ହ୍ବାଟ୍ସଆପ୍ ୟୁଜର୍ସଙ୍କ ପାଇଁ ଖୁସି ଖବର : ସୁରକ୍ଷିତ ଚାର୍ଟ ପାଇଁ ଆସିଲା ଖାସ୍ ଫିଚର୍ସ

Published By : Prameya-News7 Bureau | October 16, 2021 IST

ନୂଆଦିଲ୍ଲୀ ୧୬।୧୦  : ହ୍ବାଟ୍ସଆପ୍ ୟୁଜର୍ସଙ୍କ ପାଇଁ ଏକ ଭଲ ଖବର ଆସିଛି । ବାସ୍ତବରେ ବର୍ତ୍ତମାନ ହ୍ବାଟ୍ସଆପ ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ ପାଇବ। କମ୍ପାନୀ ଏହାର ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ୟୁଜର୍ସଙ୍କ ପାଇଁ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟ ହୋଇଥିବା ଚାଟ୍ ବ୍ୟାକଅପ୍ ସେବା ପ୍ରଦାନ କରୁଛି, ଯାହା ଦ୍ବାରା ଆପଣଙ୍କର ଚାଟ୍ ବହୁତ ପର୍ସନାଲ ରହିବ। ଏହି ଫିଚର୍ସ ଗୁଡିକ ଖୁବ୍‌ଶୀଘ୍ର ୟୁଜର୍ସଙ୍କ ପାଇଁ ଦିଆଯିବ । ବର୍ତ୍ତମାନ ଏହାର ପ୍ରଶ୍ନ ହେଉଛି, ଏହାକୁ କିପରି ବ୍ୟବହାର କରିବା , ଏହି ଫିଚର୍ସକୁ କିପରି ବ୍ୟବହାର ଜାଣନ୍ତୁ...

ହ୍ବାଟ୍ସଆପ ଏହି ନୂତନ ଫିଚର୍ସ ପରେ, ଯଦି କେହି ୟୁଜର୍ସ ନିଜ ଚାଟ୍  ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ ସହିତ ବ୍ୟାକଅପ୍ କରିବାକୁ  ଚୟନ କରନ୍ତି, ତେବେ ସେ କେବଳ ଏହି ବ୍ୟାକଅପ୍ ବ୍ୟବହାର କରିବାରେ ସମର୍ଥ ହେବେ । ଏହି ବ୍ୟାକଅପ୍ କୁ କେହି ଅନଲକ୍ କରି ପାରିବେ ନାହିଁ । ଏପରିକି ହ୍ବାଟ୍ସଆପ୍‌ରେ ଏବଂ ଏହାର ବ୍ୟାକଅପ୍ ସେବା ପ୍ରୋଭାଇଡର୍ସ ମଧ୍ୟ ଏହି ବ୍ୟାକଅପ୍‌ରେ ପ୍ରବେଶ କରି ପାରିବେ  ନାହିଁ।

ତେବେ ହ୍ବାଟ୍ସଆପ୍‌ ଅନୁଯାୟୀ, ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟ ହୋଇଥିବା ବ୍ୟାକଅପ୍ ସହିତ କମ୍ପାନୀ ଏହାର ୟୁଜର୍ସମାନଙ୍କୁ ମେସେଜ ପଠାଇବା ଠାରୁ ଆରମ୍ଭ କରି ଅନ୍ୟାନ ସରଂକ୍ଷଣ କରିବା ପର୍ଯ୍ୟନ୍ତ ସୁରକ୍ଷା ଦେବ। କମ୍ପାନୀ ଦାବି କରିଛି ଯେ ଏହି ସ୍କେଲରେ ଅନ୍ୟ କୌଣସି ମେସେଜିଂ ସେବା ପ୍ରୋଭାଇଡର୍ସ କମ୍ପାନୀ ଏହାର ଗ୍ରାହକଙ୍କୁ ଏତେ ସୁରକ୍ଷା ଦେଇନାହିଁ। ଏହି ସେବା ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ୟଜର୍ସଙ୍କ ପାଇଁ ଉପଲବ୍ଧ ହେବ ।

ତେବେ ଏହି ଫିଚର୍ସ ବ୍ୟବହାର କରିବାକୁ ହେଲେ , ପ୍ରଥମେ ହ୍ବାଟ୍ସଆପ୍‌ ସେଟିଂକୁ ଯାଆନ୍ତୁ ।

wp:list
  • ଏଠାରେ ଚାଟ୍ ଅପ୍ସନ୍ ଉପରେ ଏହି ଟ୍ୟାପ୍ କରନ୍ତୁ
  • ବର୍ତ୍ତମାନ ଚାଟ୍ ଅପ୍ସନ୍ କୁ ଯିବା ପରେ ଚାଟ୍ ବ୍ୟାକଅପ୍ ଉପରେ କ୍ଲିକ୍ କରନ୍ତୁ ।
  • ଏହା କରିବା ପରେ, ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟେଡ୍ ବ୍ୟାକଅପ୍ କୁ ଯାଆନ୍ତୁ ଏବଂ ଏହାକୁ ବ୍ୟବହାର କରନ୍ତୁ ।
/wp:list

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.