Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ଅମିତାଭଙ୍କ ‘ପୁକାର’ ଫିଲ୍ମ ସେଟ୍‌ରୁ ତଡ଼ି ଦିଆଯାଇଥିଲା ଜୁନିୟର ବଚ୍ଚନଙ୍କୁ : ୨୦ବର୍ଷ ପରେ ଖୋଲିଲେ ଗୁମର

14/06/2020 at 10:09 AM

ମୁମ୍ବାଇ ୧୪/୬: ଅଭିନେତା ଅଭିଷେକ ବଚ୍ଚନ ଏହି ମାସରେ ବଲିଉଡରେ ନିଜର ୨୦ବର୍ଷ ପୂରା କରିବାକୁ ଯାଉଛନ୍ତି। ନିଜର ୨୦ବର୍ଷର ଏହି ଯାତ୍ରାକୁ ଅଭିଷେକ ଚମତ୍କାର ଘଟଣା ସେୟାର କରି ସେଲିବେଟ୍ କରୁଛନ୍ତି। ଏବେ ଅଭିଷେକ ବଚ୍ଚନ ଏକ ଏପରି ଘଟଣା ସେୟାର କରିଛନ୍ତି ଯାହାକୁ ବିଶ୍ବାସ କରିବା କଷ୍ଟ।

ଅଭିଷେକ ବଚ୍ଚନ କହିଛନ୍ତି ଯେ ଏପରି ଏକ ସମୟ ଥିଲା ଯେତେବେଳେ ତାଙ୍କୁ ନିଜ ବାପା ଅମିତାଭ ବଚ୍ଚନଙ୍କ ଫିଲ୍ମ ସେଟ୍‌ରୁ ବାହାର କରାଯାଇଥିଲା। ସେ ସୋସିଆଲ୍ ମିଡିଆରେ ଏକ ଲମ୍ବା ପୋଷ୍ଟ୍ ସେୟାର କରି କହିଥିଲେ ଯେ ଦୁଇ ଜଣ ଭଲ ସାଙ୍ଗ ଏକାଠି ସେବେଠାରୁ ଫିଲ୍ମ କରିବାକୁ ଚାହୁଁଥିଲେ ଯେତେବେଳେ ତାଙ୍କୁ ନିଜ ବାପାଙ୍କ ଫିଲ୍ମ ସେଟରୁ ବାହାର କରି ଦିଆଯାଇଥିଲା। ଏହି ଫିଲ୍ମର ନାଁ ଥିଲା ପୁକାର ଏବଂ ଏହାର ନିର୍ଦେଶନା ଦେଇଥିଲେ ଗୋଲ୍ଡି ବେହେଲଙ୍କ ବାପା ରମେଶ ବେହେଲ୍। ଏହି ଫିଲ୍ମରେ ତାଙ୍କ ବାପା ଅମିତାଭ ବଚ୍ଚନ ମୁଖ୍ୟ ଭୂମିକାରେ ଥିଲେ। ସେ ସେଟରେ ନକଲି ଖଣ୍ଡା ରଖାଯାଇଥିବାର ଦେଖିଥିଲେ। ଏହା ପରେ ସେ ଆଉ ଗୋଲ୍ଡି ଏହା ସହ ଖେଳିବା ଆରମ୍ଭ କରିଥିଲେ। ସେହି ଖଣ୍ଡାକୁ ସେମାନେ ଭାଙ୍ଗି ଦେଇଥିଲେ ଏବଂ ସେମାନଙ୍କୁ ସେଟରୁ ବାହାର କରି ଦିଆଯାଇଥିଲା। ସେମାନଙ୍କୁ ହୋଟେଲ୍ ପଠାଇ ଦିଆଯାଇଥିଲା। ୧୯ବର୍ଷ ପରେ ସେମାନେ ଏକାଠି ଫିଲ୍ମ ନିର୍ମାଣ କଲେ।

 ଏବେ ଗୋଲ୍ଡି ବେହେଲ୍, ଅଭିଷେକ ବଚ୍ଚନଙ୍କ ଭଲ ବନ୍ଧୁ ଭାବେ ଜଣା ଯାଆନ୍ତି। ସେ ତାଙ୍କ ଡେବ୍ୟୁ ଫିଲ୍ମ ବସ୍ ଇତନା ସା ଖ୍ବାବ ହେ ଅଭିଷେକ ବଚ୍ଚନଙ୍କ ସହ ନିର୍ମାଣ କରିଥିଲେ। ଫିଲ୍ମରେ ସୁସ୍ମିତା ସେନ ଏବଂ ରାଣୀ ମୁଖାର୍ଜୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମଟି ବକ୍ସ ଅଫିସରେ ଖାସ୍ କମାଲ କରି ପାରିନଥିଲା। ଏହା ପରେ ଗୋଲ୍ଡି ,ଅଭିଷେକଙ୍କ ସହ ଦ୍ରୋଣାରେ କାମ କରିଥିଲେ। ଏହି ଫିଲ୍ମଟି ମଧ୍ୟ ବକ୍ସ ଅଫିସରେ ହିଟ୍ ହୋଇନଥିଲା। କିନ୍ତୁ ଗୋଲ୍ଡି ଏବଂ ଅଭିଷେକଙ୍କ ବନ୍ଧୁତା ଲଗାତାର ମଜବୁତ ରହିଥିଲା।

ଅଭିଷେକଙ୍କୁ ଶେଷ ଥର ଫିଲ୍ମ ‘ମନମର୍ଜିୟାଁ’ ରେ ଦେଖାଯାଇଥିଲା। ଫିଲ୍ମରେ ଅଭିଷେକଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରିଥିଲେ। ଅଭିଷେକ ଏବେ ଫିଲ୍ମ ଦ ବିଗ୍ ବୁଲରେ କାମ କରିବାକୁ ଯାଉଛନ୍ତି।

   Related Posts