Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସଏଫର ବଡ କାର୍ଯ୍ୟାନୁଷ୍ଠାନ, ବାଂଲାଦେଶ ସୀମାରେ ୮୨ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ
  • ||
  • ୟୁପି ସମର: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା, ଫେବୃଆରୀ ୮ରେ ଲକ୍ଷ୍ନୌରେ ଭର୍ଚୁଆଲ ରାଲି
  • ||
  • ଆସନ୍ତାକାଲି ପ୍ରଥମ ଦିନିକିଆ: କିଏ କରିବ ଓପନିଂ ? ଖୁଲାସା କଲେ ରାହୁଲ, ୫ ବର୍ଷ ପରେ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବେ ଏହି ଖେଳାଳି
  • ||
  • କାରିଗରଙ୍କଠୁ ଲାଞ୍ଚ ନେବା ମହଙ୍ଗା ପଡିଲା, ଭିଜିଲାନ୍ସ ଦ୍ଵାରା ବନ୍ଧା ହେଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ କ୍ରାପ୍ଟମ୍ୟାନ୍
  • ||
  • କଲେଜ୍ରେ ନିର୍ବାଚନୀ ସଭା ନେଇ କଠୋର ହେଲେ ଏସଇସି: ଏସଡିପିଓ ଏବଂ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରିବାକୁ ଦେଲେ ନିର୍ଦ୍ଦେଶ
  • ||
  • IPL 2022: କେଏଲ ରାହୁଲଙ୍କ ସହ ଏହି ଦୁଇ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି
  • ||
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||

ପୁରୁଣା ଏଣ୍ଡ୍ରଏଡ୍‌ ଫୋନ ଓ ଆଇଫୋନ୍‌ରେ ୨୦୨୦ ମସିହା ଫେବୃଆରୀ ମାସରୁ ଚାଲିବ ନାହିଁ ହ୍ବାଟ୍ସଆପ୍

30/09/2019 at 1:12 PM

ଏଣ୍ଡ୍ରଏଡ ଓ ଆଇଓଏସ୍‌ ସ୍ମାର୍ଟଫୋନ୍‌ରେ ହ୍ବାଟ୍ସଆପ ସପୋର୍ଟ ବନ୍ଦ କରାଯିବାର ନିଷ୍ପତ୍ତି ନିଆଯାଇଛି। ହ୍ବାଟ୍ସଆପ ଅନୁସାରେ ପୁରୁଣା ଅପରେଟିଂ ସିଷ୍ଟମ ଫୋନ୍‌ ବ୍ୟବହାର କରୁଥିବା କିଛି ଲୋକଙ୍କୁ ଅସୁବିଧା ହେବ।

କାରଣ ଏମିତି ଫୋନ୍‌ରେ ହ୍ବାଟ୍ସଆପର ନୂଆ ଆକାଉଣ୍ଟ ଖୋଲିବ ନାହିଁ। ଏହା ସହ ପୁରୁଣା ଆକାଉଣ୍ଟ ମଧ୍ୟ ରିଭାଇଜ ହେବ ନାହିଁ। ଏହି ସୂଚନା ବିଷୟରେ ସମସ୍ତଙ୍କୁ ଜାଣିବା ଦରକାର କାରଣ ୨୦୨୦ ମସିହା ଫେବୃଆରୀ ମାସରୁ ଏହି ୨ଟି ସ୍ମାର୍ଟଫୋନ୍‌ରେ ହ୍ବାଟ୍ସଆପ ଚାଲିବ ନାହିଁ। ଏଣ୍ଡ୍ରଏଡ ୨.୨.୭ ଓଏସ୍‌ରେ ଚାଲୁଥିବା ଏଣ୍ଡ୍ରଏଡ ଫୋନ୍‌ ଓ ଆଇଓଏସ ୭ରେ ଚାଲୁଥିବା ଆଇଫୋନ୍‌ରେ ହ୍ବାଟ୍ସଆପ ସପୋର୍ଟ କରିବା ବନ୍ଦ ହୋଇଯିବ।  

ହ୍ବାଟ୍ସଆପ ୱେବସାଇଟ୍‌ରେ ଦିଆଯାଇଥିବା ସୂଚନା ଅନୁସାରେ ୨୦୧୯ ମସିହା ଡିସୋମ୍ବର ମାସ ୩୧ ତାରିଖରୁ କୌଣସି ୱିଣ୍ଡୋଜ୍‌ ଫୋନ୍‌ରେ ମଧ୍ୟ ହ୍ବାଟ୍ସଆପ ଚାଲିବ ନାହିଁ। ଏହା ୟୁଜରଙ୍କ ପାଇଁ ଭଲ ସୂଚନା ନହେଲେ ବି ଏହା ଗୁରୁତ୍ବପୂର୍ଣ୍ଣ।

ଯେଉଁମାନେ ପୁରୁଣା ଭର୍ସନର ଏଣ୍ଡ୍ରଏଡ ଓ ଆଇଫୋନ ବ୍ୟବହାର କରୁଥିବେ ସେମାନେ ଏହି ଖବର ଦ୍ବାରା ଅଧିକ ଖୁସି ହେବେ ନାହିଁ। ହ୍ବାଟ୍ସଆପ ନିଜ ଏଫ୍‌ଏକ୍ୟୁ ଉପଭୋକ୍ତାଙ୍କୁ କାଇଓଏସ୍‌ ୨.୫.୧+ରେ ଚାଲୁଥିବା ଫୋନ ବ୍ୟବହାର କରିବାର ପାଇଁ ପରାମର୍ଶ ଦେଇଛି। ଏଥିରେ ଜିଓ ଓ ଜିଓଫୋନ୨ ମଧ୍ୟ ସାମିଲ ଅଛି। ହ୍ବାଟ୍ସଆପ ଲଗାତାର ନୂଆ ଫିଚର ଲଂଚ କରୁଛି। ଏହି କାରଣରୁ କିଛି ଫିଚର ପାଇଁ ଅଧିକ ସକ୍ଷମ

ଫୋନ୍‌ର ଆବଶ୍ୟକ ହୋଇପାରେ ।କାରଣ କିଛି ଫିଚର ପୁରୁଣା ଫୋନ୍‌ରେ ସପୋର୍ଟ ନକରିପାରେ। ହ୍ବାଟ୍ସଆପ ଆଜିକାଲି ଏତେ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି ଯେ, ଏହା ସମୟ ସମୟରେ ଅପଡେଟ ନକଲେ ଲୋକଙ୍କୁ ଅନେକ ସମସ୍ୟା ହେଉଛି। ସେଥିପାଇଁ ହ୍ବାଟ୍ସଆପ ନୂଆ ନୂଆ ଫିଚର ଆଣୁଛି। ଯେଉଁଥିପାଇଁ ଲୋକଙ୍କୁ କୌଣସି ଅସୁବିଧାର ସାମ୍ନା କରିବାକୁ ପଡିବ ନାହିଁ।

   Related Posts