ଦେଶରେ ହେକ୍ଟର ପିଛା ଗହମ ଉତ୍ପାଦନ ହାର ହ୍ରାସ ! ଚାଷୀଙ୍କ ଆୟ ବୃଦ୍ଧି ଲାଗି ସରକାରଙ୍କ ଦାବିକୁ ନେଇ ଚର୍ଚ୍ଚା

Published By : Prameya-News7 Bureau | March 05, 2021 IST

ନୂଆଦିଲ୍ଲୀ ୫।୩: ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ବୃଦ୍ଧି ଓ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀକୁ ଘେରି ବସିଥିବା ଚାଷୀଙ୍କ ଆନ୍ଦୋଳନ ଶୁକ୍ରବାର ଶହେ ଦିନରେ ପହଞ୍ଚିଛି। ତେବେ ଏଥିରେ ଆସୁଥିବା ଏକ ଖବର ଏବେ ଉଭୟ ସରକାର ଓ ଚାଷୀଙ୍କ ଲାଗି ବାସ୍ତବିକ ଚିନ୍ତାର ବିଷୟ। ତାହା ହେଉଛି ହେକ୍ଟର ପିଥା ଗହମ ଉତ୍ପାଦନ ହାର ହ୍ରାସ। ଗତବର୍ଷ ତୁଳନାରେ ଚଳିତବର୍ଷ ଗହମ ଉତ୍ପାଦନ ପ୍ରତି ହେକ୍ଟର ୩.୧୭ ପ୍ରତିଶତକୁ ହ୍ରାସ ହୋଇଛି।

{"id":418429,"sizeSlug":"large","linkDestination":"none"}

୨୦୧୮-୧୯ରେ ଗହମ ପ୍ରତି ହେକ୍ଟର ୩ହଜାର ୫୩୩ କିଲୋଗ୍ରାମ ଉତ୍ପାଦନ ହୋଇଥିଲା। ଯାହା ୨୦୧୯-୨୦ରେ ୩ ହଜାର ୪୨୧ କିଲୋଗ୍ରାମକୁ  ଖସି ଆସିଛି। ଫଳରେ ପ୍ରତି ହେକ୍ଟର ଅମଳ ଲାଗି ଚାଷୀଙ୍କ ଖର୍ଚ୍ଚ ଆହୁରି ବୃଦ୍ଧି ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ଉପରେ ଏମଏସପି ଲାଗି ଚାପ ସୃଷ୍ଟି କରିବା ଏବେ ଏକପ୍ରକାର ନିଶ୍ଚିତ । ସେପଟେ ଚାଷୀଙ୍କ ଆୟ ୨ ଗୁଣା କରିବେ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏଥିରେ ଉତ୍ପାଦନ ହ୍ରାସ ଆରମ୍ଭରୁ ହିଁ ସରକାରଙ୍କ ଯୋଜନାକୁ ଝଟକା ଦେଇଛି। 

{"id":418433,"width":578,"height":385,"sizeSlug":"large","linkDestination":"none"}

ଗହମ ଉତ୍ପାଦନ ହାରରେ ନ୍ୟୁଜିଲ୍ୟାଣ୍ଡ ବିଶ୍ୱରେ ଅଗ୍ରଣୀ ଦେଶ। ଏଠାରେ ପ୍ରତି ହେକ୍ଟର ୧୦ ମେଟ୍ରିକ ଟନ୍‌ ପର୍ଯ୍ୟନ୍ତ ଗହମ ଉତ୍ପାଦିତ ହୋଇଥାଏ। ପଛକୁ ଚୀନ୍‌ ଓ  ସାଉଦୀ ଆରବ ପ୍ରତି ହେକ୍ଟର ୬ ମେଟ୍ରିକ ଟନ ଉତ୍ପାଦନ କରିପାରୁଥିବା ବେଳେ ଜାପାନ ୫ ମେଟ୍ରିକ ଟନ ଉତ୍ପାଦନ କରୁଛି।  ଗହମ ଉତ୍ପାଦକ ଦେଶଙ୍କ ସୂଚୀରେ ଭାରତର ସ୍ଥାନ ୩୩ରେ ରହିଛି। ଯେଉଁଠାରେ ହାରାହାରି ୩ ମେଟ୍ରିକ ଟନ୍‌ ପର୍ଯ୍ୟନ୍ତ ଉତ୍ପାଦନ ହୋଇପାରୁଛି। ଥଣ୍ଡା ଜଳବାୟୁ ଗହମ ଉତ୍ପାଦନ ଲାଗି ପ୍ରକୃଷ୍ଠ। ଏଣୁ ଭାରତର ଗହମ ଅମଳ ହାର ସାଧାରଣ।

{"id":418434,"sizeSlug":"large","linkDestination":"none"}

ଏଥିରେ ଉତ୍ପାଦନ ହ୍ରାସ ଏବେ ଚାଷୀଙ୍କ  ବ୍ୟୟ ଭାର ବଢାଇବ। ଚାଷୀଙ୍କ ଆୟ ହ୍ରାସ  କରିଛି। ଡିଜେଲ, ସାର ଓ ଅନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ମଧ୍ୟ ଦେଶରେ ବଢିବଢି ଚାଲିଛି। ସରକାର ଅମଳ ପରେ ଏମଏସପି ନିର୍ଦ୍ଧାରଣ କରୁଛନ୍ତି ହେଲେ ବର୍ଷତମାମ ଡିଜେଲ ଓ ସାର ଦର ବଦଳୁଛି। ଏଣୁ ପରିସ୍ଥିତିର ମୁକାବିଲାରେ ଚାଷୀ ବିଫଳ ହେବା ଯୋଗୁ ଦୈନିକ ଆତ୍ମହତ୍ୟା କରୁଥିବା ଜନୈକ କୃଷକ ନେତା କିରଣ କୁମାର କହିଛନ୍ତି।

{"id":418435,"width":577,"height":330,"sizeSlug":"large","linkDestination":"none"}

କେବଳ ଭାରତ ନୁହେଁ ବିଶ୍ୱର କୌଣସି ଦେଶରେ କୃଷି କେବେବି ଲାଭଜନକ ହୋଇ ନାହିଁ। ତେବେ ବିକଶିତ ଦେଶରେ ସରକାର ବିପୁଳ ସବସିଡି ଦେଇ ଚାଷୀଙ୍କ ସ୍ୱାର୍ଥ ରକ୍ଷା କରୁଛନ୍ତି। ସରକାର ପ୍ରତି ପ୍ରସଙ୍ଗରେ ପାଶ୍ଚାତ୍ୟର ଅନୁକରଣ କରୁଛନ୍ତି ହେଲେ କୃଷି ପ୍ରସଙ୍ଗ ବେଳକୁ ସ୍ୱଦେଶୀ ହୋଇଯାଉଥିବା କୃଷକନେତା ଅଭିଯୋଗ କରିଛନ୍ତି। ଏଣୁ ସରକାର କେବଳ ଫସଲର ଏମଏସପି ନୁହେଁ ଡିଜେଲ, ବିଦ୍ୟୁତ ଓ ସାରରେ ସବସିଡି ମଧ୍ୟ ଦେବା ଦରକାର ବୋଲି କୃଷକ ନେତା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.