Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ନିଜ ଜିଦ୍‌ରେ ଅଟଳ ହ୍ବାଟସ୍‌ଆପ୍‌, ପ୍ରାଇଭେସି ପଲିସି ସ୍ବୀକାର ନକଲେ ଡିଲିଟ୍‌ ହେବ ଆକାଉଣ୍ଟ !

17/05/2021 at 4:22 PM

ନୂଆଦିଲ୍ଲୀ ୧୭/୫: ମେସେଜିଂ ଆପ୍‌ ହ୍ବାଟସ୍‌ଆପ୍‌ ନିଜ ଜିଦରେ ଅଟଳ। ପ୍ରାଇଭେସି ପଲିସିକୁ ନେଇ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି କମ୍ପାନୀ ପକ୍ଷରୁ କୋର୍ଟରେ କୁହାଯାଇଛି। ଯେଉଁ ୟୁଜର ପ୍ରାଇଭେସି ପଲିସି ସ୍ବୀକାର କରିବେ ନାହିଁ ସେମାନଙ୍କ ଆକାଉଣ୍ଟ ଧିରେଧିରେ ଡିଲିଟ କରିବ କମ୍ପାନୀ। ଏନେଇ କମ୍ପାନୀ ପକ୍ଷର ଓକିଲ କପିଲ ସିବଲ ସୋମବାର ଦିଲ୍ଲୀ  ହାଇକୋର୍ଟରେ କହିଛନ୍ତି।

ପ୍ରଇଭେସି ପଲିସି ସ୍ବୀକାର କରିବା ପାଇଁ ୟୁଜର୍ସଙ୍କୁ ପଚରାଯାଇଛି। ଯଦି ୟୁଜର୍ସ ଏନେଇ ସହମତ ନହେବେ ତେବେ ସେମାନଙ୍କ ହ୍ବାଟସ୍‌ଆପ୍‌ ଡିଲିଟ୍‌ କରାଯିବ। ଏହି ପଲିସକୁ ସ୍ଥଗିତ କରିବା ପାଇଁ କୌଣସି ପ୍ରସ୍ତାବ ନାହିଁ ବୋଲି ସେ କହିଛନ୍ତି।  ପ୍ରାଇଭେସି ପଲିସି ସ୍ବୀକାର କରିବାକୁ ନେଇ କମ୍ପାନୀର ବାଧ୍ୟବାଧକତାକୁ ଜୋରଦାର ବିରୋଧ କରାଯାଇଥିଲା। ଜାନୁଆରୀରେ ଏହି ପଲିସକୁ ନେଇ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଥିଲା।  ନୂଆ ପଲିସି ଅନୁସାରେ ହ୍ବାଟସ୍‌ଆପ୍‌ ନିଜ ୟୁଜରଙ୍କ କିଛି ଡାଟା ପ୍ୟାରେଣ୍ଟ କମ୍ପାନୀ ଫେସବୁକ୍‌ ସହ ସେୟାର କରିପାରିବ।

ଏବେ ଏହି ମାମଲାର ଶୁଣାଣିକୁ କୋର୍ଟ ୩ ଜୁନ୍‌ ଯାଏ ଘୁଞ୍ଚାଇ ଦେଇଛନ୍ତି। ଶୁଣାଣି ଉପରେ ରୋକକୁ ନେଇ କମ୍ପାନୀ ପକ୍ଷରୁ ମଧ୍ୟ ବିରୋଧ କରାଯାଇଛି। ସୀମା ସିଂହ ଏବଂ ଲ’ ଛାତ୍ର ଚୈତନ୍ୟ ରୋହିଲ୍ଲାଙ୍କ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ହାଇକୋର୍ଟରେ ଶୁଣାଣି ସମୟରେ ହ୍ବାଟସ୍‌ଆପ୍‌ ପକ୍ଷରୁ ଏହା କୁହାଯାଇଛି। ଆବେଦନକାରୀଙ୍କ ଦାବି ହେଉଛି  କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦିଅନ୍ତୁ ଯେ, ହ୍ବାଟସ୍‌ଆପ୍‌ ଏହି ପଲିସିକୁ ପ୍ରତ୍ୟାହାର କରିବାକୁ କୁହନ୍ତୁ। ଯଦି ଏମିତି ନହୁଏ ତେବେ ୟୁଜର୍ସଙ୍କୁ ବିକଳ୍ପ ଦିଆଯାଉ ବୋଲି ଦୁଇ ଆବେଦନକାରୀ ଦାବି କରିଛନ୍ତି।

ପ୍ରାଇଭେସି ପଲିସିକୁ ନେଇ ବିରୋଧ ହେବା ପରେ କମ୍ପାନୀ ଏହାକୁ ପ୍ରତ୍ୟାହାର କରିନେଇଥିଲା। କିନ୍ତୁ ଫେବୃଆରୀରେ ନିଜ ନିଷ୍ପତ୍ତିରେ ଅଡ଼ି ବସିଥିଲା ହ୍ବାଟସ୍‌ଆପ୍‌। ଏପରିକି ପଲିସି ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କମ୍ପାନୀକୁ ଚିଠି କରାଯାଇଥିଲା। ଏହା ସତ୍ବେ  ହ୍ବାଟସ୍‌ଆପ୍‌ ନିଷ୍ପତ୍ତି ବଦଳାଇବାକୁ ନାରାଜ ଥିବା ଜଣାପଡ଼ିଛି।

   Related Posts