ହିନ୍ଦୁ ଧର୍ମରେ ପ୍ରତ୍ୟେକ ବୃକ୍ଷର ମହତ୍ବ ରହିଛି । ବୃକ୍ଷମାନଙ୍କର ଗୁଣ ଓ ଧର୍ମକୁ ଠିକ ରୂପେ ବୁଝି ପରଖି ଆମ ପୂର୍ବ ପରୁଷମାନେ ଧର୍ମ ସହ ବୃକ୍ଷ ଓ ଫଳ, ପୁଷ୍ପକୁ ସଂଯୁକ୍ତ କରିଛନ୍ତି । ଏହିପରି ଏକ ଧାର୍ମିକ ବୃକ୍ଷ ହେଉଛି ନାରିକେଳ ବା ନଡିଆ । ଆମ ଦେଶର ଉପକୂଳ ରାଜ୍ୟମାନଙ୍କରେ ପ୍ରଚୁର ନଡିଆ ଉତ୍ପାଦିତ ହୁଏ । ସେ ସବୁକୁ କେବଳ ଲୋକେ ନିଜର ଆବଶ୍ୟକତା ପୂରଣ ପାଇଁ ଉପଯୋଗ କରିନଥାନ୍ତି ପୂଜାରେ ମଧ୍ୟ ଉପଯୋଗ କରିଥାନ୍ତି ।
{"id":106939}ନଡିଆକୁ ଆମେ ଶ୍ରୀଫଳ କହିଥାଉ । ଏହି ଫଳର ଔଷଧିୟ ଗୁଣ ସହ ଧାର୍ମିକ ମହତ୍ବ ପାଇଁ ଏହାକୁ ଶ୍ରୀଫଳ ବୋଲି କୁହାଯାଇଥାଏ । ଧାର୍ମିକ ମାନ୍ୟତା ଅନୁସାରେ ପ୍ରତ୍ୟେକ ଶୁଭ ଅବସରକୁ ଆମେ ନଡିଆ ଭାଙ୍ଗି ଆରମ୍ଭ କରିଥାଉ। ପିଲାଙ୍କ ଖଡି ଛୁଆଁ ହେଉ ଅଥବା ଗୃହ ପ୍ରବେଶ ସବୁଥିରେ ଭାଙ୍ଗେ ନଡିଆ। ନଡିଆ ବିନା କୌଣସି ପୂଜା ସମ୍ପୂର୍ଣ୍ଣ ନୁହେଁ। ଲୋକ ପରମ୍ପରା ଅନୁସାରେ ପୂର୍ଣ୍ଣ ଶ୍ରଦ୍ଧାର ସହ ଠାକୁରଙ୍କୁ ନାରିକେଳ ଅର୍ପଣ କଲେ ଦୁଃଖକଷ୍ଟ ଦୂର ହେବା ସହ ଧନ ପ୍ରାପ୍ତି ହୋଇଥାଏ । କେବଳ ଏତିକି ନୁହେଁ ଯଦି ନଡିଆକୁ ଆପଣ ପ୍ରସାଦ ରୂପେ ଗ୍ରହଣ କରନ୍ତି ତେବେ ଆପଣଙ୍କ ଶାରୀରିକ ଦୁର୍ବଳତା ଦୂର ହୋଇଥାଏ । ଆସନ୍ତୁ ଜାଣିବା ନଡିଆର କଣ ରହିଛି ଧାର୍ମିକ ମହତ୍ବ ।
{"id":106940,"width":571,"height":380}ପୌରାଣିକ ମାନ୍ୟତା ଅନୁସାରେ ଭଗବାନ ବିଷ୍ଣୁ ଧରାବତରଣ କରିବା ବେଳେ ତାଙ୍କ ସହ ମାତା ଲକ୍ଷ୍ମୀ, ନାରିକେଳ ବୃକ୍ଷ ଓ କାମଧେନୁକୁ ଧରାପୃଷ୍ଠକୁ ଆଣିଥିଲେ। ନାରିକେଳ ବୃକ୍ଷକୁ କଳ୍ପ ବୃକ୍ଷ ମଧ୍ୟ କୁହାଯାଏ । ବୃକ୍ଷରେ ବିଷ୍ଣୁଙ୍କ ସହ ବ୍ରହ୍ମା ଓ ମହେଶ ନିବାସ କରନ୍ତି ବୋଲି ଲୋକଙ୍କ ବିଶ୍ବାସ ରହିଛି । ନଡିଆ ଶିବଙ୍କର ଅତି ପ୍ରିୟ ଫଳ। ଏଥିରେ ଥିବା ୩ଟି ଆଖି ଶିବଙ୍କ ତ୍ରିନେତ୍ର ବୋଲି ବୁଝା ଯାଏ । ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ଶ୍ରୀଫଳ ଶୁଭ, ସମୃଦ୍ଧି, ଉନ୍ନତି ଓ ସମ୍ମାନ ସୂଚକ।
{"id":106941}ପୌରାଣିକ ମାନ୍ୟତା ଅନୁସାରେ ଏକଦା ବିଶ୍ବାମିତ୍ର ଋଷି ଦେବରାଜଙ୍କ ଇନ୍ଦ୍ରଙ୍କ ଉପରେ କ୍ଷୁବ୍ଧ ହୋଇ ଦ୍ବିତୀୟ ସ୍ବର୍ଗ ରଚନା କରିବାକୁ ବାହିରିଥିଲେ। ଏହି କାର୍ଯ୍ୟରେ ସେ ମାନବର ପ୍ରତୀକ ଭାବେ ନାରିକେଳ ସୃଷ୍ଟି କରିଥିଲେ। ଏଥିଯୋଗୁ ନଡିଆ ଖୋଳ ଉପର ଠିକ ମାନବ ମୁଖାକୃତିର ହୋଇଛି । ପୂଜାରେ ନଡିଆ ଭାଙ୍ଗିବା ଅର୍ଥ ବ୍ୟକ୍ତି ନିଜକୁ ସମ୍ପୂର୍ଣ୍ଣ ରୂପେ ନିଜ ଇଷ୍ଟଙ୍କ ନିକଟରେ ସମର୍ପଣ କରିଦେବା ବୁଝା ଯାଏ । ଏମିତିରେ ବି ନଡିଆ କେବଳ ଧାର୍ମିକ ମାନ୍ୟତା ପାଇଁ ନୁହେଁ ନିଜର ଔଷଧିୟ ଗୁଣ ଯୋଗୁ ବେଶ ଗ୍ରହଣୀୟ। ଏଥିରେ ପ୍ରଚୁର ପରିମାଣରେ ଖଣିଜ ଓ ପୋଷକତତ୍ବ ଥାଏ । ଯାହା ଶରୀରରକୁ ବଳ ପ୍ରଦାନ କରେ ।