Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

୫ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା, ରାଜ୍ୟର ୧୯ଟି ଜିଲ୍ଲାରେ ସ୍ୱଭାବିକ ଠାରୁ କମ୍‌ ବର୍ଷା ରେକର୍ଡ

18/07/2021 at 4:50 PM

ଭୁବନେଶ୍ୱର, ୧୮/୦୭: ରାଜ୍ୟର ୫ଟି ଜିଲ୍ଲାକୁ ବଜ୍ରପାତ ସହିତ ବର୍ଷା ସମ୍ଭାବନା ରହିଛି । ଏହି ୫ଟି ଜିଲ୍ଲା ହେଲା- ଦେବଗଡ଼, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ ଏବଂ କେନ୍ଦୁଝର ଏଥି ସହିତ ୧୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ବାଭାବିକ ଠାରୁ ୨୭ ପ୍ରତିଶତ କମ ବର୍ଷା ହୋଇଛି। ୪୦୫ ମିଲିମିଟର ବଦଳରେ ୨୯୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । ୧୯ ଟି ଜିଲ୍ଲାରେ ହୋଇଛି ସ୍ବାଭାବିକଠାରୁ କମ ବର୍ଷା। ଭଦ୍ରକ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଜଣା ପଡ଼ିଛି ।

ଭଦ୍ରକରେ ୫୯ ପ୍ରତିଶତ ବର୍ଷା ହୋଇଥିବା ବେଳେ ଯାଜପୁରରେ ୫୧ ପ୍ରତିଶତ କମ ବର୍ଷା ହୋଇଛି । ସେହିପରି କେନ୍ଦୁଝର ଓ ବଲାଙ୍ଗିରରେ ସ୍ବାଭାବିକଠାରୁ ୪୪ ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି। ଗଜପତିରେ ୪୨ ଓ ସମ୍ବଲପୁରରେ ୪୦ ପ୍ରତିଶତ କମ ବର୍ଷା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି।

   Related Posts