Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କୁଣ୍ଡଳିରେ ଏହି ଗ୍ରହ ଦୋଷ ଯୋଗୁ ଶିଶୁଟିଏ ଅପରାଧୀ ହୁଏ ବା ଅପରାଧର ଶିକାର ହୁଏ, ଏପରି କରନ୍ତୁ ପ୍ରତିକାର

20/07/2019 at 8:01 PM

ଯଦି ଜ୍ୟୋତିଷକୁ ସ୍ୱୀକାର କରାଯାଏ ତେବେ ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ହେଉଥିବା ପ୍ରତିଟି ପରିବର୍ତ୍ତନ ଜାତକରେ ଗ୍ରହଙ୍କ ଯୋଗୁ ହିଁ ହୋଇଥାଏ। କୁହାଯାଏ ପିଲାଙ୍କ ଜୀବନକୁ ଚନ୍ଦ୍ର ଓ ଶୁକ୍ର ନିୟନ୍ତ୍ରିତ କରିଥାନ୍ତି। ଯଦି ଚନ୍ଦ୍ର ଦୂଷିତ ହୁଏ ତେବେ ପିଲା ଅପରାଧ ପ୍ରବଣ ହୁଅନ୍ତି। ସେହିପରି ଯଦି ଜାତକରେ ଅନ୍ୟ ଗ୍ରହଙ୍କ ଶୁଭଫଳ ନଥାଏ ତେବେ ପିଲାଙ୍କ ହାତରେ  ଅପରାଧ ହେବାଟା ନିଶ୍ଚିତ। ଯଦି ଆପଣଙ୍କ ପିଲା ସହିତ ଏଭଳି କିଛି ଘଟୁଛି ଓ ସେ ଛୋଟମୋଟ ଅପରାଧ କରିବାରେ ଖୁସି ହେଉଛି ତେବେ ଜାଣି ନିୟନ୍ତୁ ଏହା ତାର ଜାତକର ତ୍ରୁଟି । କ’ଣ କଲେ ଶିଶୁ ଅପରାଧ ପ୍ରବଣ ହେବନି କି ଅପରାଧର ଶିକାର ହେବନି ଆସନ୍ତୁ ଜାଣିବା।  

ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ଘଟୁଥିବା ପ୍ରତିଟି ଘଟଣା ତା ଜାତକରେ ଥିବା ଗ୍ରହକଙ୍କ ଅନୁସାରେ ହିଁ ହୋଇଥାଏ। ଏଣୁ ମଣିଷ ଗ୍ରହ ଚାଳିତ ଯନ୍ତ୍ରଟିଏ ପାଲଟିଯାଏ। ଶିଶୁଙ୍କ କ୍ଷେତ୍ରରେ ମଧ୍ୟ ଗ୍ରହଙ୍କ ପ୍ରଭାବ ଅନୁଭୁତ ହୁଏ। ଦୁଷ୍ଟାମୀ କରିବା ଏକ ଶିଶୁ ସୁଲଭ ଗୁଣ। ଯଦି ଦୁଷ୍ଟାମୀ ଅପରାଧ ବିବେଚିତ ହୁଏ ଏହାକୁ ଶିଶୁ ସୁଲଭ କୁହାଯାଇପାରିବ ନାହିଁ। ଏଣୁ ଏହାକୁ ତା ଜାତକର ଗ୍ରହ ଦୋଷ ବୋଲି ବୁଝା ଯିବ। ଜ୍ୟୋତିଷ ଅନୁସାରେ ଚନ୍ଦ୍ର ଦୂଷିତ ଥାଇ ଯଦି ମଙ୍ଗଳ ଓ କେତୁ ବି ଖରାପ ତା ସହିତ ଜାତକରେ ଅଗ୍ନି ତତ୍ୱ ବୃଦ୍ଧି ହେଉଥିଲେ ଶିଶୁ ହିଂସକ ଆଚରଣ କରେ। ଏଥିରୁ ଶିଶୁକୁ ରକ୍ଷା କରିବା ଲାଗି ଉପାୟ ଅତ୍ୟନ୍ତ ସାଧାରଣ। ତାକୁ ନିଜ ତତ୍ୱାବଧାନରେ ନିୟମିତ ହନୁମାନ  ଚାଳିଶା ପାଠ କରାନ୍ତୁ। ଏହା ଛଡା ଏକ ନାଲି ସୂତାରେ ତମ୍ବା ସୁଉକିଟେ ବାନ୍ଧି ତା ବେକରେ ପକାଇ ଦିଅନ୍ତୁ। ଦେଖିବେ ଶିଶୁର ପରିବର୍ତ୍ତନ ଆସିବାରେ ଲାଗିବ।

ସେହିପରି ଆଜିକାଲି ସମାଜରେ ନାବାଳିକା ଶିଶୁଙ୍କ ପ୍ରତି ଯୌନ ଅପରାଧ ବଢିବାରେ ଲାଗିଛି। ତେବେ ଶିଶୁର ଜାତକରେ ଯଦି ଶୁକ୍ରଗ୍ରହ ଦୁର୍ବଳ ରହିବା ସହ ସପ୍ତମ ଭାଗ ଦୂଷିତ ହେଉଥିଲେ  ଓ କେନ୍ଦ୍ରସ୍ଥଳରେ ଯଦି ରାହୁ ବା କେତୁ ଅବସ୍ଥାନ କରୁଥାନ୍ତି ତେବେ ନାବାଳିକା ଯୌନ ଅପରାଧୀଙ୍କ ଶିକାର ହେବା ନିଶ୍ଚିତ । ତେବେ ଏଭଳି ପରିସ୍ଥିତିରେ ଶିଶୁକୁ ଗାୟତ୍ରୀ ମନ୍ତ୍ର ପଢିବାକୁ ବାଧ୍ୟ କରନ୍ତୁ। ନିଜ ତତ୍ୱାବଧାନରେ ତାକୁ ଗାୟତ୍ରୀମନ୍ତ୍ର ଜପ କରାନ୍ତୁ ସାଙ୍ଗରେ ଏକ ହଳଦିଆ କାଗଜରେ ନାଲି ଶ୍ୟାହିରେ ଗାୟତ୍ରୀ ମନ୍ତ୍ର ଲେଖି ଏକ ତାବିଜରେ ପୁରାଇ ତା ଗଳାରେ ଝୁଲାଇ ଦିଅନ୍ତୁ । ଏଭଳି ପରିସ୍ଥିତିରୁ ଶିଶୁ ମୁକ୍ତ ରହିବ।

ସେହିପରି ପିଲା ଯଦି ସାଥୀ ପିଲାଙ୍କ ସହ ଅପରାଧୀକ ଆଚରଣ କରୁଛି ତାର କାରଣ ଜାଣନ୍ତୁ। ପିଲାର ଜାତକରେ ଚନ୍ଦ୍ର ଓ ଶନି ଦୂଷିତ ଥାଇ ଅଷ୍ଟମ ଗୃହକୁ ପାପଗ୍ରହଙ୍କ ଦୃଷ୍ଟି ପଡୁଥିବା ବେଳେ ଜାତକରେ ରାହୁଙ୍କ ପ୍ରଭାବ ଅଧିକ ହେଉଛି ବୋଲି ଜାଣି ନିଅନ୍ତୁ। ଏଣୁ ଏଭଳି ପରିସ୍ଥିତିରେ  ପିଲା ହାତରେ ଅପରାଧ ନ ହେଉ ସେଥି ଲାଗି ତାକୁ ନିୟନ୍ତ୍ରିତ କରନ୍ତୁ। ଫାଷ୍ଟଫୁଡ ଖାଇବାକୁ ବାରଣ କରିବା ସହ ସବୁଦିନ ସକାଳେ ଗାଧୋଇପାଧୋଇ ତାକୁ ସୂର୍ଯ୍ୟ ନମସ୍କାର କରାନ୍ତୁ ଓ ସୂର୍ଯ୍ୟଙ୍କୁ ଜଳାର୍ପିତ କରାନ୍ତୁ। ଏହା ଦ୍ୱାରା ଶିଶୁର ଅନ୍ତଃ ଶୁଦ୍ଧି ହେବ।

   Related Posts