୨୦୨୦ ଫ୍ରେବୃଆରୀ ପହିଲାରୁ ଏହି ଫୋନ ସବୁରେ ବନ୍ଦ ହୋଇଯିବ ହ୍ବାଟସ୍ଆପ୍, ଆପଣଙ୍କ ହ୍ବାଟସ୍ଆପ୍ କଟୁନି ତ….

Published By : Prameya-News7 Bureau | December 17, 2019 IST

ନୂଆଦିଲ୍ଲୀ୧୭/୧୨: ବର୍ତ୍ତମାନ ସମୟରେ ସୋସିଆଲ ମିଡିଆର ଟ୍ରେଣ୍ଡ ଦ୍ରୁତଗତିରେ ଚାଲିଛି। ଫେସ୍‌ବୁକ୍, ଟ୍ବିଟର, ଇନଷ୍ଟାଗ୍ରାମ ଓ ହ୍ବାଟସ୍‌ଆପ୍‌ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ରହିଛି। କିନ୍ତୁ ସୋସିଆଲ ମିଡିଆ ଟ୍ରେଣ୍ଡ ଦ୍ରୁତଗତିରେ ଚାଲୁଥିବା ବେଳେ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ହସ୍ତଗତ ହୋଇଛି। କିଛିମାସ ମଧ୍ୟରେ ଲକ୍ଷ ଲକ୍ଷ ଫୋନରେ ହ୍ଟାଟସ୍ଆପ୍‌ ବନ୍ଦ କରି ଦିଆଯିବ। କାହିଁକି ନା ବହୁ ପୁରୁଣା ଫୋନରେ ହ୍ବାଟସ୍‌ଆପ୍‌ ଆଉ ସପୋଟ୍‌ କରିବ ନାହିଁ।

ସୂଚନାଯୋଗ୍ୟ ଯେ ହ୍ବାଟସ୍‌ଆପ୍‌ର ମାଲିକ ଏ ସଂପର୍କରେ ସୂଚନା ଦେଇଛନ୍ତି। ୨୦୨୦ ମସିହା ଫ୍ରେବୃଆରି ଏକ ତାରିଖରୁ ios 8 କିମ୍ବା ପୁରୁଣା ଭର୍ସନର ସବୁ ଆଇଫୋନ ଏବଂ 2.3.7 ବା ପୂର୍ବ ଭର୍ସନର ଆଣ୍ଡ୍ରୁଏଡ୍‌ ଡିଭାଇସରେ ହ୍ବାଟସଆପ୍‌ ଚାଲିବ ନାହିଁ। ଏଥିସହ  ଓ୍ବିଣ୍ଡୋଜ ଫୋନରେ ହ୍ବାଟସ୍ଆପ୍‌ ଚାଲୁଛି। ହେଲେ ଚଳିତ ବର୍ଷ ଡିସେମ୍ବର ମାସ ପରେ ଏହି ସବୁ ଓ୍ବିଣ୍ଡୋଜରେ ହ୍ବାଟସ୍ଆପ୍‌ ବନ୍ଦ କରି ଦିଆଯିବ ବୋଲି ସୂଚନା ଦିଆଯାଇଛି। ଚଳିତ ଡିସେମ୍ବର ମାସରେ ମାଇକ୍ରୋସଫ୍ଟ ସବୁ ଓ୍ବିଣ୍ଡୋଜ ୧୦ ମୋବାଇଲରେ ହ୍ବାଟସ୍‌ଆପ୍ ବନ୍ଦ କରିବାକୁ ଯାଉଛି।

ହ୍ବାଟସ୍‌ଆପ୍‌ ନିଜ ଓ୍ବେବସାଇଟ୍‌ର FAQ ସେକ୍ସନରେ ଏହି ସଂପର୍କରେ ସୂଚନା ପ୍ରଦାନ କରିଛି। ସେଥିରେ ଉଲ୍ଲେଖ ରହିଛି କି ୨୦୨୦ ମସିହା ଫ୍ରେବୃଆରୀ ଏକ ତାରିଖରୁ ପୁରୁଣା ଭର୍ସନର ଆଣ୍ଡ୍ରୁଏଡ୍‌ ଓ ଆଇଫୋନରେ ହ୍ବାଟସ୍‌ଆପ୍‌ ବନ୍ଦ କରି ଦିଆଯିବ। ପରବର୍ତ୍ତୀ ସମୟରେ ନୂଆ ଆକାଉଣ୍ଟ ଖୋଲି ପାରିବେ  କିମ୍ବା ସେହି ଆକାଉଣ୍ଟକୁ ରି- ଭେରିଫାଏ କରି ପାରିବେ। ସୂଚନାଯୋଗ୍ୟ ଯେ ୨୦୧୪ ମସିହାରେ ଫେସବୁକ୍ ୧୯ ଆରବ୍‌ ଡଲାରରେ ହ୍ବାଟସ୍‌ଆପ୍‌କୁ କିଣିଥିଲା। ଅଧିକ ସୂଚନା ପାଇଁ ହ୍ବାଟସ୍‌ଆପ୍‌ର ଅଫିସିଆଲି ସାଇଟ୍‌ ଭିଜିଟ୍‌ କରି ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.