Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଗୁଗଲରେ ଶୋ’ କରୁଛି ହ୍ୱାଟ୍ସ ଆପ୍ ୟୁଜର୍ସଙ୍କ ଫୋନ୍ ନମ୍ବର୍ : ଏହିଭଳି ଡିଲିଟ୍ କରିପାରିବେ ନିଜ ନମ୍ବର

10/06/2020 at 12:23 PM

ନୂଆଦିଲ୍ଲୀ ୧୦/୦୬ : ହ୍ୱାଟ୍ସ ଆପକୁ ନେଇ ଏକ ନୂଆ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି | ଏକ ରିସର୍ଚ୍ଚରୁ ଜଣାପଡିଛି ହ୍ୱାଟ୍ସ ଆପ୍ ୟୁଜର୍ସଙ୍କ ଫୋନ୍ ନମ୍ବର୍ ଗୁଗଲ୍ ସର୍ଚ୍ଚରେ ରହିଛି ଏବଂ ଯେଇଁ କେହି ବି ଚାହିଁଲେ ସର୍ଚ୍ଚ କରି ମେସେଜ କରିପାରିବ | ହ୍ୱାଟ୍ସ ଆପର Click to Chat ଫିଚର୍ ଯୋଗୁଁ ଏହିଭଳି ଗଡ଼ବଡ଼ି ହୋଇଛି | ହ୍ୱାଟ୍ସ ଆପର ଏହି ଫିଚର୍ ଯୋଗୁଁ ୟୁଜର୍ URL ଲିଙ୍କ୍ କିମ୍ବା QR  କୋଡ଼୍ କ୍ରିଏଟ୍ କରିପାରିବେ | ଯାହାଫଳରେ ଅନ୍ୟମାନେ ନମ୍ବର୍ ନ ମାଗି କିମ୍ବା କଂଟକଟରେ ନମ୍ବର ଫିଡ଼ ହୋଇଥିବା ଲିଙ୍କ୍ କିମ୍ବା କୋଡ଼ ବ୍ୟବହାର କରି ଉକ୍ତ ବ୍ୟକ୍ତିଙ୍କ ସହ ଯୋଡି ହୋଇପାରିବେ | ଏହି ଫିଚର୍ ଅନ୍ୟ ସବୁ ଜିନିଷକୁ ବହୁତ ସରଳ କରିଥାଏ | ବିଶେଷକରି ଯେଉଁମାନେ ହ୍ୱାଟ୍ସଆପ୍ ବିଜନେସ୍ ପାଇଁ ଏହି ଫିଚର୍ ବ୍ୟବହାର କରୁଛନ୍ତି ତାଙ୍କ ପାଇଁ ବୋହୂଟି ସୁବିଧାଜନକ | କିନ୍ତୁ ଚିନ୍ତାର ବିଷୟ ହେଲା, ଏହାଦ୍ୱାରା ଆପଣଙ୍କ ନମ୍ବର୍ ଆଉ ଗୋପନ ରହିବନି, ଯେକୌଣସି ଗୁଗଲ୍ ୟୁଜର୍ ଗୁଗଲରେ ସର୍ଚ୍ଚ କରି ନମ୍ବର ପାଇଯାଇପାରିବ |

ଏ ପ୍ରସଙ୍ଗରେ ଅନେକ ଯୁକ୍ତିତର୍କ ଆରମ୍ଭ ହାଣିଚି ଯେ ହ୍ୱାଟ୍ସ ଆପ୍ ଏହା ଜାଣିଶୁଣି କରିଛି ନା ଏହା ଏକ ବଗ୍ | କିନ୍ତୁ ଗୁଗଲ୍ ଆଲଗୋରିଦମ୍ କଣ କରିଛି ଯେ Click to chat ର ମେଟାଡାଟାରୁ ଫୋନ ନମ୍ବର ବାହାର କରିଦେଲା ଏବଂ ଯାହା ପୁଣି ଗୁଗଲ୍ ସର୍ଚ୍ଚ ଇଣ୍ଡେକ୍ସରେ ସେଭ୍ ହୋଇଗଲା |

ଥ୍ରେଟପୋଷ୍ଟ୍ ସହ ଆଲୋଚନା ପରେ ସିକ୍ୟୁରିଟି ରିସର୍ଚ୍ଚର ଏହାକୁ ଏକ ପ୍ରକାର ଲିକ୍ ମାମଲା ବୋଲି କହିଛନ୍ତି | ଅପରପକ୍ଷରେ ଫେସବୁକ୍, ହ୍ୱାଟ୍ସ ଆପ୍ କହିଛି ଯେ, ଏହା କୌଣସି ବଡ କଥା ନୁହେଁ | ଗୁଗଲ୍ ସର୍ଚ୍ଚ ରେଜଲ୍ଟରେ ତାହା ହିଁ ଦେଖାଏ ଯାହା ୟୁଜର୍ସ ପବ୍ଲିକ୍ କରିବା ପାଇଁ ସିଲେକ୍ଟ କରିଥାନ୍ତି |

ତେବେ ସବୁଠାରୁ ବଡ କଥା ହେଲା, ହ୍ୱାଟ୍ସ ଆପ୍ ୟୁଜର୍ସ ଜାଣି ନାହାନ୍ତି ଯେ, click to chat ବ୍ୟବହାର କରିବା ଦ୍ୱାରା ସେମାନଙ୍କ ନମ୍ବର ଗୁଗଲ୍ ସର୍ଚ୍ଚ ଇଣ୍ଡେକ୍ସରେ ସେଭ୍ ହୋଇ ରହିଯାଏ | ଏହା ବିପଦପୂର୍ଣ୍ଣ | ଏହାଦ୍ୱାରା ସ୍ପାମ୍ କଲ୍ ମଧ୍ୟ ଆସିଥାଏ |

ଯଦି ଆପଣ ମଧ୍ୟ ଡରୁଛନ୍ତି ଯେ ଆପଣଙ୍କ ନମ୍ବର ମଧ୍ୟ ଗୁଗଲରେ ଉପଲବ୍ଧ ତାହେଲେ ସେଥିରୁ ରକ୍ଷା ପାଇବା ପାଇଁ ଏକ ଉପାୟ ମଧ୍ୟ ରହିଛି | ଆପଣ click to chat ଫିଚର୍ ବ୍ୟବହାର କରନ୍ତୁନି | ଯଦି ଆପଣ ପୂର୍ବରୁ ଏହି ଫିଚର୍ ବ୍ୟବହାର କରିଛନ୍ତି ତାହେଲେ ମାନୁଆଲି ଏହାକୁ ଡିଲିଟ୍ କରିବାକୁ ପଡିବ | ଏଥିପାଇଁ ଆପଣଙ୍କ ପବ୍ଲିକ୍ ଏକସେସିବଲ୍ ୱେବସାଇଟକୁ ଯାଇ ଯେକୌଣସି click to chat ଲିଙ୍କକୁ ଡିଲିଟ୍ କରିବାକୁ ହେବ |

   Related Posts