ଅମିତାଭ ବଚ୍ଚନ କହିଲେ ନିଜ ଦୁଃଖ କାହାଣୀ : ବିବାହର ଏତେ ବର୍ଷ ପରେ ମଧ୍ୟ ଜୟାଙ୍କଠୁ ଶୁଣନ୍ତି ଗାଳି

Published By : Prameya-News7 Bureau | June 08, 2020 IST

ମୁମ୍ବାଇ ୮/୬: ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ବିବାହକୁ ଏତେ ବର୍ଷ ହୋଇଗଲାଣି। ଉଭୟେ ଏକ ସୁଖକର ବୈବାହିକ ଜୀବନ କାଟୁଛନ୍ତି କିନ୍ତୁ ଆପଣ ଜାଣିଛନ୍ତି କି ଆଜି ବି ଗୋଟିଏ କାରଣ ପାଇଁ ବିଗ୍ ବିଙ୍କୁ ଜୟାଙ୍କଠୁ ଗାଳି ଶୁଣିବାକୁ ପଡ଼ୁଛି। କେବିସିର ଏକାଦଶ ପର୍ଯ୍ୟାୟରେ ବିଗ୍ ବି ଜଣେ ପ୍ରତିଯୋଗୀଙ୍କୁ ପଚାରିଥିଲେ ଯେ ତାଙ୍କ ବିବାହକୁ କେତେ ବର୍ଷ ହୋଇଛି? କିନ୍ତୁ କଣ୍ଟେଷ୍ଟାଣ୍ଟକୁ ମନେ ନପଡ଼ିବାରୁ ବିଗ୍ ବି କହିଥିଲେ ଯେ ସେ ସମସ୍ତଙ୍କୁ ଗୋଟିଏ ପରାମର୍ଶ ଦେବେ କେବେ କାହାକୁ ନିଜ ବିବାହ ତାରିଖ ଭୁଲିବା ଉଚିତ୍।

{"id":282889,"sizeSlug":"large"}

 ବିଗ୍ ବି କହିଥିଲେ ଯେ ଆଜି ବି ଯଦି ସେ କେବେ ବିବାହ ତାରିଖ ଭୁଲି ଯାଉଛନ୍ତି ତେବେ ଜୟା ବଚ୍ଚନ ତାଙ୍କୁ ଥଟ୍ଟା କରନ୍ତି ଏବଂ ବେଳେବେଳେ ତାଙ୍କୁ ଜୟାଙ୍କଠୁ ଗାଳି ମଧ୍ୟ ଶୁଣିବାକୁ ପଡ଼ିଥାଏ।

{"id":282890,"sizeSlug":"large"}

ବିଗ୍ ବି ଏବଂ ଜୟା ୧୯୭୩ମସିହା ଜୁନ୍ ୩ତାରିଖରେ ବିବାହ କରିଥିଲେ। ଅମିତାଭଙ୍କ ସାମନାରେ ତାଙ୍କ ବାପା ହରିବଂଶ ରାୟ ବଚ୍ଚନ ଏକ ଏପରି ସର୍ତ୍ତ ରଖିଥିଲେ। ତାହା ଥିଲା ଅମିତାଭଙ୍କୁ ୨୪ଘଣ୍ଟା ମଧ୍ୟରେ ଜୟାଙ୍କ ସହ ବିବାହ କରିବାକୁ ପଡ଼ିବ। ଏହା ପଛରେ ମଧ୍ୟ ଏକ କାହାଣୀ ଥିଲା।

{"id":282893,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.