Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ରୋଜା ବେଳେ ରୋଟି ଅଭାବ, ଖାଇବାକୁ ପାକିସ୍ତାନ ପାଖରେ ଅଛି ମାତ୍ର ଏତିକି ଦିନର ଅଟା

28/04/2021 at 6:03 PM

ନୂଆଦିଲ୍ଲୀ ୨୮/୪: ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ପାକିସ୍ତାନରେ ଏବେ ରୋଟିର ଅଭାବ ଦେଖାଦେଇଛି। ପଡ଼ୋଶୀ ଦେଶ ପାଖରେ କେବଳ ୩ ସପ୍ତାହ ପାଇଁ ଗହମ ବଞ୍ଚିଛି। ରମଜାନ ମାସ ଚାଲିଥିବା ବେଳେ ମୁସଲିମ୍‌ ଦେଶ ରୋଜା ପାଳନ କରୁଛି। ଏହାରି ଭିତରେ ଗହମ ଅଭାବ ଲୋକଙ୍କୁ ଚିନ୍ତାରେ ପକାଇଛି। ଅଟାର ଦାମ ଆକାଶଛୁଆଁ ହୋଇଛି। ନିକଟରେ କାର୍ଯ୍ୟଭାର ସମ୍ଭାଳିଥିବା ଅର୍ଥ ମନ୍ତ୍ରୀ ଶୌକତ ତାରିନ୍‌ କହିଛନ୍ତି ଦେଶରେ ତତ୍କାଳ ୬୦ ଲକ୍ଷ ମେଟ୍ରିକ୍‌ ଟନ୍‌ ଗହମର ଆବଶ୍ୟକତା ରହିଛି।

ପାକିସ୍ତାନର ଖବର କାଗଜ ଏକ୍ସପ୍ରେସ୍‌ ଟ୍ରିବ୍ୟୁନ୍‌ର ରିପୋର୍ଟ ଅନୁସାରେ, ନ୍ୟାସନାଲ୍‌ ପ୍ରାଇସ୍‌ ମନିଟରିଂ କମିଟି (ଏନପିଏମସି) ବୈଠକରେ ତାରିନଙ୍କୁ କୁହଯାଇଥିଲା ଦେଶରେ ଗତ ସପ୍ତାହରେ କେବଳ ୬୪୭,୬୮୭ ମେଟ୍ରିକ୍‌ ଟନ୍‌ ଗହମ ବଞ୍ଚିଛି। ଯାହାକି ବର୍ତ୍ତମାନର ଚାହିଦା ଅନୁସାରେ କେବଳ ଅଢ଼େଇ ସପ୍ତାହ ଯିବ। ଏପ୍ରିଲ ଶେଷ ବେଳକୁ ଏହି ଷ୍ଟକ୍‌ କମି ୩,୮୪,୦୦୦ ମେଟ୍ରିକ୍‌ ଟନ୍‌ ରହିବ। ଫସଲ କଟା ଚାଲିଥିବା ବେଳେ ଗହମ ଅଭାବ ଦେଖାଦେଇଛି।

ପଞ୍ଜାବରେ ଷ୍ଟକ୍‌ ୪୦୦,୦୦୦ ମେଟ୍ରିକ୍‌ ଟନ୍‌ ରହିଥିବା ବେଳେ ସିନ୍ଧରେ ୫୭,୦୦୦ ମେଟ୍ରିକ୍‌ ଟନ୍‌, ଖୈବର ପଖ୍ତୁନଖାହାରେ ୫୮,୦୦୦ ମେଟ୍ରିକ୍‌ ଟନ୍‌ ଏବଂ ପାସ୍କୋରେ ୧୪୦,୦୦୦ ମେଟ୍ରିକ୍‌ ଟନ୍‌ରୁ କମ୍‌ ଷ୍ଟକ ରହିଛି। ସେପଟେ ଗହମ ଅଭାବକୁ ପୂରା କରିବା ପାଇଁ ସମ୍ପର୍କୀତ ବିଭାଗକୁ ଶୀଘ୍ର ଗହମ, ଚିନି କ୍ରୟ ପାଇଁ ସରକାର ନିର୍ଦେଶ ଦେଇଥିବା ଜଣାପଡ଼ିଛି। ରିପୋର୍ଟ ଅନୁସାରେ, ରଣନୈତିକ ଭଣ୍ଡାର ପାଇଁ ପାକିସ୍ତାନକୁ ବିଦେଶରୁ ଗହମ କିଣିବାକୁ ପଡ଼ିବ। କାରଣ ଚଳିତ ବର୍ଷ ୨୬୦ ଲକ୍ଷ ମେଟ୍ରିକ୍‌ ଟନ୍‌ ଗହମ ଉତ୍ପାଦନ ନେଇ ଅନୁମାନ କରାଯାଉଛି ।

ଯାହାକି ବାର୍ଷିକ ଆବଶ୍ୟକତାର ୩୦ ଲକ୍ଷ ଟନ୍‌ କମ୍‌। ୨୦୧୮ରେ ଇମ୍ରାନ୍‌ ଖାନ ଶାସନକୁ ଆସିବା ପରେ ପାକିସ୍ତାନରେ ଗହମ ଏବଂ ଅଟାର ଦାମ ଦୁଇଗୁଣା ବଢ଼ିଛି। ଏହା ସହ ଚିନି, ତେଲ, ଚିକେନ୍‌, ଅଣ୍ଡା ଏବଂ ପନିପରିବା ଦାମ ମଧ୍ୟ ବଢ଼ିବାରେ ଲାଗିଛି।  

   Related Posts