Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୭ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||

ରବିବାର କାହିଁକି ତୋଳା ଯାଏନି ତୁଳସି ପତ୍ର, ଆସନ୍ତୁ ଜାଣିବା ସେଦିନ କାହିଁକି ଚଢାଯାଏନି ଜଳ

24/04/2019 at 9:46 PM

ବୃକ୍ଷ, ଲତାଙ୍କ ସହ ଆମର ସମ୍ପର୍କ ବେଶ ନିବିଡ ଓ ପ୍ରାଚୀନ । ଏମାନଙ୍କ ଦ୍ବାରା ଆମ ପରିବେଶ ବେଶ ମନୋରମ ହୋଇଥାଏ । ଏମିତିରେ ଘର ଅଗଣାରେ ତୁଳସିକୁ ସମସ୍ତେ ଶୁଭ ବୋଲି କହିଥାନ୍ତି । ଯେଉଁ ଘର ଅଗଣାରେ ତୁଳସି ଥାନ୍ତି ସେଠାକୁ  ନକରାତ୍ମକତାର ପ୍ରବେଶ ହିଁ ହୁଏନି । ଏଣୁ ପ୍ରତ୍ୟେକ ଲୋକଙ୍କ ଘରେ ତୁଳସି ଚଉରାଟିଏ ନିଶ୍ଚିତ ଥାଏ । ତେବେ ତୁଳସି ଚଉରା ଥିଲେ କିଛି ନୀତି ନିୟମ ମାନିବାକୁ ହୁଏ । ହେଲେ ଖୁବ୍ କମ ଲୋକ ତୁଳସିଙ୍କ ନୀତି ନିୟମ ଜାଣନ୍ତି ଓ ମାନି ଚଳନ୍ତି ।

ଯେଉଁଠି ତୁଳସି ଚଉରା ଥାଏ ସେଠାରେ ନୀତି ନିୟମ ଅବଶ୍ୟ ପାଳନୀୟ । ଯେପରିକି ତୁଳସିଙ୍କ ପୂଜା କେମିତି କରାଯିବା ଦରକାର, କେବେ ତୁଳସିପତ୍ର ତୋଳା ଯାଏନି, କେବେ ପୂଜା କରାଯାଏନି ଓ ପାଣି ଦିଆଯାଏ ନାହିଁ ତାହା ସମସ୍ତେ  ଜାଣି ରଖିବା ଦରକାର । ତେବେ କେବେବି ରବିବାର ତୁଳସି ବୃକ୍ଷରେ ଜଳ ଚଢା ଯାଏନି । କାରଣ ରବିବାର ଭଗବାନ ବିଷ୍ଣୁଙ୍କ ବାର, ଏହି ବାରରେ ବିଷ୍ଣୁଙ୍କ ଅନ୍ୟ ରୂପ ଶାଳଗ୍ରାମ ସହ ତୁଳସିଙ୍କ ବିବାହ ହୋଇଥିଲା। ଏହି ଦିନ ତୁଳସି ବିଷ୍ଣୁଙ୍କ ପାଇଁ ବ୍ରତ କରନ୍ତି । ଏଣୁ ସେଦିନ ତୁଳସିଙ୍କ ମୂଳରେ ପାଣି ଦେବା କଥା ନୁହଁ କି ସେଦିନ ପତ୍ର ତୋଳା ଯିବନି ।

ସେହି ପରି ସବୁଦିନ ସମାନ ନଥାଏ । ଶନିବାର ଓ ମଙ୍ଗଳବାର ଖରବାର କୁହାଯାଏ । ଏହି ଦିନମାନଙ୍କରେ ମଧ୍ୟ ତୁଳସି ପତ୍ର ତୋଳିବା ନିଷେଧ। ଯେପରି ରବିବାର ତୁଳସି ପତ୍ର ତୋଳାଯାଏନି ସେହି ପରି ଘର ଅଗଣାରେ ଗୁରୁବାର ତୁଳସି ଗଛ ଲଗାଯାଏନି ।  ତୁଳସି ଚଉରା ଘର ବାହାରେ ରହେନି । ଅଗଣାର ଠିକ୍ ମଝାମଝି ଜାଗାରେ କରାଯାଏ । ଯେପରି ପରିବାରର ସେ ଜଣେ ସଦସ୍ୟା ଠିକ ସେହି ପରି ରହନ୍ତି ତୁଳସି । କାର୍ତିକ ମାସରେ ଘର ଅଗଣାରେ ତୁଳସି ଚଉରା ସ୍ଥାପନ  ବେଶ ଶୁଭଫଳ ପ୍ରଦାନ କରିଥାଏ। 

ତୁଳସି ବିଷ୍ଣୁଙ୍କର ପ୍ରିୟା । ତେବେ ବିଷ୍ଣୁ ଓ ତୁଳସିଙ୍କ ମଧ୍ୟରେ ସମ୍ପର୍କର ସୂତ୍ରଧର ଗଣେଶ ଥିଲେ ବୋଲି ପୌରାଣିକ ଆଖ୍ୟାନ ରହିଛି । ଗଣେଶଙ୍କ ଯୋଗୁ କଳିଯୁଗରେ ତୁଳସି କୃଷ୍ଣ ପ୍ରିୟା ଓ ସମଗ୍ର ଜଗତକୁ ମୋକ୍ଷ ପ୍ରଦାୟିନୀ ବରପ୍ରାପ୍ତ କରିଛନ୍ତି ।  ତେବେ ଗଣେଶଙ୍କ ପୂଜାରେ ତୁଳସି ବ୍ୟବହାର ନିଷିଦ୍ଧ । ହେଲେ ବିଷ୍ଣୁଙ୍କ ପୂଜା, ଆରତି ଓ ଭୋଗ ବିନା ତୁଳସିପତ୍ରରେ ହୁଏନି ।   

   Related Posts