Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ବିତର୍କ ବେଳେ ମହିଳା ସାଂସଦଙ୍କୁ ଚାପୁଡା ପରେ ଚାପୁଡା ମାରି ଚାଲିଲେ ଅନ୍ୟ ଜଣେ ସାଂସଦ, ଦେଖନ୍ତୁ ଭିଡିଓ

5/07/2021 at 5:20 PM

ଟ୍ୟୁନିସିଆ ୦୫।୦୭: ସଂସଦରେ ଏକ ପ୍ରସଙ୍ଗକୁ ନେଇ ଚାଲିଥିଲା ଜୋରଦାର ବିତର୍କ। ହେଲେ ଅଚାନକ ଅନ୍ୟ ଜଣେ ସାଂସଦ ମହିଳା ସାଂସଦଙ୍କୁ ଚାପୁଡା ପରେ ଚାପୁଡା ମାରି ଚାଲିଲେ। ଏହି ଅଭାବନୀୟ ଘଟଣା ଘଟିଛି ଟ୍ୟୁନିସିଆ ସଂସଦରେ। ଘଟଣାର ଭିଡିଓ ସଂପ୍ରତି ଖବୁ ଭାଇରାଲ ହେବାରେ ଲାଗିଛି। ଗୃହରେ ବିତର୍କ ସମୟରେ ମହିଳା ସାଂସଦଙ୍କୁ ସାଂସଦ ସାହିବ ସମରା ଚାପୁଡା ମାରିଛନ୍ତି। ସମରା ହେଉଛନ୍ତି ନିର୍ଦ୍ଦଳୀୟ ସାଂସଦ।

ଏହି ଭିଡିଓ ଜୁଲାଇ ୧ର ହୋଇଥିବା କୁହାଯାଉଛି। ସାଂସଦ ସାହବି ସମରା ଗୃହରେ ଆଲୋଚନା ବେଳେ ଅବିର ମୋଉସି ନାମକ ମହିଳା ସାଂସଦଙ୍କ ସହ ଖୁବ୍ ଯୁକ୍ତିତର୍କ କରିଥିଲେ। ପୁଣି ଅଚାନକ ନିଜ ଆସନରୁ ଉଠି ମହିଳା ସାଂସଦଙ୍କ ପାଖକୁ ଯାଇଥିଲେ ଏବଂ କିଏ କିଛି ବୁଝିବା ପୂର୍ବରୁ ଚାପୁଡା ପରେ ଚାପୁଡା ମାରିଥିଲେ। ତୁରନ୍ତ ଅନ୍ୟ ସାଂସଦ ତାଙ୍କୁ ଅଟକାଇ ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

ଏଥିପାଇଁ ଘଟିଲା ଅପ୍ରୀତିକର ଘଟଣା

କୁହାଯାଉଛି ଅବିର ମୋଉସି ସଂସଦରେ ବିତର୍କ ସମୟରେ ଟ୍ୟୁନିସିଆ ସରକାର ଓ କାତାର ଫଣ୍ଡ ଫର ଡେଭଲପମେଣ୍ଟ ମଧ୍ୟରେ ହୋଇଥିବା ରାଜିନାମାର ବିରୋଧ କରିଥିଲେ। ଏହି ସମୟରେ ହିଁଏହି ଅଭାବନୀୟ ଘଟଣା ଘଟିଥିଲା। ଅବିର ନିଜ ଉପରେ ହୋଇଥିବା ଆକ୍ରମଣ ବିଷୟରେ ଫେସବୁକ୍‌ରେ ଲାଇଭ କରିଛନ୍ତି। ଫେସବୁକ ଭିଡିଓରେ କ୍ୟାପସନ ଦେଇ ସେ ଲେଖିଛନ୍ତି, ଏହା ହେଉଛି ସାଂସଦଙ୍କ ପ୍ରକୃତ ଚେହେରା, ଯିଏ ମହିଳାଙ୍କୁ ଅପମାନ କରିବା ଏବଂ ନିୟମର ଉଲ୍ଲଂଘନ କରିବାରେ ତିଳେ ମାତ୍ର ସଙ୍କୋଚ କରୁ ନାହାନ୍ତି। ଅବିର ଫ୍ରି ଡିଷ୍ଟୋରିୟନ ପାର୍ଟିର ନେତା। ୨୦୧୯ରେ ଟ୍ୟୁନିସିଆରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ତାଙ୍କ ପାର୍ଟି ୧୭ଟି ସିଟ୍‌ ଜିତିଥିଲା।

   Related Posts