

{"id":301094,"sizeSlug":"large"}

ଅଙ୍କିତା ଆଗକୁ କହିଥିଲେ,‘ ସୁଶାନ୍ତ ଯେତେବେଳେ ଶୋରୁ ବାହାରି ଯାଇଥିଲେ ତାଙ୍କୁ ବହୁତ ଖରାପ ଲାଗିଥିଲା। ତାଙ୍କ ବ୍ୟାକ୍ ପ୍ରୋବଲେମ୍ ବାହାରିବାରୁ ସେ ଶୋ ଛାଡ଼ି ଦେଇଥିଲେ। କିନ୍ତୁ ସୁଶାନ୍ତ ଚାହୁଁଥିଲେ ଯେ ଅଙ୍କିତା ରୁହନ୍ତୁ। ସେ ଅଙ୍କିତାଙ୍କୁ ବହୁତ ଭଲ ପାଆନ୍ତି ଏବଂ ଅଙ୍କିତା ବି ତାଙ୍କୁ। ଅଙ୍କିତାଙ୍କୁ ଯେତେବେଳେ ପଚରାଯାଇଥିଲା ଯେ ସେମାନେ କେବେ ବିବାହ କରିବେ ସେତେବେଳେ ଅଙ୍କିତା କହିଥି​ଲେ ଯେ ସେମାନେ ଆଗାମୀ ବର୍ଷ ବିବାହ କରିବେ। ତାଙ୍କ ପବିତ୍ର ରିସ୍ତା ବହୁତ ଷ୍ଟ୍ରଙ୍ଗ୍।

{"id":301095,"sizeSlug":"large"}

ସୁଶାନ୍ତ ଜୁନ୍ ୧୪ତାରିଖରେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ତାଙ୍କ ପରଲୋକର ମାସେ ପୂରିବା ପରେ ଅଙ୍କିତା ଦୀପ ଜଳାଇ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।

{"id":301096,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.