ହ୍ୱାଟସ୍‌ଆପ୍‌, ସ୍ପାମରଙ୍କ ବିରୋଧରେ ଗ୍ରହଣ କରିବ ଆଇନଗତ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | December 07, 2019 IST

ନ୍ୟୁୟର୍କ - ଫେସ୍‌ବୁକ୍‌ ଦ୍ୱାରା ଅଧିକୃତ ଲୋକପ୍ରିୟ ମେସେଜିଂ ଆପ୍‌ ହ୍ୱାଟସ୍‌ଆପ୍‌ ସ୍ପାମରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଯେଉଁମାନେ ଏହି ମେସେଜିଂ ଆପ୍‌ ପ୍ଲାଟଫର୍ମରେ ମିଛ ଏସ୍‌ଏମ୍‌ସ୍‌ ସହ ବିଭିନ୍ନ୍ ସ୍ପାମ୍‌ ମେସେଜ୍‌ ପଠାଇବା ପାଇଁ ଚେଷ୍ଟା କରିବା ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ବିଭିନ୍ନ ସମୟରେ ହ୍ୱାଟସ୍‌ଆପ୍‌ରେ କମ୍‌ ଦାମରେ ଜିନିଷ ମିଳୁଛି । ଏହି ଲିଙ୍କକୁ ଫରଓ୍ୱାର୍ଡ କରନ୍ତୁ ମାଗଣାରେ କି ଶସ୍ତାରେ ଫୋନ୍‌ , ଗାଡି ମିଳିବ ବୋଲି ମିଛ ମେସେଜ୍‌ ଆସିଥାଏ । ଲୋକ ବି ଏହାକୁ ବିଶ୍ୱାସ କରି ବିଭିନ୍ନ ଗ୍ରୁପ୍‌କୁ ଫରଓ୍ୱାର୍ଡ କରିଥାଆନ୍ତି । ମାତ୍ର ଏହାର ଲିଙ୍କଉପରରେ କ୍ଲିକ୍‌ କରି ତଥ୍ୟ ଦେଲେ ବ୍ୟବହାରକାରୀଙ୍କର ବ୍ୟକ୍ତିଗତ ତଥ୍ୟ ବା ଡାଟା ଚୋରି ହେବାର ସମ୍ଭାବନା ଥାଏ ।

କିଛି କମ୍ପାନୀ ସମୂହ ବା ବଲ୍କ ମେସେଜିଂ ଓ ଅଟୋମେଟିକ୍‌ ବା ସ୍ୱୟଂ ଚାଳିତ ମେସେଜିଂ କରିଥାଆନ୍ତି । ଏହା କମ୍ପାନୀର ନିୟମ ବିରୋଧରେ ହୋଇଥିବାରୁ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହ୍ୱାଟସ୍‌ଆପ୍‌ ପକ୍ଷୁ କୁହାଯାଇଛି ।

ଏହିପରି ୧୦ ଲକ୍ଷ ଆକାଉଣ୍ଟକୁ ବ୍ଲକ କରାଯାଇଥିବା ହ୍ୱାଟସ୍‌ଆପ୍‌ ବ୍ଲଗରେ ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.