ଚଳନ୍ତା ବସ୍ରୁ ବାହାରିଗଲା ୪ଟି ଚକା, ଭାରସାମ୍ୟ ହରାଇ ଗଛରେ ପିଟିହେଲା ବସ୍
30/10/2019 at 11:10 AM

ନବରଙ୍ଗପୁର ୩୦।୧୦: ଚଳନ୍ତା ଯାତ୍ରୀବାହୀ ବସରୁ ହୁଗୁଳି ପଳାଇଲା ୪ ଟି ଚକ । ଫଳରେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବସ୍ । ଅଳ୍ପକେ ବର୍ତ୍ତିଗଲେ ୪୫ରୁ ଅଧିକ ଯାତ୍ରୀ ।

ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଡାବୁଗାଁ ଥାନା କନ୍ୟାଶ୍ରମ ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ଉମରକୋଟରୁ ଦାମନଯୋଡି ଯାଉଥିବା ଏମଏସବି ନାମକ ଯାତ୍ରୀବାହୀ ବସରେ ୪୫ ରୁ ଅଧିକ ଯାତ୍ରୀ ଥିଲେ ।

ବସର ପଛ ଚକ ୪ ଟି ହୁଗୁଳି ଯିବାରୁ ବସ୍ ଟି ନିୟନ୍ତ୍ରଣ ହରାଇ ଏକ ଗଛରେ ପିଟି ହୋଇଥିଲା । ଏକ ଗାଡିକୁ ଓଭରଟେକ୍ ବେଳେ ଏହି ଅଘଟଣ ଘଟିଥିବା ଜଣାପଡିଛି । ସବୁ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।
Related Posts
ହାରୁଛି କରୋନା, ଜିତୁଛି ଓଡ଼ିଶା: ସୁସ୍ଥ ହେଲେ ଆଉ ୨୨୦ ସଂକ୍ରମିତ
17 January 2021
୨୫ ହଜାର ପ୍ୟାକେଟ୍ ନକଲି ସର୍ଫ ଜବତ ମାମଲା, ୨ ବ୍ୟବସାୟୀ ଗିରଫ
17 January 2021