Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

୧୫ ବର୍ଷ ବୟସରେ ରେଖାଙ୍କୁ ୨୫ ବର୍ଷ ବଡ ଅଭିନେତାଙ୍କ ସହ କରିବାକୁ ପଡିଥିଲା ‘କିସ୍’ ସିନ, ତା ପରେ କ’ଣ ହୋଇଥିଲା ଜାଣନ୍ତୁ

9/10/2019 at 5:24 PM

ଭାରତୀୟ ସିନେମାରେ ରେଖା ଜଣେ ଏଭଳି ଅଭିନେତ୍ରୀ ଯିଏ ନିଜର ଅଭିନୟ ଓ ସୌନ୍ଧର୍ଯ୍ୟରେ ସାରା ଦୁନିଆକୁ ପାଗଳ କରିଥିଲେ। ତେବେ କେବଳ ଫିଲ୍ମ ନୁହେଁ  ବିବାଦ ପାଇଁ ମଧ୍ୟ ରେଖା ଖୁବ୍ ଚର୍ଚ୍ଚିତ ଥିଲେ। ଅଭିନୟ ଆରମ୍ଭରୁ ହିଁ ତାଙ୍କୁ ନେଇ ଆରମ୍ଭ ହୋଇଯାଇଥିଲା ଚର୍ଚ୍ଚା। ରେଖାଙ୍କ ଅଭିନୀତ ପ୍ରଥମ ଫିଲ୍ମଟି ଥିଲା ‘ଅନଜାନା ସଫର’। ୧୯୬୯ ମସିହାରେ ଫିଲ୍ମଟିର ସୁଟିଂ ହୋଇଥିଲା। ହେଲେ ୧୦ ବର୍ଷ ପରେ ‘ଦୋ ଶିକାରୀ’ ନାମରେ ଫିଲ୍ମଟି ରିଲିଜ ହୋଇଥିଲା। ଏହି ଫିଲ୍ମର ଏକ ଦୃଶ୍ୟକୁ ନେଇ ରେଖା ରାତାରାତ ଚର୍ଚ୍ଚାକୁ ଆସିଥିଲେ।

ଫିଲ୍ମରେ ରେଖାଙ୍କୁ ତାଙ୍କଠାରୁ ବୟସରେ ୨୫ ବର୍ଷ ବଡ ଅଭିନେତା  ବିଶ୍ୱଜିତ୍ କିସ୍ କରୁଥିବା ଦେଖାଯାଇଥିଲା। ଫିଲ୍ମର ଏହି ସିନ ସମ୍ପର୍କରେ ରେଖାଙ୍କ ଆତ୍ମଜୀବନୀ ‘ରେଖା ଦି ଅନଟୋଲ୍ଡ ଷ୍ଟୋରି’ରେ ମଧ୍ୟ ବର୍ଣ୍ଣନା ରହିଛି। ଏହି ଫିଲ୍ମ ସୁଟିଂ ବେଳେ ରେଖାଙ୍କ ବୟସ ଥିଲା ମାତ୍ର ୧୫ ବର୍ଷ। ତେବେ ଦୃଶ୍ୟର ଚାହିଦା ଯୋଗୁ ବାଧ୍ୟ ହୋଇ ରେଖା ତାଙ୍କଠାରୁ ବୟସରେ ବଡ ଅଭିନେତାଙ୍କ ସହ ଚୁମ୍ବନ ଦୃଶ୍ୟ ଦେଇ ଝଡ ସୃଷ୍ଟି କରିଥିଲେ। ତେବେ ଯେତେବେଳେ ଫିଲ୍ମର ଏହି ସିନ ଉପରେ ସେନସର ବୋର୍ଡ କଇଁଚି ଚଲାଇବାକୁ ଚାହିଁଲେ ମାମଲା କୋର୍ଟକୁ ଯାଇଥିଲା। ନ୍ୟାୟାଳୟ କୌଣସି ନିଷ୍ପତ୍ତିରେ ପହଞ୍ଚିବା ଲାଗି ଖୋସଲା କମିଟି ଗଠନ କରିଥିଲେ।

କମିଟିଙ୍କ ରିପୋର୍ଟ ଆଧାରରେ କୋର୍ଟ ଚୁମ୍ବନ ଦୃଶ୍ୟ ଦୁଇ ଜଣଙ୍କ ବ୍ୟକ୍ତିଗତ ମାମଲା ବୋଲି କହିଥିଲେ। ତେବେ ସେମାନଙ୍କୁ ଯଦି ଏଥିଲାଗି ଆପତ୍ତି ନାହିଁ ଏଣୁ ତୃତୀୟ ବ୍ୟକ୍ତିଙ୍କୁ ଏଥିଲାଗି ଆପତ୍ତି କରିବାର କୌଣସି କାରଣ ନାହିଁ ବୋଲି କୋର୍ଟ କହିଥିଲେ।  ତେବେ ଏହି ମାମଲା ଏତେ ଚର୍ଚ୍ଚିତ ହୋଇଥିଲା ଯେ ଆମେରିକାର ‘ଲାଇଫ ମ୍ୟାଗଜିନ’ ଏହାକୁ କଭରଷ୍ଟୋରି କରିଥିଲା। ଯାହାର ଟାଇଟଲ ରଖିଥିଲା ‘ଦି କିସିଂ କ୍ରାଇସିସ୍ ଅଫ ଇଣ୍ଡିଆ’ । ଏଥିଲାଗି ଫଟୋ ଆବଶ୍ୟକ ହେବାରୁ ରେଖା ଓ ବିଶ୍ୱଜିତଙ୍କୁ ଡକାଇ ସିନର ଦ୍ୱିତୀୟବାର ସୁଟିଂ ବି କରାଯାଇଥିଲା । ତେବେ ଯଦି ରିପୋର୍ଟକୁ ସ୍ୱୀକାର କରାଯାଏ ତେବେ ଏହି ସିନ୍ ସୁଟିଂ କରିବା ଲାଗି ରେଖାଙ୍କୁ ପୂର୍ବରୁ କୌଣସି ସୂଚନା ଦିଆଯାଇନଥିଲା। ରେଖାଙ୍କୁ ନ ଜଣାଇ ସିନ୍ ସୁଟିଂ କରାଯାଇଥିବା ବେଳେ ବିଶ୍ୱଜିତ୍ ୫ ମିନିଟ୍ ଧରି ରେଖାଙ୍କୁ କିସ୍ କରିଥିବା ବେଳେ ସମସ୍ତେ ନିରବ ଥିଲେ। ଏପରିକି ନିର୍ଦ୍ଦେଶକ ରାଜା ନବାଠେ ମଧ୍ୟ କଟ୍ କହିବାକୁ ଭୁଲି ଯାଇଥିଲେ।

   Related Posts