ଚାଳକଙ୍କ ଲାଗି ଖୁସି ଖବର: ସେପ୍ଟେମ୍ବର ପର୍ଯ୍ୟନ୍ତ ବଢିଲା ଗାଡି କାଗଜପତ୍ରର ବୈଧ ଅବଧି

Published By : Prameya-News7 Bureau | June 09, 2020 IST

ନୂଆଦିଲ୍ଲୀ ୦୯।୦୬: କରୋନା ସମୟରେ ଗାଡି ଚାଳକଙ୍କ ଲାଗି ଖୁସିର ଖବର। କରୋନା ପାଇଁ ଗାଡି କାଗଜପତ୍ରର ବୈଧ ଅବଧି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ପରିସ୍ଥିତିକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ପର୍ଯ୍ୟନ୍ତ ଗାଡି କାଗଜପତ୍ରର ବୈଧତା ଅବଧି ବଢା ଯାଇଛି। ଏ ନେଇ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ପରିବହନ ମନ୍ତ୍ରଣାଳୟ। ଏହି ସଂଦର୍ଭରେ ସବୁ ରାଜ୍ୟକୁ ଆଡଭାଇଜରି ଜାରି କରାଯାଇଛି।

ଏହା ପୂର୍ବରୁ ଲକ୍‌ଡାଉନ୍ କାରଣରୁ ମାର୍ଚ୍ଚ ୩୦ରେ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଆଡଭାଇଜରି  ଜାରି କରି ଫିଟନେସ୍, ସବୁ ପ୍ରକାରର ପରମିଟ୍, ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ ଓ ଅନ୍ୟ କୌଣସି ପ୍ରକାରର ସମ୍ବନ୍ଧିତ କାଗଜପତ୍ରର ଅବୈଧ ଅବଢି ବଢାଇବାକୁ ପରାମର୍ଶ ଦେଇଥିଲେ। ସେହି ସମୟରେ ଫେବୃଆରୀ ୧ରେ ଯେଉଁ କାଗଜପତ୍ରର ସରୁଥିବା ବୈଧ ଅବଧକୁ ଜୁନ ୩୦ ପର୍ଯ୍ୟନ୍ତ ବଢାଇଥିଲେ।

ଉଲ୍ଲେଖଯୋଗ୍ୟ, କରୋନା ଭାଇରସ୍‌ ଲକ୍‌ଡାଉନ୍ କାରଣରୁ ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା। କିଛି କାଁ ଭାଁ କାର୍ଯ୍ୟାଳୟରେ ଅତି ଜରୁରୀ କାମକୁ ଛାଡି ଦେଲେ ସବୁ କିଛି ବନ୍ଦ ରହିଥିଲା। ଦେଶର ସମସ୍ତ ଜିଲ୍ଲା ପରିବହନ କାର୍ଯ୍ୟାଳୟ ବନ୍ଦ ରହିଥିଲା। ଫଳରେ ଗାଡି କାଗଜ ପତ୍ର କାମ ହୋଇ ପାରି ନାହିଁ। ସ୍ଥିତିକୁ ଦୃଷ୍ଟିରେ କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ଗାଡି କାଗଜପତ୍ରର ବୈଧ ଅବଧିକୁ ସେପ୍ଟେମ୍ଵର ଯାଏ ବୃଦ୍ଧି କରାଯାଇଛି।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ସଡକ ପରିବହନ ମନ୍ତ୍ରଣାଳୟ ମେ ୨୧ରେ ଏକ ବିଜ୍ଞପ୍ତି ଜାରି କରି ଜୁଲାଇ ୩୧ ପର୍ଯ୍ୟନ୍ତ ଫି ବୈଧତା ଏବଂ ଅତିରିକ୍ତ ଫିରେ କୋହଳ ଦେଇଥିଲେ। ଏବେ ରାଜ୍ୟଗୁଡିକୁ ଫି, ଟ୍ୟାକ୍ସ, ନବୀକରଣ, ଜରିମାନା ଆଦି ଉପରେ କୋହଳ କରିବା ନେଇ ବିଚାର କରିବାକୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.