ଯାତ୍ରୀବାହୀ ବସ୍ର ବାହାରିଗଲା ଚକ, ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ଵ ଯାତ୍ରୀ
23/11/2018 at 11:39 AM

ମୟୁରଭଞ୍ଜ ୨୩|୧୧: ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ଵ ଯାତ୍ରୀ। ଘଟଣାଟି ଘଟିଛି ମୟୁରଭଞ୍ଜ ଜିଲ୍ଲା ବିଶୋଇବଜାର ନିକଟରେ । ଆଜି ଭୋରରୁ ଭୁବନେଶ୍ବରରୁ ରାଇରଙ୍ଗପୁରକୁ ଯାଉଥିଲା ସାଇଶଙ୍କର ବସ୍ । ଦ୍ବାରଶୁ୦ଣୀ ଘାଟୀ ପରେ ବିଶୋଇ ବଜାର ନିକଟରେ ହଠାତ୍ ବସ୍ ର ପଛ ଚକ ବାହାରିଗଲା । ପ୍ରଚଣ୍ଡ ଶବ୍ଦ କରି ବସ୍ ଟି ଅଟକି ଯାଇଥିଲା । କେହି ଆହତ ହୋଇନଥିବା ସୂଚନା ମିଳିଛି । ଆଉ ଏକ ବଡ଼ ଦୁର୍ଘଟଣା ବର୍ତ୍ତିଯାଇଛି ବସ୍ । ବସ୍ ମାଲିକ ଭଡା ବାବଦକୁ ବେଶ୍ ମୋଟା ଅର୍ଥ ନେଉଛନ୍ତି ଯାତ୍ରୀଙ୍କ ପାଖରୁ କିନ୍ତୁ ବସ୍ ର ରକ୍ଷଣା ବେକ୍ଷଣ ପ୍ରତି ଧ୍ୟାନ ଦେଉ ନଥିବା ଅଭିଯୋଗ ହେଉଛି।