Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ନୋଭେଲ୍ କରୋନା ଭାଇରସ୍ : କେବେ ଏବଂ କିପରି, କେଉଁ ବ୍ୟକ୍ତି କରାଇବେ କରୋନା ପରୀକ୍ଷଣ

28/03/2020 at 10:03 PM

ଭୁବନେଶ୍ଵର ୨୮।୦୩: ସମଗ୍ର ବିଶ୍ଵକୁ ନୟାନ୍ତ କରିଥିବା କରୋନା ମହାମାରୀ ଭାରତରେ ମଧ୍ୟ ନିଜର କାୟା ବିସ୍ତାର କରିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟି ୯୧୮ରେ ପହଞ୍ଚିଛି। ଏହା ସହିତ ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି ଘଟିଛି। ମାତ୍ର ସମସ୍ତେ ଜାଣି ରଖିବା ଉଚିତ୍ ଯେ, କେଉଁ ସମୟରେ ଏବଂ କିପରି କରୋନାର ପରୀକ୍ଷଣ କରାଯିବ। ସମସ୍ତ ବ୍ୟକ୍ତି କରୋନା ଟେଷ୍ଟ କରିବାର କୌଣସି ଆବଶ୍ୟକତା ନାହିଁ କାରଣ କେବଳ ସେହି ମାନେ କରୋନା ପରୀକ୍ଷଣ କରାଇବା ଏକାନ୍ତ ଜରୁରୀ ଯେଉଁମାନେ ନିକଟରେ ବିଦେଶରୁ ଫେରିଥିବେ। ଏହା ସହିତ ବିଦେଶ ଫେରାନ୍ତଙ୍କ ସଂସ୍ପର୍ଶରେ ଯେଉଁ ଲୋକ ଆସିଥିବେ।

କେଉଁ  ବ୍ୟକ୍ତି କରୋନା ପରୀକ୍ଷଣ କରାଇବେ

ଯେଉଁ ବ୍ୟକ୍ତିଙ୍କଠାରେ କରୋନାର ଲକ୍ଷଣ ଦେଖାଯାଏ, ଯଥା ଥଣ୍ଡା ସହିତ ଶୁଖିଲା କାଶ, ଆଖି  ଜଳାପୋଡା, ଛାତି ଯନ୍ତ୍ରଣା, ନିଃଶ୍ଵାସ ପ୍ରଶ୍ଵାସରେ କଷ୍ଟ ଅନୁଭବ କରିବା ଆଦି। କିନ୍ତୁ ଏହି ସବୁ ଲକ୍ଷଣ ବିଶେଷ କରି ସେହି ମାନଙ୍କଠାରେ ଦେଖାଯାଉଛି ଯେଉଁ ବ୍ୟକ୍ତି ବିଦେଶରୁ ଫେରିଛନ୍ତି କିମ୍ବା ବିଦେଶରୁ ଫେରିଥିବା ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି।

ତେଣୁ ଗତ ୧୪ ଦିନରେ ଯେଉଁ ବ୍ୟକ୍ତି ବିଦେଶରୁ ଯାତ୍ରା କରିଛନ୍ତି, ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି, କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ସ୍ଵାସ୍ଥ୍ୟ କର୍ମୀ ଆଦିଙ୍କୁ କରୋନା ପରୀକ୍ଷଣ କରାଇବା ଉଚିତ୍।

ଏହା ସହିତ ଯିଏ ସଂକ୍ରମଣ ବ୍ୟକ୍ତି ଓ କରୋନା ପଜିଟିଭ୍ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବେ ସେମାନଙ୍କୁ କରୋନା ପରୀକ୍ଷଣ କରାଇ ନେବା ଜରୁରୀ। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ସୁପାରିଶ କ୍ରମେ ସ୍ଵାସ୍ଥ୍ୟକର୍ମୀଙ୍କ ମଧ୍ୟ ପରୀକ୍ଷଣ କରାଯାଇଛି, ଯେଉଁମାନେ ପର୍ଯ୍ୟାପ୍ତ ସୁରକ୍ଷା ବିନା କରୋନା ରୋଗୀଙ୍କ ଚିକିତ୍ସାରେ ଲାଗିଛନ୍ତି।

ଦେଶର ଘରୋଇ ଓ ସରକାରୀ  ଲ୍ୟାବ୍‌ରେ ଆପଣ କରୋନା ଟେଷ୍ଟ କରାଇ ପାରିବେ। ଏହି ଲ୍ୟାବ୍ ବିଷୟରେ ଜାଣିବା ପାଇଁ ଲଗ୍ ଇନ୍ କରନ୍ତୁ www.icmr.nic.in

ଜରୁରୀକାଳୀନ ପାଇଁ ରାଜ୍ୟ ହେଲ୍ପ ଲାଇନ ନମ୍ବର ଓ ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସହ ଯୋଗାଯୋଗ କରନ୍ତୁ। ନିମ୍ନରେ ଦିଆଯାଇଥିବା କେନ୍ଦ୍ରର ଟୋଲ୍ ଫ୍ରି ନମ୍ବର ୨୪ ଘଣ୍ଟା କାର୍ଯ୍ୟରତ ରହିଛି।

ଟୋଲ୍ ଫ୍ରି ନମ୍ବର- ୧୦୭୫। ୦୧୧-୨୩୯୭୮୦୪୬

   Related Posts